www.samajalive.in
Saturday, December 13, 2025
23.1 C
Bhubaneswar

ସ୍ତବ୍ଧ କରିଛି ଏକ ମାସ ଶିଶୁକନ୍ୟା ସହ ଏହି ଅଘଟଣ

ଟିକମଗଡ: ମଧ୍ୟପ୍ରଦେଶ ଟିକମଗଡ ଜିଲାର ପର୍ଯ୍ୟଟନ ଓ ଧାର୍ମିକ ସହର ଅରୋଛାରେ ଏକ ମାସ ଶିଶୁକନ୍ୟା ସହ ଏଭଳି ଘଟଣା ଘଟିଛି ଯାହା ସ୍ଥାନୀୟବାସୀଙ୍କୁ ସ୍ତବ୍ଧ କରିଦେଇଛି । ସହରରେ ଥିବା ରାମରାଜା ମନ୍ଦିର ପରିସରରୁ ଏକ ବ୍ୟାଗ ମଧ୍ୟରୁ ଅଲୋଡା ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି । ମନ୍ଦିର ପରିସରରେ ପଡି ରହିଥିବା ବ୍ୟାଗଟି ହଲଚଲ ହେଉଥିବା କିଛି ଶ୍ରଦ୍ଧାଳୁ ଦେଖିବାକୁ ପାଇଥିଲେ । ପରେ ଶିଶୁଟିର କାନ୍ଦଣା ଶବ୍ଦ ଶୁଣି ଶ୍ରଦ୍ଧାଳୁମାନେ ବ୍ୟାଗ ଖୋଲିଲା ବେଳକୁ ସେଥିରୁ ଏକ ନବଜାତ ଶିଶୁକନ୍ୟାକୁ ପାଇଥିଲେ । ଶ୍ରଦ୍ଧାଳୁମାନଙ୍କ ଠାରୁ ଖବର ପାଇ ପୁଲିସ ଶିଶୁକନ୍ୟାଟିକୁ ଉଦ୍ଧାର କରି ଅରୋଛା ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛି । ଶିଶୁଟି ସମ୍ପୂର୍ଣ୍ଣ ଭାବେ ସୁସ୍ଥ ରହିଥିବା ବେଳେ ତାର ବୟସ ଏକ ମାସ ବୋଲି ମେଡିକାଲ କର୍ତ୍ତୃପକ୍ଷ କହିଛନ୍ତି । ବ୍ୟାଗରୁ କମ୍ବଳ, ଡାୟପର, କ୍ଷୀର ବୋତଲ ଏବଂ ପୋଷାକ ମିଳିଛି ।

pic courtesy aajtak

ଆରୋଛା ମନ୍ଦିର ନିକଟରେ ଲାଗିଥିବା ସିସିଟିଭ କ୍ୟାମେରାରୁ ଜଣାପଡିଛି ଯେ, ଏହି ବ୍ୟାଗଟିକୁ ଧରି ଏକ ଦମ୍ପତି ଆସି ମନ୍ଦିର ବାହାରେ ଥିବା ସିଡି​‌ ନିକଟରେ ବସିଥିଲେ । ଯୁବକ ଜଣଙ୍କ ସିଡିରେ ବସିଥିବା ବେଳେ ମହିଳା ଜଣଙ୍କ ସେଠାରେ ଠିଆ ହୋଇଥିବା ସିସିଟିଭ ଫୁଟେଜରୁ ଦେଖିବାକୁ ମିଳିଛି । ପ୍ରାୟ ୪୦ ସେକେଣ୍ଡ୍ ସେଠାରେ ରହିଲା ପରେ ବ୍ୟାଗଟିକୁ ଉଠାଇ ନେଇ ସେମାନେ ପଳାଇ ଥିଲେ । ଅନ୍ୟ ଏକ ସିସିଟିଭରେ ରାସ୍ତାରେ ଯାଉଥିବା ଉକ୍ତ ଦମ୍ପତିଙ୍କୁ ଦେଖିବାକୁ ମିଳିଥିଲା ହେଲା ସେମାନଙ୍କ ହାତରେ ସେହି ବ୍ୟାଗଟି ନଥିଲା । ମନ୍ଦିର ପରିସରରେ ଲାଗିଥିବା ଭିନ୍ନ ଭିନ୍ନ ସିସିଟିଭ କ୍ୟାମେରାରୁ ଏହି ଘଟଣା ଦେଖିବାକୁ ମିଳିଛି । ସିସିଟିଭ କ୍ୟାମେରା ଅନୁସାରେ ଏହି ଘଟଣା ସକାଳ ୬:୩୩ ମିନିଟ୍ ରୁ ୬:୩୬ ମିନିଟ୍ ମଧ୍ୟରେ ଘଟିଛି । ଶୀତ ଓ ଘନ କୁହୁଡି କାରଣରୁ ରାସ୍ତାରେ କେହି ଉପସ୍ଥିତ ନଥିବାର ସୁଯୋଗ ନେଇ ଉକ୍ତ ଦମ୍ପତି ଏହି ଶିଶୁଟିକୁ ସେଠାରେ ଛାଡି ପଳାଇବାରେ ସଫଳ ହୋଇଛନ୍ତି ।

pic courtesy aajtak

Hot this week

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

Related Articles

Popular Categories