www.samajalive.in
Saturday, December 6, 2025
26.1 C
Bhubaneswar

ସୋସିଆଲ ମିଡିଆ ସାମ୍ବାଦିକଙ୍କ ପାଇଁ ସରକାରଙ୍କ କୌଣସି ନୀତି ନାହିଁ: ମୁଖ୍ୟମନ୍ତ୍ରୀ

ସମାଜ ଡିଜିଟାଲ ଡେସ୍କ: ରାଜ୍ୟରେ ସାମ୍ବାଦିକମାନଙ୍କୁ ପଞ୍ଜିକୃତ କରିବା ନୀତି ଉପରେ ବଡ଼ ତଥ୍ୟ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଗୃହରେ ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ପ୍ରଶ୍ନରେ ଉତ୍ତର ରଖି ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆ ଓ ଓ୍ବେବ୍‌ ସାମ୍ବାଦିକଙ୍କ ପଞ୍ଜିକରଣ ନେଇ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ଉପସ୍ଥାପନ କରିଛନ୍ତି।

ବିଧାୟକ ରମେଶ ବେହେରା ପ୍ରଶ୍ନ କରିଥିଲେ ଯେ, ରାଜ୍ୟରେ ସାମାଜିକ ଗଣମାଧ୍ୟମକୁ ବ୍ୟବସ୍ଥିତ କରିବା ତଥା ସେଥିରେ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ପଞ୍ଜିକୃତ କରିବା ପାଇଁ ନିର୍ଦିଷ୍ଟ ନୀତି ପ୍ରଣୟନ କରିବା ପାଇଁ ଯୋଜନା ଥିଲେ ଏ ଦିଗରେ କି ପଦକ୍ଷେପ ଗ୍ରହଣ କରାଯାଇଛି ? ଏହାର ଉତ୍ତରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟରେ ସୋସିଆଲ ମିଡିଆ ସାମ୍ବାଦିକଙ୍କ ପାଇଁ ସରକାରଙ୍କ କୌଣସି ନୀତି ନାହିଁ। ଏହା ମଧ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗର କାର୍ଯ୍ୟ ଅନ୍ତର୍ଭୁକ୍ତ ନୁହେଁ। କିନ୍ତୁ ଓ୍ବେବ୍‌ ମିଡିଆ ପାଇଁ ରାଜ୍ୟ ସରକାର ଓ୍ବେବ୍‌ ମିଡିଆ ପଲିସି ପ୍ରଣୟନ କରିଛନ୍ତି। ସେଥିରେ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ପଞ୍ଜିକୃତ କରିବା ପାଇଁ କୌଣସି ବ୍ୟବସ୍ଥା ନାହିଁ।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories