www.samajalive.in
Saturday, December 6, 2025
16.1 C
Bhubaneswar

କଲକାତା ଲଜ୍ଜା; ସୁପ୍ରିମକୋର୍ଟରେ ଷ୍ଟାଟସ୍‌‌ ରିପୋର୍ଟ ଦାଖଲ

ସମାଜ ଡିଜିଟାଲ ଡେସ୍କ: ଟ୍ରେନି ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ସିବିଆଇ ଓ କଲକାତା ପୁଲିସ ସୁପ୍ରିମକୋର୍ଟରେ ଷ୍ଟାଟସ୍‌‌ ରିପୋର୍ଟ ଦାଖଲ କରିଛନ୍ତି। ଷ୍ଟାଟସ୍‌‌ ରିପୋର୍ଟରେ ସିବିଆଇ କଲକାତା ପୁଲିସର ଅବହେଳା ଦର୍ଶାଇ ଥିବା ସୂଚନା ମିଳିଛି। ଏହାସହିତ ଯେଉଁମାନଙ୍କୁ ସନ୍ଦେହ ଘେରରେ ରଖାଯାଇ ଜେରା କରାଯାଇଛି ସେମାନଙ୍କର ବିସ୍ତୃତ ବିବରଣୀ ମଧ୍ୟ ଷ୍ଟାଟସ୍‌‌ ରିପୋର୍ଟରେ ଦିଆଯାଇଛି। ଘଟଣାସ୍ଥଳ ସୁରକ୍ଷିତ ନ ଥିବା ତଦନ୍ତକାରୀ ସଂସ୍ଥା ରିପୋର୍ଟରେ ଦର୍ଶାଇଛି। ସିବିଆଇ ସହିତ କଲକାତା ପୁଲିସ ମଧ୍ୟ ଏହି ମାମଲାରେ ସୁପ୍ରିମକୋର୍ଟରେ ଷ୍ଟାଟସ୍‌‌ ରିପୋର୍ଟ ଦାଖଲ କରିଛି।
ସୂଚନା ଅନୁସାରେ ଏହି ଘଟଣାରେ ଗତ ୬ଦିନ ମଧ୍ୟରେ ସିବିଆଇ ଲଗାତାର ଦୁଇ ଜଣଙ୍କୁ ପଚରାଉଚରା କରିଛି। ଏଥିରେ ପ୍ରଥମ ଅଭିଯୁକ୍ତ ହେଉଛନ୍ତି ସଞ୍ଜୟ ରାୟ ଓ ଅନ୍ୟ ଜଣେ ହେଲେ ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷ। ସିବିଆଇ ଟିମ୍‌‌ ସଂପୃକ୍ତ ହସ୍ପିଟାଲ ଯାଇ ସମସ୍ତ ଫୋରେନସିକ୍‌‌ ଯାଞ୍ଚ ସହିତ ପ୍ରମାଣ ସଂଗ୍ରହ କରିବାକୁ ଚେଷ୍ଟା କରିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories