www.samajalive.in
Saturday, December 6, 2025
23.1 C
Bhubaneswar

ଖୁବ୍‌ ଶୁଭ ଏ ବର୍ଷର ଜନ୍ମାଷ୍ଟମୀର ଯୋଗ, ପୂରଣ ହେବା ମନସ୍କାମନା..

ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଭାଦ୍ରବ ମାସ କୃଷ୍ଣ ପକ୍ଷର ଅଷ୍ଟମୀ ତିଥିରେ ପାଳନ କରାଯାଏ । ସାରା ଦେଶରେ ଏହାକୁ ଖୁବ୍‌ ଧୂମଧାମରେ ପାଳନ କରାଯାଏ । ଚଳିତ ବର୍ଷ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପର୍ବ ୨୬ ଅଗଷ୍ଟ ସୋମବାର ଦିନ ପାଳନ କରାଯିବ । ଏହି ଦିନ ଅତ୍ୟନ୍ତ ଶୁଭ ଯୋଗ ସୃଷ୍ଟି ହେବାକୁ ଯାଉଛି । ଚଳିତ ବର୍ଷ ସେହିପରି ଯୋଗ ସୃଷ୍ଟି ହେବାକୁ ଯାଉଛି, ଯାହା ପ୍ରଭୁଙ୍କ ଜନ୍ମ ସମୟରେ ସୃଷ୍ଟି ହୋଇଥିଲା । ମାନ୍ୟତା ଅନୁଯାୟୀ ଏହି ସମୟରେ ପୂଜାର୍ଚ୍ଚନା ଓ ବ୍ରତ ପାଳନ ଦ୍ୱାରା ଶୁଭଫଳ ପ୍ରାପ୍ତି ହୋଇଥାଏ।
ପଞ୍ଚାଙ୍ଗ ଅନୁସାରେ ଚଳିତ ବର୍ଷ ଅଷ୍ଟମୀ ତିଥି ସୋମବାର ସକାଳେ ୩ଟା ୪୦ରେ ରୁ ଆରମ୍ଭ ହୋଇ ପରଦିନ ରାତି ୨ଟା ୨୦ ପର୍ଯ୍ୟନ୍ତ ରହିବ। ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଦିନ ରୋହିଣୀ ନକ୍ଷତ୍ର ଦିନ ୩ଟା ୫୫ ରୁ ଆରମ୍ଭ ହୋଇ ୨୭ ଅଗଷ୍ଟ ସକାଳ ପର୍ଯ୍ୟନ୍ତ ରହିବ।

ଜନ୍ମାଷ୍ଟମୀରେ ଚମକିବ ଏହି ରାଶିଙ୍କ ଭାଗ୍ୟ..

- Advertisement -

ଚଳିତ ବର୍ଷ ଜନ୍ମାଷ୍ଟମୀରେ ଚନ୍ଦ୍ରମା ବୃଷ ରାଶିରେ ରହିବେ। ଏହି ସମୟ ପ୍ରଭୁ କୃଷ୍ଣଙ୍କ ଜନ୍ମ ସମୟରେ ହୋଇଥିଲା । ରୋହିଣୀ ନକ୍ଷତ୍ର ଓ ଚନ୍ଦ୍ରମାଙ୍କର ବୃଷ ରାଶିରେ ରହିବା ଅତ୍ୟନ୍ତ ଶୁଭଫଳ ପ୍ରଦାନ କରିଥାଏ । ଏହାସହ ଜନ୍ମାଷ୍ଟମୀ ସୋମବାର କିମ୍ବା ବୁଧବାରରେ ପଡିଲେ ଏହା ଏକ ଦୁର୍ଲ୍ଲଭ ଯୋଗ ସୃଷ୍ଟି କରିଥାଏ । ଏହି ୨ ବାରରେ ଜନ୍ମାଷ୍ଟମୀ ପଡିଲେ ଜୟନ୍ତୀ ଯୋଗ ସୃଷ୍ଟି ହୋଇଥାଏ । ଏହା ଖୁବ୍‌ ଶୁଭ । କୁହାଯାଏ ବୁଧବାର ପ୍ରଭୁ କୃଷ୍ଣଙ୍କ ଜନ୍ମ ହୋଇଥିବା ବେଳେ ସୋମବାର ପ୍ରଭୁଙ୍କ ନାମ କରଣ ହୋଇଥିଲା।

ଦେଖନ୍ତୁ ଭିଡିଓ; ମନ୍ଦିରକୁ ୨୫ କେଜି ସୁନା ପିନ୍ଧି ଦର୍ଶନ ପାଇଁ ଆସିଲେ..

ଭଗବାନ କୃଷ୍ଣଙ୍କ ଜନ୍ମୋତ୍ସବରେ ଯେକୌଣସି ସମୟରେ ପୂଜା କରି ପାରିବେ । ମାତ୍ର ଏହି ଦିନ ୩ଟି ଶୁଭ ମୁହୂର୍ତ୍ତ ମଧ୍ୟ ସୃଷ୍ଟି ହେଉଛି। ଏହି ସମୟରେ ପୂଜା କଲେ ସମସ୍ତ ମନସ୍କାମନା ପୂରଣ ହୋଇଥାଏ ବୋଲି ମାନ୍ୟତା ରହିଛି । ପ୍ରଥମ ମୁହୂର୍ତ୍ତ ଭୋର ୫ଟା ୫୬ ରୁ ସକାଳ ୭ଟା ୩୭ ପର୍ଯ୍ୟନ୍ତ ଉତ୍ତମ । ଏହା ପରେ ଦିନ ୩ଟା ୩୬ ରୁ ସନ୍ଧ୍ୟା ୬ଟା ୪୯ ପର୍ଯ୍ୟନ୍ତ । ଏହାପରେ ରାତି ୧୨ଟା ୦୧ରୁ ୧୨ଟା ୪୫ ପର୍ଯ୍ୟନ୍ତ ପୂଜା ପାଇଁ ଉତ୍ତମ ସମୟ ରହିଛି।

ତାମିଲ, କନ୍ନଡ ପରେ ହିନ୍ଦୀରେ ଏହି ଦିନ ରିଲିଜ୍‌ ହେବ ତଙ୍ଗଲାନ,କରିବ ଜବରଦସ୍ତ ଧମାକା..

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories