www.samajalive.in
Saturday, December 6, 2025
15.1 C
Bhubaneswar

ଦେଖନ୍ତୁ ଭିଡିଓ; ୱାଶିଂମେସିନରେ ଫଣା ଟେକି ଥିଲା କଳା ନାଗ, ତା’ପରେ..

ଜୟପୁର : ବର୍ଷା ଦିନରେ ଅଧିକାଂଶ ସ୍ଥାନରେ, ଘରେ, ଜୋତା, ହେଲମେଟ ଭିତରେ ସାପ ଲୁଚି ରହିବା ଭଳି ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ୱାଶିଂମେସିନରେ ପୋଷାକ ସଫା କରିବାକୁ ଯାଉଥିଲେ ପ୍ରଥମେ ସାବଧାନ ହୋଇ ଯାଆନ୍ତୁ । ରାଜସ୍ଥାନର କୋଟାରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି, ଯାହା ଆପଣଙ୍କ ହୋସ୍‌ ଉଡାଇ ଦେବ । ଭୟରେ ଥରିବାକୁ ଲାଗିବେ ମଧ୍ୟ।

- Advertisement -

ଭିଡିଓରେ ଦେଖି ପାରିବେ, ୱାଶିଂମେସିନ୍‌ ଭିତରେ ସାପଟି କିଭଳି ଫଣା ଟେକି ରହିଛି । ଏହି ଦୃଶ୍ୟ ବାସ୍ତବିକ ଭୟଭୀତ କରୁଛି । ଲୋକେ ଭିଡିଓକୁ ଦେଖି ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି।

କୋଟାର ସ୍ୱାମୀ ବିବେକାନନ୍ଦନଗରରେ ଜଣେ ବ୍ୟକ୍ତି ପୋଷାକ ସଫା କରିବାକୁ ୱାଶିଂମେସିନ୍‌ ଖୋଲିବା ମାତ୍ରେ ତା’ମଧ୍ୟରେ ୫ ଫୁଟର କଳା ନାଗ ଫଣା ଟେକି ରହିଥିଲା । ଏଭଳି ଦୃଶ୍ୟ ଦେଖି ସେ ଭୟଭୀତ ହୋଇ ୱାଶିଂମେସିନ୍‌ ଢାଙ୍କୁଣୀ ବନ୍ଦ କରି ଦେଇଥିଲେ । ସାପ ଧରାଳି ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଏହି ୫ ଫୁଟର କଳା ନାଗକୁ ସୁରକ୍ଷିତ ଉଦ୍ଧାର କରି ଥିଲେ । ପରେ ସାପକୁ ଜଙ୍ଗଲରେ ଛାଡି ଦେଇଥିଲେ । ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେଉଛି ।

ସେପ୍ଟେମ୍ବରରେ ଚମକିବ ଏହି ରାଶି ଭାଗ୍ୟ: ହଠାତ୍‌ ମିଳିବ ଧନ..

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories