www.samajalive.in
Saturday, December 13, 2025
26.1 C
Bhubaneswar

କେରଳ ଅଭିନେତ୍ରୀଙ୍କ ଚାଞ୍ଚଲ୍ୟକର ଅଭିଯୋଗ: ନିର୍ଦେଶକ ଝିଅ ବୋଲି ଡାକିଲେ, ପରେ ବର୍ଷେ ପର୍ଯ୍ୟନ୍ତ ଦୁଷ୍କର୍ମ କରିଥିଲେ

ସମାଜ ଡିଜିଟାଲ ଡେସ୍କ: ମାଲାୟଲମ ଚଳଚ୍ଚିତ୍ର ଜଗତରେ କିପରି ଯୌନ କେଳେଙ୍କରୀ ଚାଲିଛି ତାହାର ଗୋଟିଏ ପରେ ଗୋଟିଏ ଘଟଣା ସମ୍ନାକୁ ଆସିବାରେ ଲାଗି। କେରଳ ସରକାର ଏସବୁ ଅଭିଯୋଗର ପର୍ଦ୍ଦାଫାଶ କରିବା ଲାଗି ହେମା କମିଟି ଗଠନ କରିବା ପରେ ଜଣକ ପରେ ଜଣେ ଅଭିନେତ୍ରୀ ସାମ୍ନାକୁ ଆସି ସେମାନଙ୍କ ସହିତ ହୋଇଥିବା ଯୌନ ଶୋଷଣ ସମ୍ପର୍କରେ ମୁହଁ ଖୋଲୁଛନ୍ତି। ଇତିମଧ୍ୟରେ କେରଳର ଆଉ ଜଣେ ଅଭିନେତ୍ରୀ କିପରି ଚଳଚ୍ଚିତ୍ରରେ ଅଭିନୟ ସୁଯୋଗ ଦେଇ ଜଣେ ନିର୍ଦେଶକ ତାଙ୍କୁ ଦୁଷ୍କର୍ମ କରିଥିଲେ ତାହା ପ୍ରଘଟ କରିଛନ୍ତି।

ଅଭିନେତ୍ରୀ ଜଣକ ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେବା ଅବସରରେ କହିଛନ୍ତି, ୯୦ ଦଶକରେ ସେ କଲେଜରେ ପଢ଼ୁଥିବାବେଳେ ଜଣେ ନିର୍ଦେଶକ ଓ ତାଙ୍କ ସ୍ତ୍ରୀ ତାଙ୍କୁ ଚଳଚ୍ଚିତ୍ରରେ ଅଭିନୟ ସୁଯୋଗ ଦେବାକୁ ଡକାଇଥିଲେ। ନିର୍ଦେଶକ ଏବଂ ତାଙ୍କୁ ସ୍ତ୍ରୀ ତାଙ୍କୁ ଝିଅ ଭଳି ସ୍ନେହ ଆଦର କରିଥିଲେ। ସେତେବେଳେ ତାଙ୍କୁ ୧୮ ବର୍ଷ ହୋଇଥିଲା। କିଛି ଦିନ ପରେ ନିର୍ଦେଶକଙ୍କ ସ୍ତ୍ରୀ ଘରେ ନ ଥିବାବେଳେ ନିର୍ଦେଶକ ତାଙ୍କୁ  ଅସଦାଚରଣ କରିବା ଆରମ୍ଭ କରିଥିଲେ। କିନ୍ତୁ ଲୋକଲଜ୍ଜା ଭୟରେ ସେ କାହାକୁ କିଛି କହିପାରି ନ ଥିଲେ। ଦିନକୁ ଦିନ ତାଙ୍କ ସହିତ ଏଭଳି ଆଚରଣ ବଢ଼ିଥିଲା। ଝିଅ ବୋଲି ସମ୍ବୋଧନ କରି ଜଣେ ନିର୍ଦେଶକ ତାଙ୍କ ସହିତ କିପରି ଏହା କରିପାରୁଛନ୍ତି ତାହାକୁ ନେଇ ସେ ବିଚଳିତ ହୋଇପଡ଼ିଥିଲେ।

- Advertisement -

ଶେଷରେ ଗୋଟିଏ ଦିନ ଘରେ ତାଙ୍କର ସ୍ତ୍ରୀ ନ ଥିବାବେଳେ ନିର୍ଦେଶକ ଜଣକ ତାଙ୍କ ସହିତ ଦୁଷ୍କର୍ମ କରିଥିଲେ। ଦୀର୍ଘ ବର୍ଷେ ପର୍ଯ୍ୟନ୍ତ ସେ ଏହିପରି ଯୌନ ଶୋଷଣର ଶିକାର ହୋଇଥିଲେ। ନିର୍ଦେଶକ ଜଣକ ତାଙ୍କୁ ଏକପ୍ରକାର ଯୌନ କ୍ରୀତଦାସ ସଜାଇ ଦେଇଥିଲେ। କିନ୍ତୁ ସେ ନିଜେ ଭୁଲ କରିଥିବା ଜାଣି ନୀରବ ରହିଥିଲେ। ବର୍ତ୍ତମାନ ସରକାର ହେମା କମିଟି ଗଠନ କରି ଚଳଚ୍ଚିତ୍ର ଜଗତରେ ନିର୍ଦେଶକ, ଅଭିନେତା, ପ୍ରଯୋଜକମାନଙ୍କ ଏଭଳି କାର୍ଯ୍ୟକୁ ସାମ୍ନାକୁ ଆଣିବାକୁ ପ୍ରୟାସ କରିଥିବାରୁ ସେ କମିଟି ଆଗରେ ସବୁକିଛି କହିବାକୁ ପ୍ରସ୍ତୁତ ଥିବା କହିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories