www.samajalive.in
Sunday, December 7, 2025
14.1 C
Bhubaneswar

ନାବାଳକକୁ ଉଦ୍ଧାର କରିଥିବା ରେଳ କର୍ମଚାରୀ ସମ୍ମାନିତ

ସମ୍ବଲପୁର: ପୂର୍ବତଟ ରେଳପଥ ଅନ୍ତର୍ଗତ ସମ୍ବଲପୁର ରେଳ ମଣ୍ଡଳ ଅଧୀନ ରେଢ଼ାଖୋଲ ଷ୍ଟେସନ ପାଖରେ ଚଳନ୍ତା ଟ୍ରେନ(ଦୁର୍ଗ-ପୁରୀ ଏକ୍ସପ୍ରେସ)ରୁ ଖସି ପଡିଥିବା ନାବାଳକକୁ ଉଦ୍ଧାର କରିଥିବା ରେଳ ସୁରକ୍ଷା ବଳ(ଆରପିଏଫ) ଏବଂ ରେଳ କର୍ମଚାରୀଙ୍କୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି। ଆରପିଏଫ ଏଏସଆଇ ଲକ୍ଷ୍ୟବଚ୍ଚ କୁମାର ପ୍ରଧାନ, କନଷ୍ଟେବଳ ବିକ୍ରମ ବାଗ, ଲୋକୋ ପାଇଲଟ ବିଭୂତି ଭୂଷଣ ଦେହୁରୀ, ବୋୟେନ କୁମାର ବେହେରା ଓ ହୃଦାନନ୍ଦ ପ୍ରଧାନଙ୍କ ପ୍ରୟାସକୁ ମଣ୍ଡଳ ପ୍ରବନ୍ଧକ ତୁଷାରକାନ୍ତ ପାଣ୍ଡେ ଉଚ୍ଚ ପ୍ରଶଂସା କରିବା ସହିତ ପୁରସ୍କୃତ କରିଛନ୍ତି।

ଗତ ୪ ତାରିଖ ରାତ୍ର ୩ଟା ୩୦ ମିନିଟରେ ମାଲବାହୀ ରେଳଗାଡିର ଲୋକୋ ପାଇଲଟମାନେ ରେଳ ଧାରଣା ନିକଟରେ ପଡିଥିବା ନାବାଳକକୁ ଦେଖିଥିଲେ ଏବଂ ତୁରନ୍ତ ଆରପିଏଫକୁ ଯୋଗାଯୋଗ କରିଥିଲେ । ଏହା ପରେ ଆରପିଏଫ କର୍ମଚାରୀମାନେ ତୁରନ୍ତ ଉକ୍ତ ସ୍ଥାନକୁ ଯାଇ ନାବାଳକକୁ ଉଦ୍ଧାର କରିଥିଲେ। ପରବର୍ତ୍ତୀ ସମୟରେ ଡାକ୍ତରୀ ଯାଞ୍ଚ ଏବଂ ଅନ୍ୟାନ୍ୟ ପ୍ରକ୍ରିୟା ପୂରଣ ପରେ ନାବାଳକକୁ ତାର ପିତାମାତାଙ୍କୁ ହସ୍ତାନ୍ତର କରାଯାଇଥିଲା। ରେଳ କର୍ମଚାରୀମାନଙ୍କୁ ସମ୍ମାନିକ କରାଯିବା ଅବସରରେ ଅତିରିକ୍ତ ମଣ୍ଡଳ ପ୍ରବନ୍ଧକ ଆନନ୍ଦ ସିଂଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ।

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories