www.samajalive.in
Saturday, December 13, 2025
26.1 C
Bhubaneswar

ତାଲିବାନ ଆକ୍ରମଣରେ ୩୦ ସୁରକ୍ଷା କର୍ମୀ ମୃତ

କାବୁଲ : ଆଫଗାନିସ୍ତାନର ୪ଟି ଚେକପୋଷ୍ଟରେ ଗୁରୁବାର ତାଲିବାନ ଆତଙ୍କବାଦୀଙ୍କ ଆକ୍ରମଣରେ ୩୦ ଜଣ ସୁରକ୍ଷା କର୍ମୀ ଓ ୨ ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ଘଟିଛି। ତାଲିବାନ ଆତଙ୍କବାଦୀମାନେ ଆଫଗାନିସ୍ତାନର କୁନ୍ଦୁଜ, ବାଘଲାନ, ତାଖାର ଏବଂ ପଶ୍ଚିମ ବାଦଘିସ୍‍ ଅଞ୍ଚଳର ଚେକପୋଷ୍ଟ ଉପରେ ଆକ୍ରମଣ କରିଥିଲେ। ତାଲିବାନ ଆତଙ୍କବାଦୀ ଓ ଆଫଗାନିସ୍ତାନରେ ଆମେରିକାର ସ୍ୱତନ୍ତ୍ର ପ୍ରତିନିଧିଙ୍କ ମଧ୍ୟରେ ୩ଟି ପର୍ଯ୍ୟାୟ କଥାବାର୍ତ୍ତା ପରେ ଚଳିତ ସପ୍ତାହରେ ୪ର୍ଥ ପର୍ଯ୍ୟାୟ ଆଲୋଚନା ହେବାକୁ ଥିଲା। ତେବେ ଏହି କଥାବାର୍ତ୍ତାକୁ ତାଲିବାନ ଆତଙ୍କବାଦୀମାନେ ବାତିଲ କରିବା ପରେ ଆଫଗାନିସ୍ତାନ ସୁରକ୍ଷା କର୍ମୀଙ୍କୁ ଆକ୍ରମଣ କରିଛନ୍ତି। କୁନ୍ଦୁଜ ଜିଲା କ୍ୱାଲା-ଇ-ଜାଲ ସଂଗଠନ ମୁଖ୍ୟ ଆହମ ଫାହିମ୍‍ କହିଛନ୍ତି ଯେ ଗୁରୁବାର ସକାଳେ ବହୁ ସଂଖ୍ୟାରେ ତାଲିବାନ ଆତଙ୍କବାଦୀ ଚେକପୋଷ୍ଟଗୁଡ଼ିକରେ ଆକ୍ରମଣ କରିଥିଲେ। ଏଥିରେ ୧୦ ଜଣ ସୈନ୍ୟ ଏବଂ ପୁଲିସ୍‍ କର୍ମୀଙ୍କ ମୃତ୍ୟୁ ଘଟିଥିଲା ଓ ୧୧ ଜଣ ଆହତ ହୋଇଥିଲେ। ସେହିପରି ଗୁଳି ବିନିମୟରେ ୨୫ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି ବୋଲି ସେ ଦାବି କରିଛନ୍ତି। ବାଘଲାନ ଏବଂ ତାଖାର ଅଞ୍ଚଳରେ ତାଲିବାନ ଆତଙ୍କବାଦୀଙ୍କ ଆକ୍ରମଣରେ ୧୬ ଜଣ ନାଗରିକ ସେନା (ସରକାରୀ ରକ୍ଷୀ)ଙ୍କ ମୃତ୍ୟୁ ଘଟିଛି। ବାଦ୍‍ଘିସ୍‍ରେ ତାଲିବାନ ଆତଙ୍କବାଦୀଙ୍କ ଆକ୍ରମଣରେ ୬ ଜଣ ସୁରକ୍ଷା କର୍ମୀଙ୍କ ମୃତ୍ୟୁ ଘଟିଛି ଓ ୧୦ ଜଣ ଆହତ ହୋଇଛନ୍ତି ବୋଲି ପ୍ରଦେଶ ମୁଖ୍ୟ ଜମାଶିଦ୍‍ ଶାହାବୀ କହିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories