www.samajalive.in
Wednesday, November 19, 2025
29.1 C
Bhubaneswar

ବାଇକ ଚୋରି ; ହତ୍ୟା ଅଭିଯୁକ୍ତ ନାବାଳକ ସହ ୬ ଗିରଫ

ବାଲେଶ୍ୱର: ଟାଉନ ଥାନା ପୁଲିସ ଶୁକ୍ରବାର ବିଳମ୍ବିତ ରାତିରେ ଡକାୟତ ଗ୍ୟାଙ୍ଗର ୬ ଜଣଙ୍କୁ ଧରିବା ସହିତ ସେମାନଙ୍କ ଠାରୁ ୧୭ଟି ଚୋରି ବାଇକ ଜବତ କରିଛି। ଏହି ୬ ଜଣଙ୍କ ମଧ୍ୟରେ ତିନି ଜଣ ହେଉଛନ୍ତି ନାବାଳକ। ତିନି ଜଣଙ୍କ ମଧ୍ୟରୁ ଜଣେ ନାବାଳକ କିଛି ମାସ ପୂର୍ବରୁ ନୀଳଗିରି ବ୍ଲୁଲେକ୍‌ରେ ଦୁଇଜଣଙ୍କୁ ହତ୍ୟା ମାମଲାରେ ଅଭିଯୁକ୍ତ ଥିଲା। ୧୫ ଦିନ ପରେ ମୁକୁଳିବା ପରେ ପୁଣି ଡକାୟତି, ରାହାଜାନି ଅଭିଯୋଗରେ ଧରାପଡ଼ିଛି।

ଟାଉନ ଥାନାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସିଟି ଡିଏସପି ଶୁଭ୍ରାଂଶୁ ନାୟକ, ଟାଉନ ଥାନାଧିକାରୀ ଅଶୋକ ନାୟକ ଓ ଏସପି ସାଗରିକା ନାଥ ଚୋରି ବାଇକ ଉଦ୍ଧାର ସମ୍ପର୍କିତ ସୂଚନା ଦେଇ କହିଥିଲେ ଯେ ନିର୍ଦ୍ଦିଷ୍ଟ ସୂତ୍ରରୁ ସୂଚନା ପାଇ ପୁଲିସ ରାତିରେ ବାଲିଘାଟ ପୋଲ ତଳେ ଅତର୍କିତ ଚଢ଼ଉ କରିଥିଲା। ଏଥିରେ ୬ଜଣ ଯାକ ଧରାପଡ଼ି ଯାଇଥିଲେ। ସେମାନଙ୍କଠାରୁ ୨ଟି ଖଣ୍ଡା ଓ ୨ଟି ସୁତୁଲି ବମ୍ ଜବତ କରାଯାଇଛି। ଥାନାକୁ ଆଣି ପଚରା ଉଚରା କରିବା ପରେ ସେମାନେ ରାତିରେ ଛିନ୍‌ତାଇ କରିବା ସହିତ ବାଇକ୍‌ ଛଡ଼ାଇ ନେଇଥାନ୍ତି ବୋଲି ମାନିଥିଲେ। ସେମାନେ ବ୍ୟବହାର କରୁଥିବା ୬ଟି ଯାକ ବାଇକ ମଧ୍ୟ ଚୋରି ବୋଲି ଜଣା ପଡ଼ିଥିଲା। ଅଧିକ ଯାଞ୍ଚ ପରେ ପାତ୍ରପଡ଼ା ଆଲୁଆ​‌​‌ର ଏକ ପରିତ୍ୟକ୍ତ ଘରେ ଅନ୍ୟ ବାଇକ ଗୁଡ଼ିକ ଲୁଚାଇ ରଖିଥିବା ସୂଚନା ପାଇବା ପରେ ପୁଲିସ ସେଗୁଡ଼ିକ ମଧ୍ୟ ଜବତ କରିଥିଲା। ଚୋରି ବାଇକ ଗୁଡ଼ିକ ସେମାନେ ପ୍ରାୟତଃ ଚୋରା ମଦ ବ୍ୟବସାୟୀ ଓ ଚୋରା କାଠ ବ୍ୟବସାୟିଙ୍କୁ ବିକ୍ରି କରିଥାନ୍ତି।

- Advertisement -

ଗିରଫ ୬ ଜଣଙ୍କ ମଧ୍ୟରୁ ତିନି ଜଣ ନାବାଳକ ଚିହ୍ନଟ ହେବା ପୁଲିସ ପାଇଁ ଏବେ ମୁଣ୍ଡ ବ୍ୟଥାର କାରଣ ହୋଇଛି। ଆଇନର ଗଳାବାଟରେ ଏହି ଅପରାଧୀମାନେ ସହଜରେ ଖସି ଯାଉଥିବାରୁ ନ୍ୟାୟିକ ବ୍ୟବସ୍ଥାରେ ପରିବର୍ତନ ହେବା ଉଚିତ ବୋଲି ଚର୍ଚ୍ଚା ହେଉଛି। ସୂଚନା ଯୋଗ୍ୟ ଯେ ନୀଳଗିରି ହତ୍ୟା ଅଭିଯୁକ୍ତ ନାବାଳକ ଜଣକ ସଲ୍‌ଟ ରୋଡରେ ଛିନତାଇ କରୁଥିବା ବେଳେ ଜଣେ ବାଇକ ଆରୋହୀକୁ ଖଣ୍ଡାରେ ହାଣି ଦେଇଥିଲା। ସେ ତୀବ୍ର ବେଗରେ ପଳାଇ ଆସୁଥିବା ବେଳେ ଗଛରେ ପିଟି ହୋଇ ମୃତ୍ୟୁ ମୁଖରେ ପଡ଼ିଥିଲା। ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ ଜିଲାର ବିଭିନ୍ନ ଥାନାରେ ଏକାଧିକ ମାମଲା ରୁଜୁ ଥିବା ଏସ୍‌ପି ସୂଚନା ଦେଇଥିଲେ। ଧରା ପଡ଼ିଥିବା ବାଇକ ଗୁଡ଼ିକ ମଧ୍ୟରୁ ତାହାର ମାଲିକମାନଙ୍କୁ ଚିହ୍ନଟ କରି ଉପଯୁକ୍ତ ପ୍ରମାଣ ପରେ ହସ୍ତାନ୍ତର କରାଯାଇଥିଲା।

Hot this week

ମାରି​ଦେଲା ଚିପ୍ସ ପ୍ୟାକେଟ୍ ଖେଳନା

ବାଲିଗୁଡ଼ା: ଏମିତି ବି ଆସେ ମୃତ୍ୟୁ। ବାଲିଗୁଡା ବ୍ରାହ୍ମଣୀଗାଁ ଥାନା ତାଜୁଙ୍ଗିଆ...

ଶୀତ ଦିନେ ଗୁଡ ଖାଇଲେ ମିଳିବ ଅନେକ ଫାଇଦା

ସମାଜ ଲାଇଭ ଡ଼େସ୍କ : ଶୀତଦିନ ଆସିବା ସହିତ ଗୁଡ଼ ବଜାରରେ...

ଯୁବତୀଙ୍କୁ ପ୍ରେମ ପ୍ରତାରଣା; ବନ୍ଧା ହେଲେ ଏୟାର ଫୋର୍ସର ଯବାନ

ଭୁବନେଶ୍ବର: ମହଙ୍ଗା ପଡିଲା ଲଭ୍‌, ସେକ୍ସ ଆଉ ଧୋକା। ଯୁବତୀଙ୍କ ସହ...

ବିଷାକ୍ତ ପାଉଁଶ ବୋଝଇ ଟ୍ରକ ଦୁର୍ଘଟଣାରେ ବାବାଙ୍କ ମୃତ୍ୟୁ

ରେଢ଼ାଖୋଲ: ୫୫ ନଂ ଜାତୀୟ ରାଜପଥ ରେଢ଼ାଖୋଲ ଡାକ୍ତରଖାନା ଛକ ନିକଟରେ...

ବଢୁଛି ଭାଇରାଲ ସଂକ୍ରମଣ: କଣ କରିବେ

ସମାଜ ଡିଜିଟାଲ ଡେସ୍କ: ଆମ ଚାରିପାଖରେ ଅନେକ ଲୋକଙ୍କୁ ଦେଖିଛେ ଯେଉଁମାନେ...

Related Articles

Popular Categories