www.samajalive.in
Saturday, December 6, 2025
15.1 C
Bhubaneswar

କୋଶଲେଶ୍ୱରୀ ପୀଠରେ ଲାଗି ହେଲା ନବାନ୍ନ ଚରୁ

ଟିଟିଲାଗଡ : ପ୍ରାଚୀନ ପରମ୍ପରା ମୁତାବକ ସପ୍ତପୁରୀ ଅମାବାସ୍ୟା ତିଥିରେ କୁମୁଡିପଦର ଲଇତରା ସ୍ଥିତ କୋଶଲେଶ୍ୱରୀ ମହାଶକ୍ତି ପୀଠରେ ନବାନ୍ନ ଚରୁ ଅର୍ପଣ ହୋଇଛି । ଏନେଇ ସେବାୟତ ପ୍ରଥମେ ମାଁଙ୍କ ସୁନାବେଡା ଜମିରୁ ପୂଜାବିଧି, ଆବାହନ କରି ନୁଆଁ ଧାନ ସଂଗ୍ରହ କରି ଏଥିରୁ ଚରୁ ପ୍ରସ୍ତୁତ କରିଥିଲେ। ଦେଵୀଙ୍କୁ ପର୍ବତ ଯନ୍ତ୍ରରେ ଚାମଣ୍ଡା ମନ୍ତ୍ରରେ ଯଜ୍ଞ କୁଣ୍ଡରେ ଚରୁ ପ୍ରଦାନ କରାଯାଇଥିଲା । ଦେବୀଙ୍କ ସେବାୟତ ଦେଶ ଜାନୀ ପର୍ମା ମାଝୀ, ଚେର ମାଝୀ, ମଣ୍ଟୁ ଜାନୀ, କୃପା ଜାନୀ ପୀଠ ପୂଜକ ରାୟସିଂ ମାଝୀ, ପାଟଜାନୀ ବଳରାମ ମାଝୀ ପ୍ରମୁଖ ପୂଜାବିଧି ସମ୍ପନ୍ନ କରିଥିଲେ। ପଣ୍ଡିତ କ୍ଷମଦା ପ୍ରସାଦ ମହାପାତ୍ର ଯଜ୍ଞ ଅନୁଷ୍ଠାନ ସମ୍ପନ୍ନ କରିଥିଲେ। ସାବରୀ ତନ୍ତ୍ର ମତରେ ଦେବୀ ଏହି ଦିନ ଧରାପୃଷ୍ଠକୁ ଅବତରଣ ସହ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜନପଦର ପରମ୍ପରା ମତେ ଭିନ୍ନ ଭିନ୍ନ ଦିବସରେ ଇଷ୍ଟ ଦେବୀ ରୂପରେ ନବାନ୍ନ ଗ୍ରହଣ କରିଥାନ୍ତି ବୋଲି ବିଶିଷ୍ଟ ଗବେଷକ ଡ. ଦୋଳଗୋବିନ୍ଦ ବିଶି କହନ୍ତି। ଆଜିର ପୂଜା ଅନୁଷ୍ଠାନରେ ଡ଼. ବିଶିଙ୍କ ସମେତ ପୀଠ ପରିଚାଳନା କମିଟି ସଭାପତି ନିତ୍ୟାନନ୍ଦ ମାଝୀ, ସମ୍ପାଦକ ଅଗସ୍ତି ସାହୁ, ସଦସ୍ୟ ପ୍ରଫୁଲ୍ଲ ମିଶ୍ର, ସଦାନନ୍ଦ ହୋତା, ନୀଳାମ୍ବର ରଣା, ଧନିରାମ ବେହେରା, କୈଳାସ ବେହେରା, ବିଶିକେଶନ ବେହେରା, ରାମପ୍ରସାଦ ବାଗ ତଥା ଆଖପାଖ ଗ୍ରାମର ବହୁ ସଂଖ୍ୟାରେ ଭକ୍ତ, ଶ୍ରଦ୍ଧାଳୁ ଅଂଶ ଗ୍ରହଣ କରିଥିଲେ।

ଜିଓ ଆଣିଲା ଜବରଦସ୍ତ ଶସ୍ତା ପ୍ଲାନ୍‌ ; ମିଳିବ ଏସବୁ ସୁବିଧା..

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories