www.samajalive.in
Sunday, December 14, 2025
18.1 C
Bhubaneswar

ଆସ୍ଥାନା ବିରୋଧୀ ମାମଲାରୁ ଓହରିଲେ ସିବିଆଇ ଅଧିକାରୀ

ନୂଆଦିଲ୍ଲୀ : ସିବିଆଇ ଡିଆଇଜି ଏମ୍‌. କେ. ସିହ୍ନା ସଂସ୍ଥାର ସ୍ବତନ୍ତ୍ର ନିର୍ଦେଶକ ରାକେଶ ଆସ୍ଥାନାଙ୍କ ବିରୋଧରେ ଥିବା ଦୁର୍ନୀତି ମାମଲାର ତଦନ୍ତରୁ ଓହରି ଯାଇଛନ୍ତି। ଦୀର୍ଘ ୭୭ ଦିନ ପରେ ସିବିଆଇ ନିର୍ଦେଶକ ଭାବେ ପୁନଃ ଦାୟିତ୍ବ ଗ୍ରହଣ କରିବା ପରେ ଆଲୋକ ବର୍ମା ସଂସ୍ଥାରେ ବ୍ୟାପକ ଅଦଳ ବଦଳ କରିଛନ୍ତି। ଏଥିକ୍ରମେ ସିହ୍ନାଙ୍କୁ ବ୍ୟାଙ୍କିଙ୍ଗ, ନିରାପତ୍ତା ଏବଂ ଠକେଇ ମାମଲା ସମ୍ବନ୍ଧୀୟ ସେଲ (ବିଏସ୍‌ଏଫ୍‌ସି) ଏବଂ ଆସ୍ଥାନାଙ୍କ ବିରୋଧରେ ଥିବା ଦୁର୍ନୀତି ମାମଲାର ତଦନ୍ତ କରୁଥିବା ଏସି-୩ ୟୁନିଟର ଦାୟିତ୍ବ ପ୍ରଦାନ କରାଯାଇଥିଲା। ସିହ୍ନା ବିଏସ୍‌ଏଫ୍‌ସି ୟୁନିଟର ଦାୟିତ୍ବ ଗ୍ରହଣ କରିଥିଲେ ମଧ୍ୟ ଏସି-୩ ୟୁନିଟରୁ ତାଙ୍କୁ ଦୂରେଇ ରଖିବାକୁ ପ୍ରସ୍ତାବ ଦେଇଥିଲେ। ବର୍ମା ଏବଂ ଆସ୍ଥାନାଙ୍କ ମଧ୍ୟରେ ବିବାଦକୁ କେନ୍ଦ୍ର କରି ସେ ଏଭଳି ପଦକ୍ଷେପ ଗ୍ରହଣ କରିଥିବା ବିଶେଷ ସୂତ୍ରରୁ ଜଣାପଡିଛି। ସୂଚନାନୁସାରେ ତଦନ୍ତର ସ୍ବାର୍ଥ ଦୃଷ୍ଟିରୁ ତାଙ୍କୁ ଏହି ମାମଲାର ତଦନ୍ତ ଦାୟିତ୍ବ ନ ଦିଆଯାଉ ବୋଲି ସିହ୍ନା ବର୍ମାଙ୍କୁ ନିବେଦନ କରିଥିଲେ। ତାଙ୍କର ଏହି ପ୍ରସ୍ତାବକୁ ଗ୍ରହଣ କରାଯାଇଛି। ଉଲ୍ଲେଖ ଯେ ଅକ୍ଟୋବର ୨୩ରେ ରାତିଅଧିଆ ନିଷ୍ପତ୍ତି କ୍ରମେ ସଂସ୍ଥା ଅନ୍ତରୀଣ ନିର୍ଦେଶକ ଭାବେ ଏମ୍‌. ନାଗେଶ୍ବର ରାଓ ଦାୟିତ୍ବ ଗ୍ରହଣ କରିବା ପରେ ଡିଆଇଜି ସିହ୍ନାଙ୍କ ସମେତ କେତେକ ଅଧିକାରୀଙ୍କୁ ବଦଳି କରାଯାଇଥିଲା। ପୁନଃ କାର୍ଯ୍ୟରେ ଯୋଗ ଦେବା ପରେ ବର୍ମା ସିହ୍ନାଙ୍କ ସମେତ ଅନ୍ୟ କେତେକ ଅଧିକାରୀଙ୍କ ବଦଳି ନିର୍ଦେଶ ପ୍ରତ୍ୟାହାର କରିଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories