ସିଜିମାଳି ଚାରିପାଖରେ ସ୍ଥାନୀୟ ବାସିନ୍ଦାଙ୍କୁ ତାଙ୍କ ଘର ପାଖରେ ସ୍ୱାସ୍ଥ୍ୟ ସେବା ଯୋଗାଉଛି ବେଦାନ୍ତ ଆଲୁମିନିୟମ ର ମୋବାଇଲ୍‌ ୟୁନିଟ୍‌

ସିଜିମାଲି : ଭାରତର ବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ଓଡ଼ିଶାର ରାୟଗଡ଼ା ଜିଲ୍ଲାର ସିଜିମାଳି ଖଣି ଚାରିପାଖରେ ଥିବା ଗ୍ରାମରେ ମୋବାଇଲ ସ୍ୱାସ୍ଥ ସେବା ୟୁନିଟର ଶୁଭାରମ୍ଭ କରିଛି । ଏହା ପରଠାରୁ ୧୮ଟି ଗ୍ରାମରେ ସ୍ୱାସ୍ଥ୍ୟସେବା ପହଞ୍ଚି ପାରିଛି । ମୋବାଇଲ ହେଲ୍‌ଥ୍‌ ୟୁନିଟ ସଂପୃକ୍ତ ଅଂଚଳରେ ୧୨୦ରୁ ଅଧିକ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରିସାରିଛି। ଏହି ପଦକ୍ଷେପରେ ବାସିନ୍ଦାଙ୍କୁ ସେମାନଙ୍କ ଘରପାଖରେ ଆବଶ୍ୟକୀୟ ସ୍ୱାସ୍ଥ୍ୟସେବା ଯୋଗାଇ ଦେଉଛି ।

ଏହି ମୋବାଇଲ୍ ସ୍ୱାସ୍ଥ୍ୟ ୟୁନିଟ୍‌ ଯୋଗ୍ୟ ଡାକ୍ତର ତଥା ଫାର୍ମାସୀଙ୍କ ସହିତ ସଜ୍ଜିତ ଓ ଏହା ଅନେକ ପ୍ରକାର ସେବା ଯଥା ଚେକ୍‌ଅପ, ବ୍ଲଡ ସୁଗର ପରୀକ୍ଷା ଓ ମାଗଣା ଔଷଧପତ୍ର ବିତରଣ କରିଥାଏ। ସ୍ୱାସ୍ଥ୍ୟ ପ୍ରତିଷେଧକ ପାଇଁ ନିୟମିତ ସ୍ୱାସ୍ଥ୍ୟ ସଚେତନତା ଶିବିରମାନ ଆୟୋଜନ କରିଥାଏ।

prayash

ବେଦାନ୍ତର ମୋବାଇଲ ହେଲଥ ୟୁନିଟ ଓଡ଼ିଶା ରାଜ୍ୟରେ ସ୍ଥାୟୀ ବିକାଶ ଓ ଗୋଷ୍ଠୀ କଲ୍ୟାଣ ଦିଗରେ କଂପାନିର ବ୍ୟାପକ ପ୍ରତିବଦ୍ଧତାର ପ୍ରମାଣ। ଆଜି ସୁଦ୍ଧା ୧୦୦ରୁ ଅଧିକ ଗାଁର ୨ ଲକ୍ଷରୁ ଅଧିକ ଲୋକ ଉପକୃତ ହୋଇଛନ୍ତି।

ଶିକ୍ଷା, ସ୍ୱାସ୍ଥ୍ୟସେବା, ଜୀବିକା, ଗ୍ରାମୀଣ ଭିତିଭୂମି ଓ ତୃଣମୂଳ ସ୍ତରରେ କ୍ରୀଡ଼ାର ଉନ୍ନତି ପାଇଁ ବେଦାନ୍ତ ଆଲୁମିନିୟମ ପ୍ରତିଶ୍ରୁତି ବଦ୍ଧ। ଏହି ସବୁ ପଦକ୍ଷେପ ଗୁଡ଼ିକ ଜନଜୀବନରେ ବହୁ ପରିବର୍ତନ ଆଣିଛି। ସ୍ଥାନୀୟ କର୍ତ୍ତୃପକ୍ଷ, କଲ୍ୟାଣ ସଂଗଠନ ଓ ଗୋଷ୍ଠୀ ସହଯୋଗରେ ବେଦାନ୍ତ ଆଲୁମିନିୟମ ଓଡ଼ିଶାର ସାମାଜିକ ଓ ଅର୍ଥନୈତିକ ବିକାଶରେ ଏକ ସକ୍ରିୟ ଭୂମିକା ଗ୍ରହଣ କରିଛି।

ବେଦାନ୍ତ ଆଲୁମିନିୟମ ବ୍ୟବସାୟ ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ ଯିଏକି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ ଓ ଆର୍ଥିକ ବର୍ଷ ୨୪ ରେ ୨.୩୭ ନିୟୁତ ଟନ୍ ଆଲୁମିିନିୟମ ଉତ୍ପାଦନ କରିଥିବା ସଂସ୍ଥା।

Comments are closed.