www.samajalive.in
Friday, December 12, 2025
15.1 C
Bhubaneswar

 କାଳିଆ ଯୋଜନା ପାଇଁ ଜେରକ୍ସ ଫର୍ମରେ ମଧ୍ୟ ଆବେଦନ : କୃଷି ସଚିବ

ଭୁବନେଶ୍ୱର :  କାଳିଆ ଯୋଜନା ନିମନ୍ତେ ଜେରକ୍ସ ଫର୍ମରେ ମଧ୍ୟ ଆବେଦନ କରାଯାଇପାରିବ । କୃଷି  ବିଭାଗର ପ୍ରମୁଖ ସଚିବ ସୌରଭ ଗର୍ଗ ଏହି ସୂଚନା ଦେଇଛନ୍ତି। ଜେରକ୍ସ ଫର୍ମରେ ମଧ୍ୟ କାଳିଆ ଯୋଜନାରେ ପଞ୍ଜିକରଣ କରାଯାଇପାରିବ ବୋଲି ଶ୍ରୀ ଗର୍ଗ କହିଛନ୍ତି । ପ୍ରଥମ ପର୍ଯ୍ୟାୟ ଆବେଦନର ଶେଷ ତାରିଖ ଜାନୁଆରୀ ୧୫ ରହିଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ଅବେଦନ ଜାନୁଆରୀ ୨୫ରୁ ଆରମ୍ଭ ହୋଇ ଫେବୃଆରୀ ୫ ଯାଏଁ ଚାଲିବ ।  ତେବେ ତୃତୀୟ ପର୍ଯ୍ୟାୟ ଆବେଦନ ପାଇଁ କୌଣସି ତାରିଖ ଘୋଷଣା କରାଯାଇନାହିଁ ।

ତେବେ ଫର୍ମ ବିକ୍ରି ଅଭିଯୋଗରେ ୨ଜଣଙ୍କୁ ଗିରଫ କରାଯାଥିବା କୃଷି ସଚିବ କହିଛନ୍ତି । କୌଣସି ଯୋଗ୍ୟ ହିତାଧିକାରୀ ଯେପରି ବାଦ ନପଡନ୍ତି  ତାହାକୁ ଦୃଷ୍ଟିରେ ରଖି କାର୍ଯ୍ୟ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ତେବେ ଆବେଦନ ଶେଷ ହେଲେ ଫର୍ମ ଯାଞ୍ଚ କରାଯାଇ ହିତାଧିକାରୀ ଚୟନ କରାଯିବେ ବୋଲି ସେ କହିଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories