www.samajalive.in
Monday, December 15, 2025
16.1 C
Bhubaneswar

ଅମ୍ବାନୀ-ଆଦାନୀ ନୁହଁନ୍ତି, ଏହି ବ୍ୟକ୍ତି ହେଉଛନ୍ତି ଦେଶର ସବୁଠୁ ମହଙ୍ଗା ଫ୍ଲାଟର ମାଲିକ

ମୁମ୍ବଇ : ଯେବେ ବି ଦେଶର ସବୁଠାରୁ ମହଙ୍ଗା ଘର କଥା ଆସେ, ସେବେ ସମସ୍ତଙ୍କ ମୁହଁରେ ମୁକେଶ ଅମ୍ବାନୀଙ୍କ ଆଣ୍ଟିଲିଆ କଥା ଆସେ । ଏହାର ଦାମ୍ ପ୍ରାୟ ୧୨ରୁ ୧୫ ହଜାର କୋଟି ଟଙ୍କା ହେବ । ୨୭ ମହଲା ବିଶିଷ୍ଟ ଏହି ଘରେ ହେଲିପ୍ୟାଡ୍, ସ୍ବିମିଂ ପୁଲ, ଥିଏଟର, ଶହ ଶହ ଗାଡି ପାର୍କିଂ ସ୍ଥାନ ସମେତ ଅନେକ ସୁବିଧା ରହିଛି । କିନ୍ତୁ ଏହି ଘରଠୁ ମଧ୍ୟ ଆଉ ଏକ ଦାମୀ ଘର ଭାରତରେ ରହିଛି । ଜାଣିଛନ୍ତି କି ?

ନିକଟରେ ମୁମ୍ବଇରେ ଦେଶର ସବୁଠାରୁ ମହଙ୍ଗା ଫ୍ଲାଟର ଡିଲ୍ ହୋଇଛି । ୩୬୯ କୋଟି ଟଙ୍କାର ଏହି ଫ୍ଲାଟ ଦେଶର ସବୁଠାରୁ ମହଙ୍ଗା ଘର । ଦକ୍ଷିଣ ମୁମ୍ବଇରେ ମାଲାବାର ହିଲ୍ସରେ ସମୁଦ୍ର ଆଡେ ମୁହଁ କରିଥିବା ଏହା ସବୁଠାରୁ ମହଙ୍ଗା ଘର । ଲୋଢା ସମୂହର କମ୍ପାନୀ ମାକ୍ରୋଟେକ୍ ଡେଭଲପର୍ସ ଏହି ବିଳାସପୂର୍ଣ୍ଣ ଅଟ୍ଟାଳିକାକୁ ପ୍ରସ୍ତୁତ କରିଛି ।

- Advertisement -

ଯଦି ଆପଣ ଚିନ୍ତା କରୁଛନ୍ତି କି ମୁକେଶ ଅମ୍ବାନୀ, ଗୌତମ ଆଦାନୀ ବା ରତନ ଟାଟା ଭଳି ଧନୀ ବ୍ୟବସାୟୀ ଏହି ଫ୍ଲାଟ କିଣିଛନ୍ତି ତେବେ ଆପଣ ଭୁଲ ଭାବୁଛନ୍ତି । କହିରଖୁଛୁ ଜଣାଶୁଣା ଉଦ୍ୟେଗପତି ଜେପି ତପାଡିୟା ଦେଶର ସବୁଠାରୁ ମହଙ୍ଗା ଫ୍ଲାଟର ମାଲିକ । ତପାଡିୟା ପରିବାର ଲୋଢା ମାଲାବାର ସୁପର ଲକ୍ସରୀ ରେସିଡେନ୍ସିୟଲ ଟାଓ୍ବରରେ ୨୬, ୨୭ ଓ ୨୮ ତମ ମହଲାର ଟ୍ରିପ୍ଲେକ୍ସ ଫ୍ଲାଟ କ୍ରୟ କରିଛନ୍ତି ।

୧.୦୮ ଏକରରେ ବ୍ୟାପିଥିବା ଆପାର୍ଟମେଣ୍ଟରେ ସବୁ ସୁବିଧା ରହିଛି । ଫ୍ଲାଟ ପାଇଁ ତାପାଡିୟା ପରିବାର ଷ୍ଟାମ୍ପ ଡ୍ୟୁଟି ରୂପେ ୧୯.୦୭ କୋଟି ଟଙ୍କା ପୈଠ କରିଥିଲେ । ଏହି ଆପାର୍ଟମେଣ୍ଟରେ ବଜାଜ ଅଟୋର ଚେୟାରମ୍ୟାନ୍ ନୀରଜ ବଜାଜ ମଧ୍ୟ ୨୯,୩୦ ଏବଂ ୩୧ ତମ ମହଲା ବିଶିଷ୍ଟ ଟ୍ରିପ୍ଲେକ୍ସ କ୍ରୟ କରିଥିଲେ । ଏଥିପାଇଁ ତାଙ୍କୁ ୨୫୨.୫ କୋଟି ଟଙ୍କା ପୈଠ କରିଥିଲେ ।

Hot this week

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

Related Articles

Popular Categories