www.samajalive.in
Friday, December 12, 2025
16.1 C
Bhubaneswar

ଚୋରି କରି ପଳାଉଥିବା ବେଳେ ୯  ମହଲାରୁ ଖସି ଚୋରର ମୃତ୍ୟୁ

ଗାଜିଆବାଦ..- ଏକ  ଆପାର୍ଟମେଣ୍ଟରୁ ସୁନା ଗହଣା ସହ ଅନେକ ଅଳଙ୍କାର ଚୋରି କରି ପଳାଉଥିବା ବେଳେ  ୯ ମହଲାରୁ ଖସି ପଡିବାରୁ ଏକ ଚୋରର ମୃତ୍ୟୁ ହୋଇଛି । ଦିଲ୍ଲୀ ନିକଟସ୍ଥ  ଗାଜିବାଦ ଅଞ୍ଚଳରେ ଏହି ଘଟଣା ଘଟିଛି ।

ଧର୍ମେନ୍ଦ୍ର କୁମାର ନାମକ ଏହି ଚୋର ଏକ ଖେଳନା ବନ୍ଧୁକ, ଲଙ୍କା ଗୁଣ୍ଡ, ତାର କଟର , ପେଚକଷ ଓ ଟର୍ଚ ଧରି  ଚୋରି କରିବା ପାଇଁ ଆପାର୍ଟମେଣ୍ଟ ମଧ୍ୟରେ ପ୍ରବେଶ କରିଥିଲା । ସେ ମଙ୍କି କ୍ୟାପ ପିନ୍ଧି ଏହି ଆପାର୍ଟମେଣ୍ଟରେ ପାଚେରୀ ଡେଇଁ ଚୋରି କରିବା ପାଇଁ ପ୍ରବେଶ କରିଥିଲା । ଚୋରି  କରିବା ସମୟରେ  ସୁରକ୍ଷା କର୍ମୀମାନେ ତାକୁ ଦେଖି ଦେଇଥିଲେ ।  ସେ ଖସିବା ପାଇଁ ରାସ୍ତା ନ ପାଇବାରୁ ଫ୍ଲାଟରେ ଥିବା ଗ୍ୟାସ ପାଇପଲାଇନ୍‌ ଧରି ତଳକୁ ଓହ୍ଲାଇବା  ପାଇଁ ଚେଷ୍ଟା  କରୁଥିଲା । ମାତ୍ର ପାଇପ ଲାଇନ୍‌ ଭାଙ୍ଗି ଯିବାରୁ ତଳେ ପଡି ଚୋରର ମୃତ୍ୟୁ ହୋଇଛି ।

- Advertisement -

ଚୋର ଚୋରି କରିବାକୁ ପଶିଥିବା ଫ୍ଲାଟର ଦମ୍ପତି ରାତ୍ରୀ ସମୟରେ ନିଜ କାର୍ଯ୍ୟାଳୟରେ କାମ କରି ଥାଆନ୍ତି । ଚୋରି କରୁଥିବା ଧର୍ମେନ୍ଦ୍ର ଦିଲ୍ଲୀର ବାସିନ୍ଦା ହୋଇଥିବା ବେଳେ, ଆଗରୁ ସେ ଦିଲ୍ଲୀ ଓ ଗୁଜୁରାଟରେ ଚାରି କରିବା ଅଭିଯୋଗରେ ଗିରଫ ହୋଇଛି । ଏହି ଆପାର୍ଟମେଣ୍ଟରେ ସୁରକ୍ଷା ବ୍ୟବସ୍ଥା ବେଶ୍‌ କଡା ।  ବନ୍ଧୁକଧାରୀ ସୁରକ୍ଷା କର୍ମୀ ରହିଛନ୍ତି । ୧୬ଟି ସିସି ଟିଭି କ୍ୟାମେରା ଲାଗିଛି । ଏତେ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ  ଚୋରି କିପରି ପ୍ରବେଶ କଲା ପୁଲିସ ତାହାର ତଦନ୍ତ କରୁଛି । ପଲୁସ ଚୋର ଠାରୁ ନଗଦ ଟଙ୍କା ସହ ଗହଣା ଜବତ କରିଛି ।

 

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories