www.samajalive.in
Monday, December 15, 2025
26.1 C
Bhubaneswar

ପ୍ରଥମ ଓଡିଏଫ ଗ୍ରାମର ମାନ୍ୟତା ପାଇଲା ସନାତନପୁର

ଖୁଣ୍ଟା : ବାସିପିଠା ଗ୍ରାମ ପଞ୍ଚାୟତର ସନାତନପୁର ଗ୍ରାମକୁ ପ୍ରଥମ ଖୋଲା ଶୌଚ ମୁକ୍ତ ବା ଓଡିଏଫ ଗ୍ରାମ ଭାବେ ଘୋଷଣା କରାଯାଇଛି। ଏନେଇ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସରପଞ୍ଚ ସରସ୍ୱତୀ ମାରାଣ୍ଡି ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି। କାର୍ଯ୍ୟକ୍ରମରେ ଖୁଣ୍ଟା ବିଡିଓ ଦେବଦତ୍ତ ପଣ୍ଡା, ଆରଡବ୍ଲ୍ୟୁଏସଏସ ନିର୍ବାହୀ ଯନ୍ତ୍ରୀ ନାରାୟଣ ପ୍ରସାଦ ଗାନ୍ଧୀ, ବ୍ଲକ ସହକାରୀ ଯନ୍ତ୍ରୀ ଅକ୍ଷୟ କୁମାର ବେହେରା, ଆରଡବ୍ଲ୍ୟୁଏସଏସ ଏସଡିଓ ସରୋଜ କୁମାର ଦ୍ୱାରୀ, କନିଷ୍ଠ ଯନ୍ତ୍ରୀ ମାର୍କଣ୍ଡ ମାରାଣ୍ଡି, ୟୁନିସେଫର ପ୍ରତିନିଧି ବଳୟ ସେନ ଓ ଇକବାଲ ଖାନ ଯୋଗ ଦେଇଥିଲେ। ୨୩୦ ଜନ ସଂଖ୍ୟା ବିଶିଷ୍ଟ ସନାତନପୁର ଗ୍ରାମର ୫୩ଟି ପରିବାରର ପାଇଁ ୫୩ ଗୋଟି ଦୁଇ ଟିକିଆ ଟାଙ୍କି ବିଶିଷ୍ଟ ନୂତନ ପାଇଖାନା ନିର୍ମିତ ହୋଇଛି। ଗ୍ରାମବାସୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଯୋଗୁ ସନାତନପୁର ଗ୍ରାମ ପଞ୍ଚାୟତର ପ୍ରଥମ ଖୋଲା ଶୌଚମୁକ୍ତ ଗ୍ରାମ ଭାବେ ନିଜର ପରିଚୟ ସୃଷ୍ଟି କରିପାରିଛି ବୋଲି ଉପସ୍ଥିତ ଅଧିକାରୀ ମାନେ ମତ ଦେଇଥିଲେ। ଜଳ ଯୋଗାଣ ପାଇଁ ଗ୍ରାମରେ ୪ଗୋଟି ନଳକୂପ, ୨ଗୋଟି ଖୋଲା କୂଅ ଓ ଗୋଟିଏ ସୌର ଚାଳିତ ପମ୍ପ ରହିଥିବା ବେଳେ ଜଳର ଆବଶ୍ୟକତା ମେଣ୍ଟାଇବା ପାଇଁ ଅତିରିକ୍ତ ୩ ଗୋଟି ସୌର ଚାଳିତ ପମ୍ପ ସ୍ଥାପନ କରାଯିବ ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି। ପ୍ରକାଶ ଥାଉକି ଖୁଣ୍ଟା ବ୍ଲକର ୧୪ ଗୋଟି ଗ୍ରାମ ପଞ୍ଚାୟତରେ ୧୨୮ ଗୋଟି ଗ୍ରାମ ରହିଥିବା ବେଳେ ଖୁବ ଶୀଘ୍ର ସମସ୍ତ ଗ୍ରାମକୁ ଓଡିଏଫ କରାଯିବାକୁ ଉଦ୍ୟମ ଜାରି ରହିଥିବା ସୂଚନା ଦିଆଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ୱାର୍ଡ ସଭ୍ୟ, ଗ୍ରାମବାସୀ, ମୋଟିଭେଟର ମାନେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories