www.samajalive.in
Sunday, December 14, 2025
15.1 C
Bhubaneswar

ୟୁପିଆଇ ଉପରେ ସରକାରଙ୍କ ବଡ଼ ନିଷ୍ପତ୍ତି: ବ୍ୟାଙ୍କ ଯିବା ଆବଶ୍ୟକ ନାହିଁ, ଆପ୍‌ କରିବ ଏହି କାମ

ସମାଜ ଡିଜିଟାଲ ଡେସ୍କ: ଯଦି ଆପଣ ୟୁପିଆଇ ବ୍ୟବହାର କରୁଛନ୍ତି, ତେବେ ଆଜି ଆମେ ଆପଣଙ୍କୁ ଏକ ନୂଆ ଫିଚର ବିଷୟରେ କହିବାକୁ ଯାଉଛୁ। ଏହି ଫିଚର ସେହି ଲୋକମାନଙ୍କ ପାଇଁ ଅତ୍ୟନ୍ତ ଉପଯୋଗୀ ସାବ୍ୟସ୍ତ ହେବ, ଯେଉଁମାନେ ଟଙ୍କା ଜମା କରିବାକୁ ବ୍ୟାଙ୍କକୁ ଯାଆନ୍ତି। ଏପର୍ଯ୍ୟନ୍ତ ୟୁପିଆଇ ପେମେଣ୍ଟ ସାହାଯ୍ୟରେ ଆପଣ କାହାକୁ ଟଙ୍କା ପଠାଇ ପାରୁଥିଲେ। କିନ୍ତୁ ଏବେ ୟୁପିଆଇ ସାହାଯ୍ୟରେ ଆପଣ ନିଜ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଜମା ମଧ୍ୟ କରିପାରିବେ।

କେମିତି ଜମା କରିବେ ଟଙ୍କା:

- Advertisement -

– ପ୍ରଥମେ ଆପଣଙ୍କୁ କ୍ୟାସ୍‌ ଡିପୋଜିଟ୍‌ ମେସିନ୍‌(ସିଡିଏମ) ନିକଟକୁ ଯିବାକୁ ପଡ଼ିବ। ଏହା ଏପରି ମେସିନ୍ ହେବା ଆବଶ୍ୟକ, ଯାହା ୟୁପିଆଇ ଟଙ୍କା ଜମା ଗ୍ରହଣ କରୁଥିବ।

– ସିଡିଏମ ମେସିନରେ ଆପଣଙ୍କୁ କ୍ୟୁଆର କୋଡ୍‌ ଦେଖିବାକୁ ମିଳିବ ଏବଂ ଏହା ସାହାଯ୍ୟରେ ଆପଣ ଟଙ୍କା ଜମା କରିପାରିବେ।

– ୟୁପିଆଇ ଆପ୍‌ ଖୋଲି କ୍ୟୁଆର କୋଡ୍‌ ସ୍କାନ କରିବାକୁ ପଡ଼ିବ।

– ୟୁପିଆଇ ଆପ୍‌ରେ ସ୍କାନ କରିବା ପରେ ସେହି ପରିମାଣ ଦେଖାଯିବ, ଯେତିକି ଆପଣ ଜମା କରିବାକୁ ଚାହୁଁଥିବେ।

– ଶେଷରେ ଆପଣଙ୍କୁ ବ୍ୟାଙ୍କ ଆକାଉଣ୍ଟ ଚୟନ କରିବାକୁ ପଡ଼ିବ। ଏଥିରେ ଆପଣ ଯେଉଁ ୟୁପିଆଇ ପିନ୍‌ ଦେବେ ସେହି ବ୍ୟାଙ୍କ ଆକାଉଣ୍ଟରେ ଆପଣଙ୍କ ଟଙ୍କା ଜମା ହୋଇଯିବ।

ଏହି ବ୍ୟାଙ୍କଗୁଡ଼ିକ ସାହାଯ୍ୟରେ କରିପାରିବେ ୟୁପିଆଇ ଡିପୋଜିଟ୍‌:

ଏସବିଆଇ, ପିଏନବି, ଏଚଡିଏଫସି ସମେତ ଏପରି ଅନେକ ବ୍ୟାଙ୍କ ଅଛି, ଯାହା ୟୁପିଆଇ ସାହାଯ୍ୟରେ ଟଙ୍କା ଜମା କରିବାର ବିକଳ୍ପ ପ୍ରଦାନ କରିଥାଏ। ନିକଟରେ ୟୁନିୟନ ବ୍ୟାଙ୍କ ଦ୍ୱାରା ମଧ୍ୟ ଏହି ବିକଳ୍ପ ଆରମ୍ଭ ହୋଇଛି। ଏହା ସେହି ଲୋକଙ୍କ ପାଇଁ ଭଲ ବିକଳ୍ପ ସାବ୍ୟସ୍ତ ହେବ ଯେଉଁମାନେ ସହଜରେ ପେମେଣ୍ଟ କରିବାକୁ ଚାହାନ୍ତି। ଏହାସହ ଏଥିରେ ଅନେକ ବିଶେଷ ଫିଚର୍ ମଧ୍ୟ ଦିଆଯାଇଛି, ଯାହା ଏହାକୁ ଭିନ୍ନ କରିଥାଏ। ଏହା ୟୁଜରଙ୍କ ଅନେକ ସମୟ ମଧ୍ୟ ବଞ୍ଚାଇଥାଏ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories