www.samajalive.in
Monday, December 15, 2025
17.1 C
Bhubaneswar

ବାଲୁଗାଁ ରେଳ ଧାରଣାରୁ ଅପରିଚିତ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର

ଚିଲିକା: ଗୁରୁବାର ସଂଧ୍ୟାରେ ଜଣେ ଅପରିଚିତ ବ୍ୟକ୍ତି ରେଳ ଧାରଣା ଦେଇ ଅନ୍ୟ ପ୍ଲାଟଫର୍ମକୁ ଯିବା ସମୟରେ ଏକ ଦୃତଗାମୀ ଟ୍ରେନ ଧକ୍କା ଦେଇଥିଲା । ଯାହା ଫଳରେ ଏହି ବ୍ୟକ୍ତିଙ୍କ ଶରୀର ଖଣ୍ଡ ବିଖଣ୍ଡିତ ହୋଇ ଯାଇଥିଲା । ଘଟଣାରୁ ପ୍ରକାଶ ଗୁରୁବାର ଗୁହାଟି -ତ୍ରିଭେନ୍ଦ୍ରମ ଏକ୍ସପ୍ରେସ ଟ୍ରେନଟି ବାଲୁଗାଁ ରେଳ ଷ୍ଟେସନର ୨ ନମ୍ବର ରେଳ ଧାରଣାରେ ଆସୁଥିଲା।

ଏହି ସମୟରେ ଜଣେ ଅପରିଚିତ ବୃଦ୍ଧ ବ୍ୟକ୍ତି ଜିଆରପି ଅଫିସ ସମ୍ମୁଖ ପ୍ଲାଟଫର୍ମ ୧ରୁ ୨ ନମ୍ବର ପ୍ଲାଟଫର୍ମକୁ ରେଳ ଧାରଣା ଦେଇ ଅତିକ୍ରମ କରୁଥିଲେ। ସେ ରେଳ ଧାରଣା ଅତିକ୍ରମ କରୁଥିବାବେଳେ ଉକ୍ତ ଟ୍ରେନଟି ତାଙ୍କୁ ଧକ୍କା ଦେଇଥିଲା । ଶରୀର ଖଣ୍ଡ ବିଖଣ୍ଡିତ ହୋଇ ଯାଇଥିବାବେଳେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ବାଲୁଗାଁ ରେଳ ବିଭାଗ ଜିଆରପି ପୁଲିସ ମୃତଦେହକୁ ଜବତ କରି ମୃତକଙ୍କ ଠିକଣା ସମ୍ପର୍କରେ ତଦନ୍ତ ଆରମ୍ଭ କରିଛନ୍ତି । ରିପୋର୍ଟ ଲେଖା ହେବା ବେଳକୁ ପୁଲିସ ତଦନ୍ତ ଚଳାଉଥିବା ବେଳେ ମୃତକଙ୍କ ପରିଚୟ ମିଳି ପାରି ନାହିଁ ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories