www.samajalive.in
Saturday, December 6, 2025
14.1 C
Bhubaneswar

ବିଜେପି ନେତାଙ୍କ ବିବାଦୀୟ ମନ୍ତବ୍ୟର ଭିଡିଓ ପ୍ରଘଟ: ନିର୍ବାଚନରେ ଦେଇଛନ୍ତି ୧୫ଟି ଭୋଟ

ମଧ୍ୟପ୍ରଦେଶର ୨୯ ଲୋକସଭା ଆସନ କବଜା କରିଥିବା ବିଜେପି ନେତାମାନେ ବିଜୟ ପରେ ବିଭିନ୍ନ ପ୍ରକାର ବିବାଦୀୟ ମନ୍ତବ୍ୟ ଦେଉଥିବା ସାମ୍ନାକୁ ଆସିଛି। ଏହି ଘଟଣା ମଧ୍ୟପ୍ରଦେଶର ବିଦିଶା ଅନ୍ତର୍ଗତ ଲଟେରି ତହସିଲ ଅଞ୍ଚଳର। ଏଠାରେ ବିଜେପି ନେତାମାନଙ୍କ କିଛି ମନ୍ତବ୍ୟର ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହୋଇଛି, ଯେଉଁଥିରେ ନେତାମାନେ ସାଂସଦଙ୍କ ଆଗରେ କହୁଛନ୍ତି କି ସେମାନେ ନିର୍ବାଚନ ସମୟରେ ଜାଲିଆତି କରି ଭୋଟ ଦେଇଛନ୍ତି। କଂଗ୍ରେସ ଏଜେଣ୍ଟମାନଙ୍କୁ ପୋଲିଂ ବୁଥ ଭିତରେ ପ୍ରବେଶ କରିବାକୁ ଦେଇନାହାନ୍ତି। ଏହି ଭିଡିଓ ସାମ୍ନାକୁ ଆସିବା ପରେ କଂଗ୍ରେସ ନିର୍ବାଚନ ଆୟୋଗ ଏବଂ କୋର୍ଟରେ ଅଭିଯୋଗ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛି।

ସୂଚନା ଅନୁସାରେ, ସାଗର ଲୋକସଭା ଅନ୍ତର୍ଗତ ବିଦିଶାର ସିରୋଜ ବିଧାନସଭାର ଲଟେରି ତହସିଲ ଅଧୀନ ଏକ ଅଞ୍ଚଳରେ ଆୟୋଜିତ କାର୍ଯ୍ୟକ୍ରମରେ ବିଜେପି ସାଂସଦ ଲତା ଓ୍ବାଙ୍ଖଡେ ଯୋଗଦେଇଥିଲେ। ଏହି ଅବସରରେ ବିଜେପି କାର୍ଯ୍ୟକର୍ତ୍ତାମାନେ ଓ୍ବାଙ୍ଖଡେଙ୍କୁ ସ୍ଵାଗତ କରିଥିଲେ। ବିଜେପି ବିଧାୟକ ଉମାକାନ୍ତ ଶର୍ମାଙ୍କ ପ୍ରତିନିଧି ଏବଂ ଲଟେରି ନଗର ପରିଷଦ ଅଧ୍ୟକ୍ଷଙ୍କ ସ୍ଵାମୀ ସଞ୍ଜୟ ଭଣ୍ଡାରୀ ଲୋକସଭା ନିର୍ବାଚନ ସମୟରେ କିପରି ଅନିୟମିତତା କରିଥିଲେ ତାହା ସେମାନେ ସାଂସଦଙ୍କ ଆଗରେ କହୁଥିବା ଦେଖିବାକୁ ମିଳିଥିଲା।

- Advertisement -

ଭିଡିଓରେ ଦେଖାଯାଉଛି ଯେ, ସଞ୍ଜୟ ଭଣ୍ଡାରୀ କହୁଛନ୍ତି ଯେ ସେ ୧୩ ମତଦାନ କେନ୍ଦ୍ରରେ କଂଗ୍ରେସର କୌଣସି ପୋଲିଂ ଏଜେଣ୍ଟଙ୍କୁ ବସିବାକୁ ଦେଇ ନ ଥିଲେ। ଅନ୍ୟଜଣେ ବିଜେପି ନେତା ମହେଶ ସାହୁ ସାଂସଦଙ୍କୁ କହୁଥିଲେ ସେ ନିଜେ ଜାଲିଆତି କରି ୧୫ଟି ଭୋଟ ଦେଇଛନ୍ତି। ଏହି ଭିଡିଓ ପ୍ରଘଟ ହେବା ପରେ କଂଗ୍ରେସ ନିର୍ବାଚନ ଆୟୋଗ ଏବଂ କୋର୍ଟରେ ମାମଲା ଦାୟର କରିବ ବୋଲି କହିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories