www.samajalive.in
Sunday, December 7, 2025
14.1 C
Bhubaneswar

ବଲସକୁମ୍ପାରେ ପୁଲିସ ଫାଣ୍ଡି ସ୍ଥାପନ ଦାବି

ଫୁଲବାଣୀ: କନ୍ଧମାଳ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ବରାଳ ଦେବୀ କେଉଁ ଅନାଦି କାଳରୁ ଖଜୁରୀପଡ଼ା ଥାନା ଅନ୍ତର୍ଗତ ବଲସକୁମ୍ପାଠାରେ ପୂଜା ପାଇ ଆସୁଛନ୍ତି। ତେଣୁ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁ ମା’ଙ୍କ ଦର୍ଶନ ପାଇଁ ମନ୍ଦିରକୁ ଆସନ୍ତି। ମନ୍ଦିର ନିକଟରେ ଲାଗି ରହିଛି ପିଲା ସାଲୁଙ୍କି ଡ୍ୟାମ୍ ଏବଂ ପୁରୁଣା ପାଣି ଡ୍ୟାମ, ଯାହାର ପରିବେଶ ବେଶ୍ ମନୋହର ଥିବାରୁ ପର୍ଯ୍ୟଟକମାନେ ଆକୃଷ୍ଟ ହୋଇ ବୁଲିବା ପାଇଁ ଆସନ୍ତି। ମନ୍ଦିର ଏବଂ ପର୍ଯ୍ୟଟକମାନଙ୍କ ସୁରକ୍ଷା ପ୍ରତି ଦୃଷ୍ଟି ଦେଲେ ଖଜୁରୀପଡ଼ା ଥାନା ଏହି ସ୍ଥାନଠାରୁ ୧୪ କିମି ଦୂରରେ ଥିବାରୁ ପୁଲିସ ସବୁ ବେଳେ ସୁରକ୍ଷା ଦେବା ସମ୍ଭବ ହୋଇପାରୁନାହିଁ। ଯାହାର ସୁଯୋଗ ନେଇ ଅସାମାଜିକ ବ୍ୟକ୍ତିମାନେ ମା’ ବରାଳ ଦେବୀ ମନ୍ଦିରକୁ ବାରମ୍ବାର ତାଲା ଭାଙ୍ଗି ଚୋରି କରିଛନ୍ତି । ଅନେକ ସମୟରେ ଅସାମାଜିକ ବ୍ୟକ୍ତିମାନେ ପିଲା ସାଲୁଙ୍କୀ ଡ୍ୟାମରେ ଆଡ଼ାସ୍ଥଳ କରି ପର୍ଯ୍ୟଟକମାନଙ୍କୁ ହଇରାଣ ହରକତ କରିବା ସହିତ ଡକାୟତି କରିଥିବା ଘଟଣା ଥାନାରେ ଅଭିଯୋଗ ହେଉଛି । ତେଣୁ ଏହି ଅଞ୍ଚଳର ସୁରକ୍ଷାକୁ ନଜରରେ ରଖି ବଲସକୁମ୍ପାଠାରେ ଏକ ଫାଣ୍ଡି ସ୍ଥାପନ ପାଇଁ ଦାବି ହୋଇଛି। ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ସମସ୍ତ ପଞ୍ଚାୟତର ସରପଞ୍ଚଙ୍କ ସମେତ ମା’ ବରାଳ ଦେବୀ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଏ ସମ୍ପର୍କରେ ଏସପିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ବଳଭଦ୍ର ଦୀପକ ଏବଂ ଡିଏସପି କୋମଳ କୁମାର୍ ପଣ୍ଡାଙ୍କୁ ଦିଆଯାଇଛି। ପିରୀକୁଡି ସରପଞ୍ଚ ଉମା ଚରଣ ମଲ୍ଲିକ, ଗୁଦାରୀ ସରପଞ୍ଚ ସୁଜିତ୍ କୁମାର ମଲ୍ଲିକ, ଅଡ଼ାସୀପଡା ସରପଞ୍ଚ ବ୍ରଜ ମୋହନ କହଁର, ମା’ ବରାଳ ଦେବୀ ମନ୍ଦିର ପରିଚାଳନା କମିଟି ସାଧାରଣ ସମ୍ପାଦକ ସଞ୍ଜୟ କହଁର, ଟିଟ୍ରା ପଙ୍ଗା ସରପଞ୍ଚ ସଞ୍ଜୀବ ଲୋଚନ ପ୍ରଧାନ ଏବଂ ମା’ ଇଷ୍ଟ ଦେବୀ ଯୁବ କଳା ପରିଷଦର ସାଧାରଣ ସମ୍ପାଦକ ବିଦୁର ବେହେରା, ଦଳପଡ଼ା ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ଗୌର ଚରଣ ବେହେରା ଏବଂ ବଳଦେବ ବେହେରା, ଦୀନବନ୍ଧୁ ପ୍ରଧାନ ପ୍ରମୁଖ ଏହି ଦାବିପତ୍ର ଦେଇଥିଲେ।

Hot this week

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

Related Articles

Popular Categories