www.samajalive.in
Monday, December 15, 2025
15.1 C
Bhubaneswar

ଟାଟା ପାୱାରକୁ ସ୍ଥାୟୀ ଲୋକ ଅଦାଲତ ଛାଟ

ଫୁଲବାଣୀ: କନ୍ଧମାଳ ଜିଲା ସ୍ଥାୟୀ ଲୋକ ଅଦାଲତ ସ୍ଥାନୀୟ ଟାଟା ପାଓ୍ବାର କର୍ତ୍ତୃପକ୍ଷଙ୍କୁ  ମନୋମୁଖୀ କାର୍ଯ୍ୟ କଳାପ ଓ ଏକ ଚାଟିଆ ବ୍ୟବସାୟିକ ମନୋବୃତ୍ତି ବିରୋଧରେ ଐତିହାସିକ ରାୟ ପ୍ରକାଶ କରିଛନ୍ତି। ସୂ
ଚନା ପ୍ରକାରେ, ଜିଲା ସ୍ଥାୟୀ ଲୋକ ଅଦାଲତର ଅଧ୍ୟକ୍ଷ ଦୋଳଗୋବିନ୍ଦ ବାରିକ ଓ ସଦସ୍ୟ ଚନ୍ଦ୍ରହାସ ନାୟକ ଫୁଲବାଣୀ ସହରର ସାତ ଜଣ ଆବେଦନକାରୀଙ୍କ  ମାମଲାର  ବିଚାର କରି ଟିପିଏସଓଡିଏଲ  ନିର୍ବାହୀ ଯନ୍ତ୍ରୀଙ୍କୁ ତୁରନ୍ତ ସେମାନଙ୍କ ଜମି ତଥା ଘର ଉପରେ ବିପଦ ଜନକ ଭାବେ ଯାଇଥିବା ୩୩ କେଭି ବିଦ୍ୟୁତ୍ ଲାଇନ ଓ ପୋତା ଯାଇଥିବା ବିଦ୍ୟୁତ୍ ଖୁଣ୍ଟକୁ ହଟାଇବା ପାଇଁ ନିର୍ଦେଶ ଦେଇଛନ୍ତି।  କର୍ତ୍ତୃପକ୍ଷ ସମ୍ପୃକ୍ତ ଜମି ମାଲିକଙ୍କଠାରୁ ଆଗୁଆ ଅନୁମତି  ନେଇ ନ ଥିବା ଏବଂ  ଲାଇନ୍ ଓ ଖୁଣ୍ଟକୁ ସ୍ଥାନାନ୍ତର କରିବା ପାଇଁ ବେଆଇନ୍ ଭାବେ ମାତ୍ରାଧିକ ଟଙ୍କା ଦାବୀ କରିଥିବା  ଅଭିଯୋଗ ହୋଇଥିଲା।
ଯଦି ବିଦ୍ୟୁତ ବିଭାଗ କର୍ତ୍ତୃପକ୍ଷ ଏହି ନିର୍ଦେଶକୁ ଅବମାନନା କରନ୍ତି, ତାହେଲେ ଆବେଦନ କାରୀ ମାନେ ସ୍ଥାନୀୟ ସିଭିଲ ଅଦାଲତରେ ଟାଟାପାୱାର ବିରୋଧରେ ଲିଗାଲ ସର୍ଭିସ ଆକ୍ଟ – ୧୯୮୭ର  ଧାରା ୨୨-ଇ  ପ୍ରକାରେ କୋରଖି ମାମଲା ଦାୟର କରି କାର୍ଯ୍ୟ ହାସଲ କରିପାରିବେ ବୋଲି ଅଦାଲତ ତାଙ୍କ ରାୟରେ ପ୍ରକାଶ କରିଛନ୍ତି।  ମହମଦ ନାସ୍ରୂଲା,  ରାଜଲକ୍ଷ୍ମୀ ସାହୁ, ନରେଶ ମୁଦୁଲି, ରଞ୍ଜନ ମହାନ୍ତିଙ୍କ ସମେତ ସାତ ଜଣ ଏହି ମାମଲା ଦାଏର କରିଥିଲେ।  ସୂଚନାଯୋଗ୍ୟ, ଟାଟା ପାୱାର ଜିଲ୍ଲାରେ ବିଦ୍ୟୁତ୍ ସରବରାହ ଓ ବିତରଣ ଦାୟିତ୍ଵ ନେବା ପରେ କମ୍ପାନୀ ବିରୁଦ୍ଧରେ ବିଭିନ୍ନ ଜମି  ଉପରେ ବିନାନୁମତିରେ ଘର ଉପରେ ବା ନିକଟରେ ତଥା ଜମି ଉପରେ ବିପଦଜ୍ଜନକ ଭାବେ ତାର ଟାଣୁଥିବା  ଅଭିଯୋଗ ହେଉଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories