www.samajalive.in
Sunday, December 14, 2025
15.1 C
Bhubaneswar

ସେପ୍ଟେମ୍ବରରେ ୨ଥର ରାଶି ପରିବର୍ତ୍ତନ କରିବେ ବୁଧ; ଏହି ରାଶିଙ୍କ ବଦଳାଇବେ ଭାଗ୍ୟ, ମିଳିବ ଲାଭ ହିଁ ଲାଭ..

ସେପ୍ଟେମ୍ବର ମାସ ଗ୍ରହ-ନକ୍ଷତ୍ରଙ୍କ ସ୍ଥିତିରୁ ଖୁବ୍‌ ଖାସ୍‌ । ଏହି ମାସରେ କିଛି ଗ୍ରହ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଚଳନ କରିବେ । ଏହି ଗ୍ରହଙ୍କ ଚଳନ ମଧ୍ୟରେ ଗ୍ରହଙ୍କ ରାଜକୁମାର ବୁଧ ମଧ୍ୟ ଅଛନ୍ତି । ବୁଦ୍ଧି ଓ ବ୍ୟବସାୟର କାରକ ବୁଧ ଗ୍ରହ ସେପ୍ଟେମ୍ବରରେ ଥରେ ନୁହେଁ ବରଂ ୨ ଥର ରାଶି ପରିବର୍ତ୍ତନ କରିବେ । ପ୍ରଥମ ଥର ବୁଧ ସିଂହ ରାଶିରେ ଓ ୨ୟ ଥର ବୁଧ କନ୍ୟା ରାଶିରେ ପ୍ରବେଶ କରିବେ । ବୁଧ ୨ ଥର ରାଶି ପରିବର୍ତ୍ତନ କରିବା ଦ୍ୱାରା କିଛି ରାଶି ବ୍ୟକ୍ତି ବିଶେଷଙ୍କୁ ଅତ୍ୟନ୍ତ ଶୁଭଫଳ ମିଳିବ । ଜାଣନ୍ତୁ..

ବୁଧ ୪ ସେପ୍ଟେମ୍ବରରେ ସିଂହ ରାଶିରେ ପ୍ରବେଶ କରି ସାରିଛନ୍ତି । ସିଂହ ରାଶିରେ ବୁଧ ୨୨ ସେପ୍ଟେମ୍ବର ପର୍ଯ୍ୟନ୍ତ ରହିବେ । ଏହାପରେ ୨୩ ସେପ୍ଟେମ୍ବରରେ ୨୦୨୪ରେ ସୋମବାର ସକାଳ ୯ଟା ୩୦ ମିନିଟରେ କନ୍ୟା ରାଶିରେ ପ୍ରବେଶ କରିବେ ।

- Advertisement -

ବୁଧ ସିଂହ ରାଶିରେ ପ୍ରବେଶ କରିବା ପରେ ବୃଷ, ମିଥୁନ, ସିଂହ, ତୁଳା, ଧନୁ ଏବଂ କୁମ୍ଭ ରାଶି ବ୍ୟକ୍ତି ବିଶେଷଙ୍କୁ ଶୁଭଫଳ ପ୍ରାପ୍ତି ହେବ । ସେହିପରି ବୁଧ କନ୍ୟା ରାଶିରେ ପ୍ରବେଶ କରିବା ପରେ ବୃଷ, ମିଥୁନ, କନ୍ୟା, ବିଛା, ଧନୁ ଓ ମକର ରାଶି ବ୍ୟକ୍ତି ବିଶେଷଙ୍କୁ ଅତ୍ୟନ୍ତ ଶୁଭଫଳ ପ୍ରାପ୍ତି ହେବ।

ବୃଷ ଓ ମିଥୁନ ରାଶି ବ୍ୟକ୍ତି ବିଶେଷଙ୍କୁ ବୁଧଙ୍କ ୨ଥର ଚଳନ ଲାଭଦାୟକ ହେବ । ବୁଧ ମିଥୁନ ଓ କନ୍ୟା ରାଶିଙ୍କ ସ୍ୱାମୀ । ତେଣୁ ଏହି ପ୍ରକାରେ ବୁଧ ନିଜ ରାଶିରେ ଆସିବେ । ବୁଧଙ୍କ ଚଳନ ଫଳରେ ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ଚାକିରି, କର୍ମକ୍ଷେତ୍ର, ଆର୍ଥିକ କ୍ଷେତ୍ର, ବ୍ୟବସାୟ, ସ୍ୱାସ୍ଥ୍ୟରେ ସକରାତ୍ମକ ପରିବର୍ତ୍ତନ ସହ ଲାଭ ହିଁ ଲାଭ ମିଳିବ । କାର୍ଯ୍ୟରେ ସଫଳତା ମିଳିବା ସହ ଦୀର୍ଘ ଦିନରୁ ଅଟକି ଥିବା କାମ ପୂରଣ ହେବ । ଚାକିରିରେ ପଦନ୍ନୋତି ସହ ଦରମା ବୃଦ୍ଧି ହେବ।

ସେହିପରି ୧୦ ଅକ୍ଟୋବରରେ ବୁଧ କନ୍ୟା ରାଶିରୁ ତୁଳା ରାଶିରେ ପ୍ରବେଶ କରିବେ । ଏହାର ପ୍ରଭାବ ସମସ୍ତ ୧୨ ରାଶି ଉପରେ ପଡିବ ।

 

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories