www.samajalive.in
Sunday, December 14, 2025
16.1 C
Bhubaneswar

ଶୀଲା ଦିକ୍ଷୀତ ହେଲେ ଦିଲ୍ଲୀ ପ୍ରଦେଶ କଂଗ୍ରେସ ସଭାପତି

ନୂଆଦିଲ୍ଲୀ : ବରିଷ୍ଠ କଂଗ୍ରେସ ନେତା ଅଜୟ ମାକେନ୍‍ ଦିଲ୍ଲୀ ପ୍ରଦେଶ କଂଗ୍ରେସ ସଭାପତି ପଦ ଛାଡ଼ିବାର ୫ ଦିନ ପରେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦିକ୍ଷୀତଙ୍କୁ ତାଙ୍କ ସ୍ଥାନରେ ଅବସ୍ଥାପିତ କରାଯାଇଛି। ସ୍ୱାସ୍ଥ୍ୟଗତ କାରଣରୁ ଜାନୁଆରୀ ୪ରେ ନିଜ ପଦରୁ ଇସ୍ତଫା ଦେଇଥିବା ମାକେନ୍‍ ନୂଆ ପ୍ରଦେଶ କଂଗ୍ରେସ ସଭାପତି ଶୀଲାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଦିଲ୍ଲୀ କଂଗ୍ରେସ ଦାୟିତ୍ୱରେ ଥିବା ଏଆଇସିସି ସଦସ୍ୟ ପିସି ଚାକୋ କହିଛନ୍ତି ଯେ ପ୍ରଦେଶ କଂଗ୍ରେସର ନୂଆ ସଭାପତି ଭାବେ ଶୀଲାଙ୍କୁ ଓ କାର୍ଯ୍ୟକାରୀ ସଭାପତି ଭାବେ ଦେବେନ୍ଦ୍ର ଯାଦବ, ରାଜେଶ ଲିଲୋଥିଆ, ହାରୁନ ୟୁସୁଫଙ୍କୁ ନିଯୁକ୍ତି ଦିଆଯାଇଛି। ୮୦ ବର୍ଷିୟା ଶୀଲା ଦିକ୍ଷୀତ ବାଦଲି ବିଧାନସଭା ଆସନରୁ ୨ଥର ବିଧାୟିକା ଭାବେ ନିର୍ବାଚିତ ହୋଇଥିବାବେଳେ ଏଆଇସିସି ସମ୍ପାଦକ ଭାବେ କାର୍ଯ୍ୟ କରିଛନ୍ତି। ଶୀଲା ଦିକ୍ଷୀତ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ୧୯୯୮-୨୦୧୩ ପର୍ଯ୍ୟନ୍ତ ସର୍ବାଧିକ ସମୟ କାର୍ଯ୍ୟ କରିଛନ୍ତି।

ପ୍ରକାଶଯୋଗ୍ୟ ଯେ ୨୦୧୫ରେ ଦିଲ୍ଲୀ ପ୍ରଦେଶ କଂଗ୍ରେସର ସଭାପତି ଭାବେ ମାକେନ୍‍ ଦାୟିତ୍ୱ ଗ୍ରହଣ କରିଥିଲେ। ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଗତ ବର୍ଷ ସେପ୍ଟେମ୍ବର ମାସରେ ସେ ଇସ୍ତଫା ଦେବାକୁ ଚାହୁଁଥିଲେ ହେଁ କଂଗ୍ରେସ ହାଇକମାଣ୍ଡ ଏଥିରେ ରାଜି ହୋଇ ନଥିଲେ। ମାକେନ୍‍ଙ୍କ ଇସ୍ତଫା ପରେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦିକ୍ଷୀତ ସେହି ଦାୟିତ୍ୱ ତୁଲାଇବାକୁ ନିଜ ଆଡ଼ୁ ପ୍ରସ୍ତାବ ଦେଇଥିଲେ ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories