ଆଉ ଏକ ସିଏନଜି ବାଇକ ଆଣିବ ବଜାଜ, ଏମିତି ରଖିଛି ଯୋଜନା

ନୂଆଦିଲ୍ଲୀ : ବଜାଜ ଅଟୋ ବଜାରକୁ ନୂଆ ଗାଡି ଆଣିବାକୁ ଯୋଜନା କରୁଛି । କିଛି ଦିନ ପୂର୍ବରୁ ବିଶ୍ବର ପ୍ରଥମ ସିଏନଜି ବାଇକ୍ ଆଣିଥିଲା ବଜାଜ । ଆଗାମୀ ବର୍ଷ ସୁଦ୍ଧା କମ୍ପାନୀ ଆଉ ଏକ ନୂଆ ସିଏନଜି ବାଇକ୍, ଇଥେନଲ ଯାନ ଓ ଏକ ନୂଆ ଚେତକ ଇଭି ଆଣିବାକୁ ପ୍ରସ୍ତୁତ ହେଉଛି । ବଜାଜ ଅଟୋର ସିଇଓ ରାଜୀବ ବଜାଜ ଏକ ସାକ୍ଷାତକାର ସମୟରେ ଏନେଇ ସୂଚନା ଦେଇଛନ୍ତି ।

ସୂଚନା ଅନୁସାରେ ବଜାଜ ଅଟୋ ସିଏନଜି ବାଇକ ବ୍ୟତୀତ ଆଗାମୀ ମାସରେ ଇଥେନଲରେ ଚାଲୁଥିବା ବାଇକ୍ ଓ ଏକ ୩ ଚକିଆ ଗାଡି ପ୍ରଦର୍ଶିତ କରିବାକୁ ଯୋଜନା କରୁଛି । ଏଥିପାଇଁ କମ୍ପାନୀ ୨୦୨୫ ସୁଦ୍ଧା ବଜାର ପ୍ରବେଶ ପାଇଁ ନିର୍ଦ୍ଧାରିତ କରିଛି । କମ୍ପାନୀ କମ୍ ଦାମରେ ଅନେକ ଫିଚର ଥିବା ଇ-ସ୍କୁଟର ଆଣିବା ପାଇଁ ମଧ୍ୟ ଯୋଜନା କରୁଛି । ଏହା ସହ ଗ୍ରୀନ୍ ଏନର୍ଜିରେ ଚାଲୁଥିବା ବାଇକ୍ ଉପରେ କାମ କରୁଛି ବଜାଜ । କମ୍ପାନୀ ପାର୍ବଣ ଋତୁ ସୁଦ୍ଧା ଲକ୍ଷେ ଗ୍ରୀନ୍ ଏନର୍ଜି ବିଶିଷ୍ଟ ବାଇକ୍ ମାସିକ ବିକ୍ରି ଲକ୍ଷ୍ୟ ହାସଲ କରିବାକୁ ଚାହୁଁଛି ।

Comments are closed.