www.samajalive.in
Saturday, December 6, 2025
26.1 C
Bhubaneswar

ଜାଣନ୍ତୁ; ସୁପରଷ୍ଟାର ବିଜୟଙ୍କ ‘ଗୋଟ୍‌’, ପ୍ରଥମ ଦିନରେ କରିଛି କେତେ ଆୟ..

ହାଇଦ୍ରାବାଦ : ସାଉଥ୍‌ ସୁପରଷ୍ଟାର ଥଲପତି ବିଜୟଙ୍କ ନୂଆ ଚଳଚ୍ଚିତ୍ର ସାଇନ୍ସ ଫିକ୍ସନ୍‌ ଆକ୍ସନ ଫିଲ୍ମ ‘ଗୋଟ୍‌’ ଅର୍ଥାତ୍‌ ‘ଦି ଗ୍ରେଟେଷ୍ଟ ଅଫ୍‌ ଅଲ୍‌ ଟାଇମ୍‌’ ପ୍ରଶଂସକଙ୍କ ହୃଦୟକୁ ଜିତିଛି । ସେପ୍ଟେମ୍ବର ୪ ପର୍ଯ୍ୟନ୍ତ କେବଳ ଫିଲ୍ମର ଟ୍ରେଲର ଓ ଆଗୁଆ ବୁକିଂ ଚର୍ଚ୍ଚାରେ ରହିଥିବା ବେଳେ ୫ ତାରିଖରେ ବିଶ୍ୱବ୍ୟାପି ଫିଲ୍ମ ରିଲିଜ୍‌ ହେବା ପରେ ପ୍ରଥମ ଦିନର ଆୟ ହଇଚଇ ସୃଷ୍ଟି କରିଛି । ବିଜୟଙ୍କ ପ୍ରଶଂସକଙ୍କ ପାଇଁ ଏହା ଆଉ ଖୁସି ।

ସେପ୍ଟେମ୍ବରରେ ୨ଥର ରାଶି ପରିବର୍ତ୍ତନ କରିବେ ବୁଧ; ଏହି ରାଶିଙ୍କ ବଦଳାଇବେ ଭାଗ୍ୟ, ମିଳିବ ଲାଭ ହିଁ ଲାଭ..

- Advertisement -

ଟ୍ରେଡ୍‌ ଆନାଲିଷ୍ଟ ମନୋବାଲା ବିଜୟବାଲାନ୍ ନିଜର ଟ୍ୱିଟରରେ ଫିଲ୍ମର ପ୍ରଥମ ଦିନର ବିଶ୍ୱବ୍ୟାପି ଆୟର ସୂଚନା ପ୍ରଶଂସକଙ୍କୁ ଦେଇଛନ୍ତି । ଏହାସହ ସପ୍ତାହର ଶେଷ ଦିନ ଫିଲ୍ମ ପାଇଁ ଖୁବ୍‌ ଜରୁରୀ । ମିଳିଥିବା ସୂଚନାନୁଯାୟୀ, ଫିଲ୍ମ ପ୍ରଥମ ଦିନ ତାମିଲନାଡୁରେ ୨୩.୮୭ କୋଟି, ଆନ୍ଧ୍ରପ୍ରଦେଶରରେ ୩.୦୬ କୋଟି, କର୍ଣ୍ଣାଟକରେ ୮.୨୪ କୋଟି, କେରଳରେ ୫.୯୫ କୋଟି, ଅନ୍ୟ ସହରରେ ୧.୬୯ କୋଟି ଆୟ କରିଛି । ଅବଶିଷ୍ଟ ଚଳଚ୍ଚିତ୍ରଟି ୩୪.୧୨ କୋଟି ଟଙ୍କା ରୋଜଗାର କରିଛି । ଏହାପରେ ଭାରତରେ ୭୬.୯୩ କୋଟି ଆୟ ଚଳଚ୍ଚିତ୍ର ହାସଲ କରିଛି ।

ଭାରତରେ ପ୍ରଥମ ଦିନର ରୋଜଗାର ବିଷୟରେ କହିବାକୁ ଗଲେ ଏହି ଫିଲ୍ମ ୪୩ କୋଟି ଟଙ୍କା ରୋଜଗାର କରିଛି, ଫିଲ୍ମ ହ୍ରିତିକ ରୋଶନଙ୍କ ଫାଇଟରକୁ ପଛରେ ଛାଡି ଦେଇଛି। ଫିଲ୍ମର ବଜେଟ୍ ୪୦୦ କୋଟି ହେବ ବୋଲି କୁହାଯାଉଛି, ଯେଉଁଥିପାଇଁ ଏହି ସପ୍ତାହ ଶେଷରେ ଫିଲ୍ମକୁ ଚମତ୍କାର ପ୍ରଦର୍ଶନ କରିବାକୁ ପଡିବ ।

‘ଗୋଟ୍‌’ ବିଷୟରେ କହିବାକୁ ଗଲେ ଏହା ହେଉଛି ଥଲପତି ବିଜୟଙ୍କ ପାନ୍ ଇଣ୍ଡିଆ ଚଳଚ୍ଚିତ୍ର, ଏହି ଫିଲ୍କରେ ବିଜୟଙ୍କ ଡବଲ୍‌ ରୋଲ୍‌ ଦେଖିବାକୁ ମିଳିବ। ସେ ଉଭୟ ପିତା ଓ ପୁଅ ଭୂମିକାରେ ନଜର ଆସିବେ । ଏହି ଫିଲ୍ମରେ ଥଲପତି ବିଜୟଙ୍କ ବ୍ୟତୀତ ମିନାକ୍ଷୀ ଚୌଧୁରୀ, ମାଲବିକା ଶର୍ମା, ପ୍ରଶାନ୍ତ, ରାଘବ ଲରେନ୍ସ, ମୋହନ ମୁଖ୍ୟ ଭୂମିକାରେ ନଜର ଆସିବେ । ଫିଲ୍ମକୁ ଭେଙ୍କେଟ ପ୍ରଭୁ ନିର୍ଦ୍ଦେଶନା ଦେଇଛନ୍ତି ।

Hot this week

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

Related Articles

Popular Categories