www.samajalive.in
Monday, December 15, 2025
26.1 C
Bhubaneswar

ଚିଟ୍‌ଫଣ୍ଡ କମିସନ ସତ୍ୟପାଠ ଦାଖଲ ନେଇ ପୁଣି ପ୍ରକାଶ ପାଇଲା ସାନି ବଜ୍ଞପ୍ତି , ୩୧ ସୁଦ୍ଧା ଦାଖଲ ନିର୍ଦେଶ

କଟକ : ଚିିଟ୍‌ଫଣ୍ଡ କମିସନ ଜଷ୍ଟିସ ମଦନ ମୋହନ ଦାସଙ୍କ ପକ୍ଷରୁ ସତ୍ୟପାଠ ଦାଖଲ ନେଇ ପୁଣି ଥରେ ସାନି ବିଜ୍ଞପ୍ତି ପ୍ରକାଶ ପାଇଛି। ସାନି ବିଜ୍ଞପ୍ତିର ଅବଧି ସମୟସୀମା ମଧ୍ୟରେ ବିଭିିନ୍ନ କାରଣରୁ ଅନେକ ଜମାକାରୀ ସତ୍ୟପାଠ ଦାଖଲ କରିପାରିନଥିଲେ। ଫଳରେ ଏକାଧିକ ଜମାକାରୀ କମିସନଙ୍କୁ ସାକ୍ଷାତ କରି ଆଉ ଥରେ ବିଜ୍ଞପ୍ତି ପ୍ରକାଶ କରିବା ପାଇଁ ଅନୁରୋଧ କରିବା ସହ ଦରଖାସ୍ତ କରିଥିଲେ। ତେବେ ଜମାକାରୀଙ୍କ ଦରଖାସ୍ତକୁ କମିସନ ବିଚାର କରି ଆସନ୍ତା ୩୧ସୁଦ୍ଧା ସତ୍ୟପାଠ ଦାଖଲ କରିବା ପାଇଁ ନିର୍ଦେଶ ଦେଇଛନ୍ତି। ଏହି ସମୟ ମଧ୍ୟରେ କମିସନଙ୍କ କାର୍ଯ୍ୟାଳୟରେ ସତ୍ୟପାଠ ପହଞ୍ଚିବା ଆବଶ୍ୟକ ବୋଲି କମିସନଙ୍କ ପକ୍ଷରୁ ସୂଚନା ଦିଅାଯାଇଛି। ଜମାକାରୀମାନେ ରେଜିଷ୍ଟ୍ରି କିମ୍ବା ସ୍ପିଡ ଡାକ, କୋରିୟର ସଂସ୍ଥା ଜରିଆରେ ଜମାକାରୀମାନେ ସତ୍ୟପାଠ ପଠାଇବା ପାଇଁ ନିର୍ଦେଶ ରହିଛି। ଜମାକାରୀଙ୍କ ପାଇଁ ସତ୍ୟପାଠ ଦାଖଲ କରିବା ପାଇଁ ଏଇଟା ଶେଷ ସୁଯୋଗ ରହିଛି। ସତ୍ୟପାଠ ହାତରେ ଦିଅାଯାଇପାରିବନାହି ଓ ଅାଉ ସାନି ବିଜ୍ଞପ୍ତି ପ୍ରକାଶ ପାଇବନାହି ବୋଲି କମିସନଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏଠାରେ ସୂଚନାଯୋଗ୍ୟ ବିଭିନ୍ନ ଅର୍ଥ ଲଗାଣକାରୀ ସଂସ୍ଥାରେ ପୁଞ୍ଜି ନିବେଶ କରି ଜମା ଟଙ୍କା ଫେରି ପାଇ ନଥିବା ଜମାକାରୀ ୨୦୧୮, ଡିସେମ୍ବର ୩୧ ତାରିଖ ସୁଦ୍ଧା କମିସନଙ୍କ ଠାରେ ସତ୍ୟପାଠ ଦାଖଲ କରି ପାରିବେ ବୋଲି ଗତ ନଭେମ୍ବର ୧୬ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ରେଜିଷ୍ଟ୍ରି କିମ୍ବା ସ୍ପିଡ ଡାକ, ଜରିଆରେ ଜମାକାରୀମାନେ କମିସନଙ୍କ ନିକଟରେ ସତ୍ୟପାଠ ଦାଖଲ କରି ପାରିବେ ବୋଲି କୁହାଯାଇଥିଲା। ଏଥିସହ ଜମାକାରୀ ନିଜ ନାଁ ଓ ଠିକଣା ସହ ଜମା ଟଙ୍କା ସଂପର୍କିତ ତଥ୍ୟ ଓ କମ୍ପାନୀର ସବିଶେଷ ବିବରଣୀ କମିସନଙ୍କ ନିକଟରେ ଦାଖଲ କରିବେ ବୋଲି ପ୍ରକାଶିତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଥିଲା। ତେବେ ଧାର୍ଯ୍ୟ ସମୟର ଅଵଧି ଶେଷ ହୋଇଯାଇଥିବାବେଳେ ଅନେକ ଜମାକାରୀ ସତ୍ୟପାଠ ଦାଖଲ କରିପାରିନଥିଲେ। ଅନ୍ୟପକ୍ଷରେ ପଶ୍ଚିମ ଓଡ଼ିଶାରେ ବନ୍ଦ ପାଳନ ପାଇଁ ଅନେକ ଜମାକାରୀ ମଧ୍ୟ ସତ୍ୟପାଠ ପଠାଇବାରୁ ବଞ୍ଚିତ ହୋଇଥିଲେ।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories