www.samajalive.in
Sunday, December 7, 2025
14.1 C
Bhubaneswar

କଲ୍ୟାଣସିଂହପୁରରେ ୨୦ ବିଦ୍ୟାର୍ଥୀ ମୁଖ୍ୟମନ୍ତ୍ରୀ ଓଡ଼ିଆ ଭାଷା ବୃତ୍ତି ପାଇବାକୁ ଯୋଗ୍ୟ ବିବେଚିତ

କଲ୍ୟାଣସିଂହପୁର: ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକରେ ଥିବା ଉଚ୍ଚ ବିଦ୍ୟାଳୟର ୨୦ ଜଣ ଛାତ୍ରଛାତ୍ରୀ ୨୦୨୩-୨୪ଶିକ୍ଷା ବର୍ଷରେ ମୁଖ୍ୟମନ୍ତ୍ରୀ ଓଡ଼ିଆ ଭାଷା ବୃତ୍ତି ପୁରସ୍କାର ରାଶି ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ବିଦ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ଏହି ୨୦ଜଣ ଛାତ୍ରଛାତ୍ରୀ ମଧ୍ୟରୁ ଶିକରପାଇ ସରକାରୀ ଉଚ୍ଚ ବିଦ୍ୟାଳୟର ୫ ଜଣ ବିଦ୍ୟାର୍ଥୀ ହେଲେ ତୃପ୍ତିମୟୀ ରାଉତ(ଦ୍ବିତୀୟ ସ୍ଥାନ), ଗୌରୀ ନାୟକ(ଚତୁର୍ଥ ସ୍ଥାନ), ଲିଙ୍ଗରାଜ ଖଣ୍ଡରୀଆ(ସପ୍ତମ ସ୍ଥାନ), ସୁଶ୍ରୀ ପୁନମ ଖଣ୍ଡରୀଆ(ଅଷ୍ଟମ ସ୍ଥାନ), ଦେବଦର୍ଶନ ଜେନା(ଷୋଡ଼ଶ ସ୍ଥାନ)। ବିଦ୍ୟାଳୟର ପ୍ରଧାନଶିକ୍ଷକ ରଞ୍ଜୀତ କୁମାର ଗିରି, ସହକାରୀ କଳା ଶିକ୍ଷକ ତାପସ କୁମାର ଦଳାଇ ଓ ଅନ୍ୟାନ୍ୟ ଶିକ୍ଷକ/ଶିକ୍ଷୟିତ୍ରୀ, କର୍ମଚାରୀ କୃତୀ ବିଦ୍ୟାର୍ଥୀଙ୍କୁ ଅଭିନନ୍ଦନ ଜଣାଇବା ସହ ଉଜ୍ଜ୍ବଳ ଭବିଷ୍ୟତ କାମନା କରିଛନ୍ତିି। ସେହିପରି କଲ୍ୟାଣସିଂହପୁର ବ୍ଲକରେ ପାର୍ସାଲି ଏସଏସଡି ଉଚ୍ଚ ବିଦ୍ୟାଳୟରେ ୧ଜଣ, ବୁଡାଗୁଡା ଏସଏସଡି ଉଚ୍ଚ ବିଦ୍ୟାଳୟରେ ୩ଜଣ, ପୁଜାରୀଗୁଡ଼ା ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ୨ଜଣ, କଲ୍ୟାଣସିଂହପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ୪ଜଣ, ଜଗନ୍ନାଥପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ୨ଜଣ, ମାଝିଗୁଡ଼ା ଉନ୍ନୀତ ଉଚ୍ଚବିଦ୍ୟାଳୟରେ ୧ଜଣ, ସେରିଗୁମା ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ୧ ଜଣ, ସୁଳିପଦର ଉନ୍ନୀତ ବିଦ୍ୟାଳୟରେ ୧ଜଣ ଛାତ୍ରଛାତ୍ରୀ ପୁରସ୍କୃତ ହେବା ପାଇଁ ମନୋନୀତ ହୋଇଛନ୍ତି। ରାୟଗଡ଼ା ଜିଲାରେ ମୋଟ ୨୨୦ ଜଣ ବିଦ୍ୟାର୍ଥୀ ଏହି ପୁରସ୍କାର ପାଇବା ପାଇଁ ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ଯୋଗ୍ୟ ବିବେଚିତ ହୋଇଥିବା ଜଣାପଡ଼ିଛି।

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories