www.samajalive.in
Sunday, December 14, 2025
18.1 C
Bhubaneswar

୧୪ ଦିନ ଧରି ଏଟିଏମ୍‌ ବାହାରେ ଜଗି ରହି  ଠକକୁ ଧରିଲେ ମହିଳା

ମୁମ୍ବଇ .- ଏଟିଏମ୍‌ ଭିତରେ ଠକେଇର ଶିକାର ହୋଇଥିବା ଜଣେ ମହିଳା ୧୪ ଦିନ ଧରି  ଲଗାତାର ଏଟିଏମ୍‌ ବାହାରେ ଜଗି ରହିବା ପରେ ତାଙ୍କୁ ଠକିଥିବା ଲୋକକୁ ଧରିବାରେ ସଫଳ ହୋଇଛନ୍ତି ।  ରେହେନା ଶେଖ୍‌ ନାମକ ମହିଳା ମୁମ୍ବଇର  ବାନ୍ଦ୍ରା ଅଞ୍ଚଳରେ କାମ କରନ୍ତି ।  ସେ ତାଙ୍କ କାର୍ଯ୍ୟସ୍ଥଳକୁ ଯାଉଥିବା ବେଳେ   ବାନ୍ଦ୍ରା ଷ୍ଟେସନ କଡରେ ଥିବା ଏକ ଏଟିଏମ୍‌ରୁ ଟଙ୍କା  ବାହାର କରିବା ପାଇଁ ଚେଷ୍ଟା  କରିଥିଲେ । ମାତ୍ର ଏଥିରେ ବାରମ୍ବାର ଅସଫଳ  ହୋଇଥିଲା । ଏଟିଏମ୍‌ ବାହାର ଅପେକ୍ଷା କରିଥିବା ଭୁପେନ୍ଦ୍ର ମିଶ୍ର ନାମକ ଜଣେ ବ୍ୟକ୍ତି ତାଙ୍କୁ ସାହାଯ୍ୟ କରିବା ପାଇଁ ଚେଷ୍ଟା କରିଥିଲା ।  ସେ ମଧ୍ୟ ଅନେକ ଥର  ଚେଷ୍ଟା କରି ଅସଫଳ  ହୋଇଥିଲା । ରେହେନା ନିଜ କାର୍ଯ୍ୟାଳୟକୁ ଚାଲି ଯାଇଥିଲେ । ପରେ ତାଙ୍କ ବ୍ୟାଙ୍କ ଖାତାରୁ ୧୦ ହଜାର ଟଙ୍କା କଟିଯାଇଥିବା ମୋବାଇଲରେ ସନ୍ଦେଶ ପାଇଥିଲେ ।   ସିସିଟିଭି କ୍ୟାମେରାରୁ ତାଙ୍କୁ ସାହାଯ୍ୟ କରିଥିବା ଭୁପେନ୍ଦ୍ର ମିଶ୍ର ସାହାଯ୍ୟ କରିବା ବାହାନାରେ  ଟଙ୍କା ଉଠାଇ ଫେରାର ହୋଇଯାଇଥିଲା । ରେହେନା ଏହାପର ଠାରୁ କାର୍ୟ୍ୟାଳୟକୁ ଯିବା ସମୟରେ ପ୍ରତିଦିନ ଅନେକ ସମୟଧରି ସେହି ଏଟିଏମ୍‌ ବାହାରେ ଅପେକ୍ଷା କରି ରହୁଥିଲେ । ୧୪ ଦିନପରେ ସେ ଭୁପେନ୍ଦ୍ରକୁ ଏଟିଏମ୍‌ ଆଗରେ ଛିଡା ହୋଇଥିବା ଦେଖି ପୁଲିସକୁ ଡାକିଥିଲେ । ପୁଲିସ ପହଞ୍ଚିବା ପରେ ଭୁପେନ୍ଦ୍ରକୁ ଥାନାକୁ ଆଣିଥିଲେ ।

ଭୁପେନ୍ଦ୍ର ନାମରେ ମୁମ୍ବଇର ବିଭିନ୍ନ ଥାନାରେ ଏପରି ଠକେଇ ମାମଲା ଥିବା ଜାଣିବାକୁ ମିଳିଥିଲା । ପୂର୍ବରୁ ଭୁପେନ୍ଦ୍ର ଲୋକଙ୍କୁ ଠକିବା ଅଭିଯୋଗରେ କ୍ରାଇମବ୍ରାଞ୍ଚ ଦ୍ୱାରା ଗିରଫ ହୋଇଥିଲା ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories