ନୂଆଦିଲ୍ଲୀ : ଗୁଜରାଟର ବଡୋଦ୍ରାରୁ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ପିଚୁ ରାସ୍ତା ଭାଙ୍ଗିଯାଇଥିବା ନଜର ଆସୁଛି । ଏହି ରାସ୍ତାକୁ ଚଳିତ ବର୍ଷ ମେ ମାସରେ ନିର୍ମାଣ କରାଯାଇଥିଲା । ଏଥିପାଇଁ ୭୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ଖାସ୍ କଥା ହେଉଛି ଏହି ରାସ୍ତା ଦେଇ ଷ୍ଟାଚ୍ୟୁ ଅଫ୍ ୟୁନିଟିକୁ ଯାତ୍ରା କରିହୁଏ । ତେବେ ଭିଡିଓ ଭାଇରାଲ ପରେ ଏହି ରାସ୍ତାର ଗୁଣବତ୍ତା ଓ ଏହାର ନିର୍ମାଣକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
Statue of Unity- तक जाने का रास्ता है.
देखो रास्ता,हॉस्पिटल, स्कूल,कॉलेज और यूनिवर्सिटी कितना भी खराब हो लेकिन हिन्दुओं में Unity कम नहीं होनी चाहिए.
मात्र 3000 करोड़ की ही लागत में ही तो बनी हैं मूर्ति नहीं जायेंगे वहाँ तक लेकिन हम अंधभक्त नारा यही लगाएंगे ‘आयेगा तो मोदी ही’ pic.twitter.com/fdD6gkHhed
— SandeepKumar (@SandeepAtheist) August 29, 2024
ଭିଡିଓକୁ କିଛି ଯୁବକ ପ୍ରସ୍ତୁତ କରି ସାମାଜିକ ଗଣମାଧ୍ୟମରେ ସେୟାର କରିଛନ୍ତି । ଏଥିରେ ରାସ୍ତା ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ନଜର ଆସୁଛି । ଏହି ଘଟଣା କେବଳ ପର୍ଯ୍ୟଟକଙ୍କୁ ସୁରକ୍ଷାକୁ ବିପଦରେ ପକାଉଛି ତା ନୁହେଁ, ରାଜ୍ୟର ଛବିକୁ ମଧ୍ୟ ମଳିନ କରୁଛି । ସ୍ଥାନୀୟ ଲୋକେ ଏହି ମୁଦ୍ଦାକୁ ନେଇ ପ୍ରଶାସନକୁ କଡା ସମାଲୋଚନା କରିଛନ୍ତି । ସଡକ ନିର୍ମାଣରେ ଦୁର୍ନୀତି ହୋଇଥିବା ଯୋଗୁଁ ଏହାର ଗୁଣବତ୍ତା ପ୍ରତି ଧ୍ୟାନ ଦିଆଯାଇନଥିବା ଲୋକେ କହୁଛନ୍ତି । ମାତ୍ର ୪ ମାସ ମଧ୍ୟରେ ରାସ୍ତା ଭାଙ୍ଗିଯିବା ସତରେ ଆଶ୍ଚର୍ଯ୍ୟଜନକ ବୋଲି ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ଚାଲିଛି ।



