www.samajalive.in
Monday, December 8, 2025
14.1 C
Bhubaneswar

୯ ମାସର ହାତୀ ଛୁଆର ମୃତଦେହ ଠାବ

ଗୁରୁଡିଝାଟିଆ: ଆଠଗଡ ବନଖଣ୍ଡ ଅନ୍ତର୍ଗତ ଖୁଣ୍ଟୁଣୀ ବନାଞ୍ଚଳର ବଣିଆବନ୍ଧ ସଂରକ୍ଷିତ ଜଙ୍ଗଲରେ ଥିବା ଏକ ପୋଖରୀରୁ ୯ମାସର ହାତୀ ଛୁଆର ମୃତଦେହ ଉଦ୍ଧାର କରାଯାଇଛି। ହାତୀ ମୃତ୍ୟୁର ପ୍ରକୃତ କାରଣ ଜଣାପଡିନାହିଁ। ଆଜି ଆଠଗଡ ବ୍ଲକ ପ୍ରାଣୀ ଚିକିତ୍ସକ ଆସି ମୃତଦେହ ବ୍ୟବଚ୍ଛେଦ କରିବା ପରେ ହାତୀ ମୃତ୍ୟୁର ପ୍ରାଥମିକ ରହସ୍ୟ ଉନ୍ମୋଚନ ହେବ। ପ୍ରକାଶ ଯୋଗ୍ୟ ଢେଙ୍କାନାଳ ବନଖଣ୍ଡ ଅଞ୍ଚଳରୁ ଦୁଇଟି ହାତୀ ସହ ୩ଟି ଛୁଆହାତୀ ବଣିଆବନ୍ଧ ସଂରକ୍ଷିତ ଜଙ୍ଗଲ ପାଶ୍ୱର୍କୁ ଆସୁଥିଲେ। ସେମାନଙ୍କ ଭିତରୁ ଗୋଟିଏ ଦନ୍ତାହାତୀ ଥିବାବେଳେ ଗୋଟିଏ ମାଆ ହାତୀ ରହିଥିଲା ଓ ୩ଟି ଛୁଆ ରହିଥିଲେ। ନିକଟସ୍ଥ ପୋଖରୀରେ ହାତୀ ଛୁଆଟି ପଶିଯାଇଥିବା ବେଳେ ବାହାରକୁ ବାହାରି ପାରନଥିଲା। ଫଳରେ ପୋଖରୀ ଭିତରେ ପାଣି ପିଇ ମରିଯାଇ ଥିବାର ସନ୍ଦେହ କରାଯାଉଛି ବୋଲି ବନାଞ୍ଚଳ ଅଧିକାରୀ ନୀଳମାଧବ ସାହୁ କହିଛନ୍ତି। ଘଟଣାସ୍ଥଳରେ ବନ ବିଭାଗର ଅଧିକାରୀ ଓ ପ୍ରାଣୀ ଚିକିତ୍ସକ ପହଞ୍ଚି ହାତୀକୁ ବାହାର କରିଥିଲେ।

 

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories