ଦି ଫାୟାର ବର୍ନ ବ୍ଲୁ- ଏ ହିଷ୍ଟ୍ରି ଅଫ୍‍ ଓ୍ୱିମେନ କ୍ରିକେଟ ଇନ ଇଣ୍ଡିଆ, ପୁସ୍ତକ ଉନ୍ମୋଚିତ

0

ଭୁବନେଶ୍ୱର : ଓଡ଼ିଆ କ୍ରୀଡା ସାମ୍ବାଦିକ ସିଦ୍ଧାନ୍ତ ପଟ୍ଟନାୟକ ଓ ବାନ୍ଧବୀ କରୁନ୍ୟା କେଶବଙ୍କ ଲିଖିତ ଭାରତୀୟ ମହିଳା କ୍ରିକେଟରଙ୍କ ଉପରେ ଆଧାରିତ ପୁସ୍ତକ ଉନ୍ମୋଚନ କରାଯାଇଛି। ପୁସ୍ତକର ନାମ ରହିଛି, ଦି ଫାୟାର ବର୍ନ ବ୍ଲୁ- ଏ ହିଷ୍ଟ୍ରି ଅଫ୍‍ ଓ୍ୱିମେନ କ୍ରିକେଟ ଇନ ଇଣ୍ଡିଆ।
ସୂଚନାଯୋଗ୍ୟ ଯେ ଲେଖକ ସିଦ୍ଧାନ୍ତ ପଟ୍ଟନାୟକ ଭୁବନେଶ୍ୱର ବିଜେବି ନଗର ପାରାମାଉଣ୍ଟ ସ୍ପୋର୍ଟର କନିଷ୍ଠ ତରଫରୁ କ୍ରିକେଟ ଖେଳୁଥିଲେ। ସେ ଭୁବନେଶ୍ୱର ସ୍ଥିତ ୟୁନିଟ୍‍-୩ ଡିଏଭି ପବ୍ଲିକ ସ୍କୁଲରୁ ନିଜର ପ୍ରାଥମିକ ଶିକ୍ଷା ଗ୍ରହଣ କରିଥିଲେ। ପରେ ସେ ବେଙ୍ଗେଲୁରୁରେ କ୍ରୀଡା ପରିଚାଳନାରେ ସ୍ନାତକୋତ୍ତ ହାସଲ କରିଥିଲେ। ସେହିପରି ସିଦ୍ଦାନ୍ତ ପଟ୍ଟନାୟକ ୨୦୧୨ରେ କ୍ରୀଡା ସାମ୍ବାଦିକ ହେବା ପୂର୍ବରୁ ଆର୍ନ୍ତଜାତୀୟ ମନୋରଞ୍ଜନ ସଂସ୍ଥା ୱିଜକ୍ରାପ୍ଟରେ କାର୍ଯ୍ୟ କରୁଥିଲେ। ୱିସଡେନ ଇଣ୍ଡିଆ ପାଇଁ ସେ ୬ଟି ପୁରୁଷ ଓ ମହିଳା ଟୁର୍ଣ୍ଣାମେଣ୍ଟ ଓ ୨୦୧୭ ମହିଳା ବିଶ୍ୱକପରେ ତିନି ଜଣ ସାମ୍ବାଦିକଙ୍କ ମଧ୍ୟରେ ସିଦ୍ଧାନ୍ତ ସ୍ଥାନ ଗ୍ରହଣ କରିଥିଲେ।
ଏହି ପୁସ୍ତକରେ ୧୮୦୦ ମସିହାରୁ ଭାରତରେ ମହିଳା କ୍ରିକେଟରଙ୍କ ଭୂମିକାକୁ ଦର୍ଶାଯାଇଛି। ୧୯୭୦ ମସିହାରେ ଭାରତର ମହିଳା କ୍ରିକେଟ ଦଳ ପ୍ରଥମ ଟେଷ୍ଟ ମ୍ୟାଚକୁ ଏଥିରେ ପ୍ରାଥମିକତା ଦିଆଯାଇଛି। କ୍ରିକେଟର ରାହୁଲ ଦ୍ରାବିଡଙ୍କ କହିବା ଅନୁସାରେ, ମହିଳାମାନେ କ୍ରିକେଟରେ ଅଧିକ ଫୋକସ ଦେଉଥିବାରୁ ଏହା ସ୍ୱାଗତଯୋଗ୍ୟ ପଦକ୍ଷେପ। ଏହି ପୁସ୍ତକକୁ ଭାରତୀୟ ଅନ୍ତର୍ଜାତୀୟ ମହିଳା କ୍ରିକେଟର ମିଥାଲି ରାଜ, ସ୍ମିତି ମନ୍ଦନା, ହରମନପ୍ରିତ କୌର ଏବଂ ଝୁଲନ ଗୌସାମୀ ଆଦି ସହଯପୋଗ କରିଛନ୍ତି।

Leave A Reply