www.samajalive.in
Monday, December 8, 2025
17.1 C
Bhubaneswar

ଏହି ତାରିଖରୁ କିଣିପାରିବେ ଆଇଫୋନ୍ ୧୬, ଜାଣନ୍ତୁ..

ନୂଆଦିଲ୍ଲୀ : ଆପଲ ୯ ସେପ୍ଟେମ୍ବରରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ନିଜ ଆଇଫୋନ୍ ୧୬ ସିରିଜକୁ ଆଣିବା ପାଇଁ ପ୍ରସ୍ତୁତ ହେଉଛି । କମ୍ପାନୀ ୪ ନୂଆ ମଡେଲ ଆଣିବା ଆକଳନ କରାଯାଉଛି । ଆଇଫୋନ୍ ୧୬, ଆଇଫୋନ୍ ୧୬ ପ୍ଲସ୍, ଆଇଫୋନ୍ ୧୬ ପ୍ରୋ ଏବଂ ଆଇଫୋନ୍ ୧୬ ପ୍ରୋ ମ୍ୟାକ୍ସ । ତେବେ ଦାମ୍ ଓ ଫିଚର ସମ୍ପର୍କରେ କିଛି ତଥ୍ୟ ସାମ୍ନାକୁ ଆସିଛି । ଆସନ୍ତୁ ଜାଣିବା..

୨୦ ସେପ୍ଟେମ୍ବରରେ ଆପଲ ଷ୍ଟୋରରେ ଆପଲ ୧୬ ମଡେଲ ଉପଲବ୍ଧ କରାଇବା ପାଇଁ ଯୋଜନା କରୁଛି । ଫୋନ୍ ସହିତ କମ୍ପାନୀ ନିଜ ଲାଟେଷ୍ଟ ସ୍ମାର୍ଟଓ୍ବାଚ୍ ସିରିଜ୍ ୧୦, ଓ୍ବାଚ୍ ଏସଇ ୩, ଓ୍ବାଚ୍ ଅଲ୍ଟ୍ରା ୩ ଓ ନୂଆ ଏୟାରପଡ୍ସ ୪ ମଧ୍ୟ ଆଣିବା ଅନୁମାନ କରାଯାଉଛି । ଆଇଫୋନ୍ ୧୬ର ଦାମ୍ ଆଇଫୋନ୍ ୧୬ ମଡେଲ ପାଇଁ ପ୍ରାୟ ୬୬,୩୦୦ ଟଙ୍କାରୁ ଆରମ୍ଭ ହେବା ଅନୁମାନ କରାଯାଉଛି । ଆଇଫୋନ୍ ୧୬ ପ୍ଲସ ମଡେଲ ପାଇଁ ୭୪,୬୦୦ରୁ ଆରମ୍ଭ ହୋଇପାରେ । ଆଇଫୋନ୍ ୧୬ ପ୍ରୋ ପାଇଁ ୯୧,୨୦୦ ଟଙ୍କା ଏବଂ ଆଇଫୋନ୍ ୧୬ ପ୍ରୋ ମ୍ୟାକ୍ସର ଦାମ୍ ୯୯,୫୦୦ ଟଙ୍କାରୁ ଆରମ୍ଭ ହୋଇପାରେ ।

- Advertisement -

ଆପଲ ଆଇଫୋନ୍ ୧୬ ସିରିଜ ଲଞ୍ଚ୍ କାର୍ଯ୍ୟକ୍ରମକୁ  ଇଟ୍ସ ଗ୍ଲୋ ଟାଇମ୍ ନାଁ ଦେଇଛି ଏବଂ ଏହା ଭାରତରେ ରାତି ସାଢେ ୧୦ଟାରୁ ଆରମ୍ଭ ହେବ । କାର୍ଯ୍ୟକ୍ରମରେ କୃତ୍ରିମ ବୁଦ୍ଧିମତା ବିଶିଷ୍ଟ ସୁବିଧାକୁ ଅଧିକ ଗୁରୁତ୍ବ ଦିଆଯାଉଛି । ଏହି ସିରିଜ୍ ଆଇଓଏସ୍ ୧୮ ଅପରେଟିଂ ସିଷ୍ଟମରେ ଚାଲିବ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories