ବିଧାନସଭା ଅଧିବେଶନର ଅଷ୍ଟମ ଦିନ

ଭୁବନେଶ୍ଵର: ଆଜି ହେଉଛି ବିଧାନସଭା ଦ୍ଵିତୀୟ ପର୍ଯ୍ୟାୟ ଅଧିବେଶନର ଅଷ୍ଟମ ଦିନ। ଗୃହରେ ଜଳସମ୍ପଦ, ରାଜସ୍ଵ , ବିପର୍ଯ୍ୟୟ ପରିଚାଳନା, ଇସ୍ପାତ୍ ଓ ଖଣି ଯୋଜନା ଓ ସଂଯୋଜନା , ବାଣିଜ୍ୟ, ସୂଚନା ଓ ଲୋକ ସମ୍ପର୍କ ଏବଂ ପରିବହନ ବିଭାଗର ପ୍ରଶ୍ନକାଳ ରହିଛି। ଶୂନ୍ୟକାଳରେ ଜାତିଭିତ୍ତିକ ଗଣନା ଓ ସଂରକ୍ଷଣ ପରି ବହୁ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗକୁ ଉଠାଇପାରନ୍ତି ବିରୋଧୀ। ବିରୋଧୀଙ୍କ ପକ୍ଷରୁ ମୁଲତବୀ ପ୍ରସ୍ତାବ ମଧ୍ୟ ଆସିବ। ସେହିପରି ଅପରାହ୍ନରେ ବିଦ୍ୟାଳୟ ଓ ଗଣଶିକ୍ଷା, ଉଚ୍ଚଶିକ୍ଷା ବିଭାଗର ଖର୍ଚ୍ଚ ଦାବି ଉପରେ ଆଲୋଚନା ରହିଛି।

Comments are closed.