ନୂଆଦିଲ୍ଲୀ : ତୃଣମୂଳ କଂଗ୍ରେସର ଲୋକସଭା ସାଂସଦ ସୌମିତ୍ର ଖାନ ବୁଧବାର ବିଜେପିରେ ଯୋଗ ଦେଇଛନ୍ତି। ଲୋକସଭା ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରେ ନିଜର ରାଜନୈତିକ ପ୍ରଭାବ ବୃଦ୍ଧି ଉଦ୍ୟମରେ ଥିବା ବିଜେପିର ବାଟ ଓଗାଳିବାକୁ ଉଦ୍ୟମ କରୁଥିବା ତୃଣମୂଳ କଂଗ୍ରେସକୁ ଶକ୍ତ ଧକ୍କା ଲାଗିଛି। ବରିଷ୍ଠ ନେତା ମୁକୁଲ ରାୟ ଏକ ବର୍ଷ ପୂର୍ବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ବାଧୀନ ତୃଣମୂଳ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିଲେ। ଏହାର ଏକ ବର୍ଷ ପରେ ସୌମିତ୍ର ପ୍ରଥମ ତୃଣମୂଳ କଂଗ୍ରେସ ସାଂସଦ ଭାବେ ବିଜେପିରେ ଯୋଗଦେବା ଦ୍ବାରା ମମତା ସରକାରକୁ ଶକ୍ତ ଧକ୍କା ଲାଗିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶାସନ ନୀତିକୁ ବିରୋଧ କରି ବାଣିଜ୍ୟ ସଂଘଗୁଡିକ ପକ୍ଷରୁ ଦେଶବ୍ୟାପୀ ବନ୍ଦ ପାଳନ ବେଳେ ରାଜ୍ୟର ବିଭିନ୍ନ ସ୍ଥାନରେ ହିଂସା କାଣ୍ଡ ଘଟିଛି। କିନ୍ତୁ ମୋଦୀଙ୍କ ‘ସବକା ସାଥ ସବକା ବିକାଶ’ ନୀତି ଓ ଆଦର୍ଶକୁ ଅନୁକରଣ କରିବା ଲାଗି ସେ ବିଜେପି ସହିତ ହାତ ମିଳାଇଛନ୍ତି ବୋଲି ଖାନ କହିଛନ୍ତି।
Popular Categories



