www.samajalive.in
Monday, December 15, 2025
26.1 C
Bhubaneswar

କୋଲକାତା ଡାକ୍ତର ଦୁଷ୍କର୍ମ-ହତ୍ୟା ଘଟଣା, ସଞ୍ଜୟ ରାୟ ନିର୍ଦୋଷ କହିଲେ ତାଙ୍କ ଓକିଲ

ଡେସ୍କ: କୋଲକାତାର ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲର ଜଣେ ପ୍ରଶିକ୍ଷାର୍ଥୀ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଅଭିଯୋଗରେ ଗିରଫ ହୋଇଥିବା ସଞ୍ଜୟ ରାୟଙ୍କ ଓକିଲ କବିତା ସରକାର କହିଛନ୍ତି ଯେ ତାଙ୍କ ମହକିଲ ଯେଉଁ ଅପରାଧରେ ସମ୍ପୃକ୍ତ ଅଛନ୍ତି ସେଥିରେ ତାଙ୍କର ସମ୍ପୃକ୍ତି ନାହିଁ। ସଞ୍ଜୟ ରାୟଙ୍କ ପଲିଗ୍ରାଫ୍ ଟେଷ୍ଟ ବା ଲାଇ ଡିଟେକ୍ସନ ଟେଷ୍ଟ ଦ୍ୱାରା ସତ ସାମ୍ନାକୁ ଆସିବ ବୋଲି କବିତା ସରକାର ଦାବି କରିଛନ୍ତି।

ସେ କହିଛନ୍ତି, ମୋ ମହକିଲ ସଞ୍ଜୟ ରାୟ ଚାହୁଁଛନ୍ତି ଯେ ଅଧିକାରୀମାନେ ତାଙ୍କ ପଲିଗ୍ରାଫ୍ ଟେଷ୍ଟ କରନ୍ତୁ କାରଣ ଏହାଦ୍ୱାରା ସତ କଥା ଜଣାପଡିବ। ସେ ନିର୍ଦ୍ଦୋଷ ଏବଂ ସେ ପଲିଗ୍ରାଫ୍ ପରୀକ୍ଷା ପାଇଁ ଆଗ୍ରହୀ ବୋଲି କବିତା ସରକାର କହିଛନ୍ତି।

- Advertisement -

ଆଜି (ଶନିବାର) ଠାରୁ ସଞ୍ଜୟ ରାୟଙ୍କ ଲାଇ ଡିଟେକ୍ସନ ଟେଷ୍ଟ ଆରମ୍ଭ ହୋଇଛି। ସଞ୍ଜୟ ରାୟଙ୍କୁ ଯେଉଁ ଜେଲରେ ରଖାଯାଇଛି ସେଠାରେ ତାଙ୍କର ପଲିଗ୍ରାଫ୍ ଟେଷ୍ଟ କରାଯାଉଥିବା ବେଳେ ଘଟଣା ରାତିରେ ଡ୍ୟୁଟିରେ ଥିବା ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷଏବଂ ଜଣେ ନାଗରିକ ସ୍ୱେଚ୍ଛାସେବୀଙ୍କ ସମେତ ବାକି ୬ ଜଣ କୋଲକାତାସ୍ଥିତ ଏଜେନ୍ସି କାର୍ଯ୍ୟାଳୟରେ ପରୀକ୍ଷା କରୁଛନ୍ତି।କବିତା ସରକାର କହିଛନ୍ତି, ପଲିଗ୍ରାଫ୍ ଟେଷ୍ଟ ପାଇଁ ସଞ୍ଜୟଙ୍କ ସହମତି ନିଆଯିବା ବେଳେ ମୁଁ ସେଠାରେ ଉପସ୍ଥିତ ଥିଲି।

Hot this week

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

Related Articles

Popular Categories