www.samajalive.in
Friday, December 12, 2025
16.1 C
Bhubaneswar

‘କୁଲି ନଂ.୧’ ର ଦ୍ୱିତୀୟ ଭାଗରେ ବରୁଣଙ୍କ ସହ ନଜର ଆସିବେ ସାରା

ମୁମ୍ବଇ : ‘କେଦାରନାଥ’ ଓ ‘ସିମ୍ବା’ର ସଫଳତା ପରେ ଖୁବଶୀଘ୍ର ବରୁଣ ଧାୱନଙ୍କ ସହ ‘କୁଲି ନଂ.୧’ର ଦ୍ୱିତୀୟ ଭାଗରେ ନଜର ଆସିବେ ସାରା ଅଲ୍ଲୀ ଖାନ୍‍। ସୂଚନା ଅନୁସାରେ, ନିର୍ଦ୍ଦେଶକ ଡେଭିଡ଼୍‍ ଧାୱନ ୯୦ ଦଶକର ତାଙ୍କ ନିର୍ଦ୍ଦେଶିତ ସୁପରହିଟ୍‍ ଚଳଚ୍ଚିତ୍ର ‘କୁଲି ନଂ.୧’ ର ରିମେକ୍‍ର ପ୍ରସ୍ତୁତି ଖୁବଶୀଘ୍ର ଆରମ୍ଭ କରିବେ। ଏହି ଚଳଚ୍ଚିତ୍ରରେ ବରୁଣ ଧାୱନଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ। ଏଥିସହିତ ଚଳଚ୍ଚିତ୍ରର ନାୟିକା ଭୂମିକାରେ ସାରା ଅଲ୍ଲୀ ଖାନ୍‍ ନଜର ଆସିବେ।
ଗୋଟିଏ ବର୍ଷରେ ଦୁଇ ଦୁଇଟି ସଫଳ ଚଳଚ୍ଚିତ୍ର ଭେଟି ଦେବା ପରେ ବଲିଉଡ଼ରେ ସାରାଙ୍କ ଚାହିଦା ବଢିଯାଇଛି। ବହୁ ଅଭିନେତା ସାରାଙ୍କ ସହ ଚଳଚ୍ଚିତ୍ର କରିବା ପାଇଁ ଇଚ୍ଛା ପ୍ରକାଶ କରୁଥିବା ଜଣାପଡ଼ିଛି। ତେବେ ପୂର୍ବରୁ ସାରା ‘କଫି ୱିଥ୍‍ କରନ୍‍’ ଶୋ’ରେ କହିଥିଲେ ଯେ, ସେ ବରୁଣ ଧାୱନଙ୍କ ସହ କାମ କରିବାକୁ ନେଇ ଖୁବ୍‍ ଉତ୍ସାହିତ ଅଛନ୍ତି। ସେ ଏପରି ମଧ୍ୟ କହିଥିଲେ ଯେ, ବରୁଣଙ୍କ ସହ ଗୋଟିଏ ପରଦାରେ ନଜର ଆସିବା ତାଙ୍କର ସ୍ୱପ୍ନ ରହିଛି।
ସୂଚନାଯୋଗ୍ୟ, ‘କୁଲି ନଂ.୧’ ଚଳଚ୍ଚିତ୍ରରେ ଗୋବିନ୍ଦା ଓ କରୀଶ୍ମା କପୁର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଏଥିସହିତ ଚଳଚ୍ଚିତ୍ରରେ ପ୍ରସିଦ୍ଧ ଅଭିନେତା ସ୍ୱର୍ଗତଃ କାଦର ଖାନଙ୍କୁ ମଧ୍ୟ ମହତ୍ତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିଥିଲା।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories