ଟାଙ୍ଗୀ : କଟକ ଜିଲା ଟାଙ୍ଗୀ ବ୍ଲକ ଅନ୍ତର୍ଗତ ଭଟିମୁଣ୍ଡା ନୋଡାଲ ଉ.ପ୍ରା ବିଦ୍ୟାଳୟରୁ ମଧ୍ୟାନ ଭୋଜନ ଚାଉଳ ଚୋରି ଘଟଣାରେ ବିଭାଗୀୟ ଅଧିକାରୀ ନୀରବ ଯୋଗୁଁ ଓଡ଼ିଶା ସୂଚନା ଅଧିକାର ଅଭିଯାନ ତରଫରୁ ଆମରଣ ଅନଶନ କରାଯାଇଛି। ଓସା କର୍ମକର୍ତ୍ତା ଟାଙ୍ଗୀ ଗୋଷ୍ଠି ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରିଛନ୍ତି। ଅଭିଯୁକ୍ତ ଓ ସହଯୋଗୀଙ୍କୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଏବଂ ଗୋଷ୍ଠୀ ଶିକ୍ଷା ଅଧିକାରୀ ନିରବ ନେଇ ତୁରନ୍ତ ବଦଳି କରିବାକୁ ଦାବି କରାଯାଇଛି। ଏହି ଆନ୍ଦୋଳନରେ ଓସା ଜିଲା ସଂଯୋଜକ ଜିତେନ୍ଦ୍ର ସାହୁ, ନବ ଦାସ, ମହେଶ୍ୱର ସେଠୀ, ଅନୁରାଧା ନାୟକ ଆଦି ସାମିଲ ଥିଲେ।



