ନୂଆଦିଲ୍ଲୀ : ‘ଦି ଆକ୍ସିଡେଣ୍ଟାଲ ପ୍ରାଇମ ମିନିଷ୍ଟର’ ଚଳଚ୍ଚିତ୍ରର ମୁକ୍ତିଲାଭ ଉପରେ ନିଷେଧଦେଶ ଦେବା ଦାବିରେ ହୋଇଥିବା ଏକ ଆବେଦନକୁ ଦିଲ୍ଲୀ ହାଇକୋର୍ଟ ବୁଧବାର ଖାରଜ କରିଦେଇଛନ୍ତି। ଫଳରେ ଅଭିନେତା ଅନୁପମ ଖେରଙ୍କ ଅଭିନୀତ ଏହି ଚଳଚ୍ଚିତ୍ର ଜାନୁଆରୀ ୧୧ରେ ମୁକ୍ତିଲାଭ କରିବାର ପଥ ପରିଷ୍କାର ହୋଇଛି। ପ୍ରଧାନମନ୍ତ୍ରୀ ପଦ ସାମ୍ବିଧାନିକ ହୋଇଥିବା ବେଳେ ଚଳଚ୍ଚିତ୍ରଟି ଏହାର ମର୍ଯ୍ୟାଦା ହାନୀ କରୁଥିବା ଦର୍ଶାଇ ଏହି ଆବେଦନ କରାଯାଇଥିଲା। କିନ୍ତୁ ଏହି ଆବେଦନ କରିବା ନେଇ ଆବେଦନକାରୀ ପୂଜା ମହାଜନଙ୍କର କୌଣସି ଅଧିକାର ନାହିଁ। ବ୍ୟକ୍ତିଗତ ସ୍ବାର୍ଥ କାରଣରୁ ସେ ଆବେଦନ କରିଛନ୍ତି ବୋଲି ମୁଖ୍ୟ ବିଚାରପତି ରାଜେନ୍ଦ୍ର ମେନନ ଏବଂ ବିଚାରପତି ଭି. କେ. ରାଓଙ୍କ ପୀଠ ରାୟ ଦେଇଛନ୍ତି।
Popular Categories



