www.samajalive.in
Saturday, December 6, 2025
17.1 C
Bhubaneswar

ସୋଫା ଭିତରୁ ବାହାରିଲା ନାଗ; ଦେଖନ୍ତୁ ଭିଡ଼ିଓ

ସମାଜ ଡିଜିଟାଲ ଡେସ୍କ: ବରଗଡ ପୌରଞ୍ଚଳର ୧୭ ନମ୍ବର ୱାର୍ଡ ଅନ୍ତର୍ଗତ ଅମ୍ବାପାଲି ଅଞ୍ଚଳର ସଞ୍ଜୀବ ସାହୁଙ୍କ ଘରେ ଥିବା ସୋଫା ଭିତରୁ ବାହାରିଲା ନାଗ। ସଞ୍ଜୀବ ସାହୁ ଘରେ ଥିବା ସୋଫା ଭିତରୁ ଏକ ଅଜବ ପ୍ରକାରର ଶଦ୍ଦ ଶୁଣିବାକୁ ପାଇଥିଲେ। ସବୁଆଡେ ଦେଖିବା ପରେ କିଛି ନପାଇବାରୁ ସୋଫା ଭିତରୁ ସିଂ ସିଂ ଶଦ୍ଧ ଶୁଣି କିଛି ଜନ୍ତୁ ପଶିଥିବା ସନ୍ଦେହ କରିଥିଲେ। ଘଟଣା ବିଷୟରେ ଅନୁସନ୍ଧାନ କରିବା ପାଇଁ ସ୍ନେକ୍ ହେଲ୍ପ ଲାଇନକୁ ଫୋନ୍ କରିଥିଲେ। ସ୍ନେକ୍ ହେଲ୍ପ ଲାଇନ ସଦସ୍ୟ ଘଟଣା ସ୍ଥଳରେ ପହଞ୍ଚି ସୋଫା ଚାରିପଟେ ସାପଧରା ଷ୍ଟିକ୍ ସାହାଯ୍ୟରେ ସୋଫାକୁ ଅଲଗା ଅଲଗା ଯାଗାରେ ରଖି ଖୋଜାଖୋଜି କରିଥିଲେ। ଅନେକ ସମୟ ପରେ ସୋଫା ଭିତରୁ ନାଗ ସାପ ବାହାରିଥିଲା। ସାଢେ଼ ୩ ଫୁଟ ଲମ୍ବର ନାଗ ସାପ ସୋଫା ଭିତରୁ ବାହାର କରିବା ପରେ ତାକୁ ବ୍ୟାଗ୍ ରେ ଭର୍ତ୍ତି କରି ନେଇଥିଲେ ସ୍ନେକ ହେଲପ୍‌‌ ଲାଇନର ସଦସ୍ୟ। ସାପଟିକୁ ସହର ବାହାରେ ଏକ ପ୍ରାକୃତିକ ଆବାସ ସ୍ଥଳୀରେ ଛାଡ଼ି ଦିଆଯାଇଛି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories