www.samajalive.in
Monday, December 8, 2025
14.1 C
Bhubaneswar

ଶିକ୍ଷାନୁଷ୍ଠାନରେ ପାଳିତ ହେଉଛି ଶିକ୍ଷକ ଦିବସ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପାର୍ଷାଲି ପଞ୍ଚାୟତରେ ଥିବା କାନସୁର ଏସ ଏସ ଡି ବାଳିକା ଉଚ୍ଚ ବିଦ୍ୟାଳୟରେ ଆଡମ୍ବରରେ ଗୁରୁଦିବସ ପାଳନ କରାଯାଇଛି। ଛାତ୍ରଛାତ୍ରୀ ମାନେ ମହାନ ଶିକ୍ଷାବିତ୍ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମ ଦିବସ ଉପଲକ୍ଷେ ତାଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଦେଇ ଭକ୍ତିପୁତ ପ୍ରଣାମ ଜଣାଇ ଗୁରୁଦିବସ ପାଳନ କରିଛନ୍ତି। ଏଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଞ୍ଜନ କୁମାର ଧଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟଅତିଥି ଭାବେ ଡିଡବ୍ଲୁଇଓ ଭାରତ ଭୂଷଣ ବିଶ୍ୱାଳ ଓ ସମ୍ମାନୀୟ ଅତିଥି ଭାବେ ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥାର ଅବସରପ୍ରାପ୍ତ ସ୍ୱତନ୍ତ୍ର ଅଧିକାରୀ ଚୈତନ୍ୟ ମାଝୀ ଯୋଗ ଦେଇଥିଲେ। ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଛାତ୍ରୀମାନେ ତିଳକ ଲଗାଇ ପାଦରେ ଫୁଲ ଦେଇ ପୂଜାର୍ଚ୍ଚନା କରିବା ସହ ଗୁରୁବନ୍ଦନା ଗାନ କରିଥିଲେ। ଆମ୍ଭର ଅଜ୍ଞାନତା ଦୁରକରି ଜ୍ଞାନର ମାର୍ଗରେ ପରିଚାଳିତ କରିବାରେ ଗୁରୁଙ୍କ ଭୂମିକା ଅତୁଳନୀୟ ବୋଲି ଛାତ୍ରୀମାନେ ମତ ଦେଇଥିଲେ।

ରାଇକିଆ: ଗୁରୁଙ୍କ ପାଇଁ ଦିନଟିଏ। ସେପ୍ଟେମ୍ବର ୫ରେ ଭାରତର ପୂର୍ବତନ ରାଷ୍ଟ୍ରପତି ଓ ମହାନ୍ ଶିକ୍ଷକ ଭାବେ ପରିଚିତ ଡ଼ ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜନ୍ମଦିନ। ଏହି ଦିନକୁ ଗୁରୁଦିବସ ରୂପେ ପାଳନ କରାଯାଏ। ଏହି ଅବସରରେ ରାଇକିଆ ବିଜୟ ଉଚ୍ଚ ବିଦ୍ୟାଳୟ, ସେଣ୍ଟ୍ କ୍ୟାଥରିନ ବାଳିକା ବିଦ୍ୟାଳୟ, ଇଂରାଜୀ ମାଧ୍ୟମିକ ସ୍କୁଲ ସରକାରୀ ବାଳିକା ବିଦ୍ୟାଳୟ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ବେରେଡାକି ସେବା ଶ୍ରମ, କସ୍ତୁରବା ଗାନ୍ଧୀ ବିଦ୍ୟାଳୟ ପରି ବ୍ଲକର ବିଭିନ୍ନ ବିଦ୍ୟାଳୟରେ ଗୁରୁଦିବସ ପାଳିତ ହୋଇଛି। ତାଙ୍କ ଫଟୋ ଚିତ୍ରରେ ଫୁଲମାଳ, ପ୍ରଦୀପ ପ୍ରଜ୍ବଳନ କରାଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଛାତ୍ର ଛାତ୍ରୀଙ୍କ ପକ୍ଷରୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ସହ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଚନ୍ଦନ ଟିକା ଦେଇ ବନ୍ଦାପନା କରି ଆଶିର୍ବାଦ ଭିକ୍ଷା କରିଥିଲେ ଏବଂ ଉପହାର ପ୍ରଦାନ କରିଥିଲେ। ଛାତ୍ର ଛାତ୍ରୀଙ୍କ ଦ୍ବାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

- Advertisement -

ଗଞ୍ଜାମ: ଗଞ୍ଜାମ ବ୍ଲକ ଅନ୍ତର୍ଗତ ସନ୍ତୋଷପୁର ଗ୍ରାମ ପଞ୍ଚାୟତ ଅଧିନସ୍ଥ ସାନ ଗୋପାଳପୁରର ବାବା ମଲିକେଶ୍ୱର କଲ୍ୟାଣ ମଣ୍ଡପରେ ଗଞ୍ଜାମ ବ୍ଲକ ମିଳିତ ଶିକ୍ଷକ ସଂଘ ତରଫରୁ ଡ଼ ସର୍ବପଲ୍ଲୀ ରାଧାକ୍ରିଷ୍ଣନ ଜନ୍ମ ଜୟନ୍ତୀ ଉପଲକ୍ଷେ ବ୍ଲକସ୍ତରୀୟ ଗୁରୁ ଦିବସ ପାଳିତ ହୋଇଯାଇଛି। ଓଡ଼ିଶା ରାଜ୍ୟ ପିଷ୍ଟା (ଏନପିସ) ସଂଘର କାର୍ଯ୍ୟକାରୀ ସଭାପତି କୃଷ୍ଣ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଗୁରୁପୁଜନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ଉପ ବାଚସ୍ପତି ରାମଚନ୍ଦ୍ର ପଣ୍ଡା, ସମ୍ମାନିତ ଅତିଥି ରୂପେ ଗଞ୍ଜାମ ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ବ୍ଲକ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବିଜୟ ଚନ୍ଦ୍ର ବେହେରା, ବିଶିଷ୍ଟ ସମାଜସେବୀ ବଂଶୀଧର ଗୌଡ, ଜିଲ୍ଲା ପରିଷଦ ସଭ୍ୟ ସନାତନ ବେହେରା, ପୂର୍ବତନ ସରପଞ୍ଚ ରାମ ଚନ୍ଦ୍ର ନାୟକ, ସନ୍ତୋଷପୁର ସରପଞ୍ଚ କବିତା ସାହୁ, ସମିତି ସଭ୍ୟ ଏସ୍ କବିତା ରେଡି, ସହିଦ ଭଗତ ସିଂ କଲେଜର ପୂର୍ବତନ ଅଧ୍ୟକ୍ଷ ଦଣ୍ଡପାଣି ମହାପାତ୍ର ଏବଂ ମୁଖ୍ୟ ବକ୍ତା ଭାବେ ରାଜ୍ୟ ପୁରସ୍କାର ପ୍ରାପ୍ତ ପୂର୍ବତନ ପ୍ରଧାନ ଶିକ୍ଷକ ବିଜୟ କୁମାର ବିଶ୍ବାଳ ପ୍ରମୁଖ ଯୋଗ ଦେଇ ପବିତ୍ର ଗୁରୁଦିବସ-ଜୀବନ ଦର୍ଶନ ଏବଂ ଗୁରୁ ଶିଷ୍ୟ ପରମ୍ପରା ଉପରେ ଆଲୋକପାତ କରିଥିଲେ। ସାନଗୋପାଳପୁର ଗ୍ରାମବାସୀ ପକ୍ଷରୁ ପୂର୍ବାହ୍ନରେ ସମସ୍ତ ନିମନ୍ତ୍ରିତ ଅତିଥି ଓ ଶିକ୍ଷକମାନଙ୍କୁ ସମର୍ଦ୍ଧନା ସ୍ୱରୂପ ଉତ୍ତରୀୟ ପ୍ରଦାନ କରାଯାଇ ଶୋଭାଯାତ୍ରାରେ ଗ୍ରାମ୍ୟ ପରିଭ୍ରମଣ କରାଯାଇ ଥିଲା। କାର୍ଯ୍ୟକ୍ରମ ପ୍ରାରମ୍ଭରେ ସନ୍ତୋଷପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ସ୍ବାଗତ ସଂଗୀତ ଗୁରୁ ବନ୍ଦନା ଗାନ କରିଥିଲେ। ଶିକ୍ଷକ ବସନ୍ତ ସାସମଲ ଅତିଥି ପରିଚୟ ଓ ସୁଦର୍ଶନ ତ୍ରିପାଠୀ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଅବସରପ୍ରାପ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧନା ଦିଆଯାଇଥିଲା। ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟ ରୂପେ ଓଡ଼ିଶୀ ନୃତ୍ୟ ଓ ଗୀତ ପରିବେଷଣ କରା ଯାଇଥିଲା। ଶିକ୍ଷକ ଶେଷଦେବ ବେହେରା ଓ ବସନ୍ତ ସାସମଲ୍ ମିଳିତ ଭାବେ ମଞ୍ଚ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ବ୍ଲକ ମିଳିତ ଶିକ୍ଷକ ସଂଘ ପକ୍ଷରୁ ଶିକ୍ଷକ ନେତା (ଏୟୁପିଟିଏଫ୍) ପ୍ରଶାନ୍ତ କୁମାର ବେହେରା, ଅଭିରାମ ନାୟକ, ଭବାନୀ ଶଙ୍କର ପଟ୍ଟନାୟକ, (ପିଏସଟିଏ) ଗଜେନ୍ଦ୍ର ମାଝୀ, ଲକ୍ଷ୍ମଣ ନାହାକ, ଜୟକୃଷ୍ଣ ତ୍ରିପାଠୀ, ପ୍ରଶାନ୍ତ କୁମାର ଚୌଧୁରୀ, ବିଜୟ କୁମାର ମହାନ୍ତି ପ୍ରମୁଖ କର୍ମକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉତ୍ସାହିତ କରିଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories