www.samajalive.in
Saturday, December 13, 2025
23.1 C
Bhubaneswar

ଅଡ଼ୁଆରେ ମମତା: ଦଳ ଛାଡ଼ୁଛନ୍ତି ସାଂସଦ

କଲକାତା: ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସକୁ ଶକ୍ତ ଧକ୍କା ଲାଗିଛି। ବରିଷ୍ଠ ନେତା ତଥା ପଶ୍ଚିମବଙ୍ଗର ବିଷ୍ଣୁପୁର ସାଂସଦ ସୌମିତ୍ର ଖାନ୍‍ ଟିଏମ୍‍ସି ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି। ଆସନ୍ତା ୧୯ ତାରିଖରେ ପଶ୍ଚିମବଙ୍ଗରେ ମହାରାଲି ପୂର୍ବରୁ ମମତା ବାନାର୍ଜୀଙ୍କୁ ଏହା ଏକ ଝଟ୍‍କା ବୋଲି ଆଲୋଚନା ଆରମ୍ଭ ହୋଇଛି।
ବୋଲାପୁରର ଟିଏମ୍‍ସି ସାଂସଦ ଅନୁପମ୍‍ ହାଜ୍ରା ମଧ୍ୟ ଖୁବ୍‍ଶୀଘ୍ର ବିଜେପିରେ ମିଶିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଅପରପକ୍ଷରେ ଅନ୍ୟୁନ ୬ ଜଣ ଟିଏମ୍‍ସି ସାଂସଦ ବିଜେପିରେ ଯୋଗ ଦେବାକୁ ପ୍ରସ୍ତୁତି କରୁଥିବା ବିଜେପିର ଜଣେ ନେତା ଦାବି କରିଛନ୍ତି। ବିଜେପି ପକ୍ଷରୁ ସେମାନଙ୍କ ବିଷୟରେ ସୂଚନା ଦିଆଯାଇନଥିଲେ ମଧ୍ୟ ସେମାନଙ୍କ ମଧ୍ୟରେ ଅର୍ପିତା ଘୋଷ ଓ ଶତାବ୍ଦୀ ରାଏ ଅଛନ୍ତି ବୋଲି କୁହାଯାଉଛି। ଏହାପୂର୍ବରୁ ଟିଏମ୍‍ସିର ଏକଦା ଦ୍ୱିତୀୟ କ୍ଷମତାଶାଳୀ ବ୍ୟକ୍ତିତ୍ୱ କୁହାଯାଉଥିବା ମୁକୁଲ ରାଏ ବିଜେପିରେ ଯୋଗ ଦେଇଛନ୍ତି।
ଦଳବିରୋଧୀ କାର୍ଯ୍ୟକଳାପ ଅଭିଯୋଗରେ ସୌମିତ୍ର ଓ ଅନୁପମ୍‍ଙ୍କୁ ଦଳରୁ ବହିଷ୍କାର ପ୍ରକ୍ରିୟା ଆରମ୍ଭ ହୋଇଛି। ଅପରପକ୍ଷରେ ସୌମିତ୍ର କହିଛନ୍ତି ଯେ ଟିଏମ୍‍ସି ଏବେ ଆଉ ଏକ ରାଜନୈତିକ ଦଳ ହୋଇନାହିଁ। ଟିଏମ୍‍ସି ଏବେ ମମତା ଓ ତାଙ୍କ ପୁତୁରା ଅଭିଷେକଙ୍କ ଦ୍ୱାରା ପରିଚାଳିତ ଏକ ଘରୋଇ କମ୍ପାନୀରେ ପରିଣତ ହୋଇଛି। ପଶ୍ଚିମବଙ୍ଗରେ ଏବେ ସିଣ୍ଡିକେଟ୍‍ ରାଜ୍‍ ଓ ପୁଲିସ ରାଜ ଚାଲିଛି।
ସୂଚନାଯୋଗ୍ୟ, ପ୍ରାଥମିକ ଶିକ୍ଷକ ନିଯୁକ୍ତିରେ ବ୍ୟାପକ ଦୁର୍ନୀତି ଅଭିଯୋଗରେ ସୌମିତ୍ରଙ୍କ ବିରୋଧରେ ବାଙ୍କୁରା ଏସ୍‍ଡିପିଓ ସୁକମଳ ଦାସ ଏକ ମାମଲା ଦାଏର କରିଥିଲେ। ଏହାର ଗୋଟିଏ ଦିନ ପୂର୍ବରୁ ସାଂଦଦଙ୍କ ସହାୟକ ସୁଶାନ୍ତ ଡାନ୍‍ଙ୍କୁ ପୁଲିସ ଗିରଫ କରିଥିଲା। ଏହି ଘଟଣାରେ ସୌମିତ୍ର ଟିଏମ୍‍ସି ଛାଡ଼ିଥିବା ଚର୍ଚ୍ଚା ହେଉଛି।

Hot this week

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

Related Articles

Popular Categories