ଜିଓ ଯୋଡିଲା ୧୯ ଲକ୍ଷ ଗ୍ରାହକ: ଏୟାରଟେଲର ୧୨ ଲକ୍ଷ, ବିଏସଏନଏଲ୍ ମାତ୍ର..

ନୂଆଦିଲ୍ଲୀ : ଟେଲିକମ୍ ରେଗୁଲେଟରୀ ଅଥୋରିଟି ଅଫ୍ ଇଣ୍ଡିଆ(TRAI) ଜୁନ ମାସରେ ଉପଭୋକ୍ତାଙ୍କ ସଂଖ୍ୟା ଜାରି କରିଛି । ରିଲାଏନ୍ସ ଜିଓ ଜୁନରେ ପ୍ରାୟ ୧୯.୧ ଲକ୍ଷ ଓ୍ବେୟାରଲେସ୍ ଗ୍ରାହକ ଯୋଡିଛି । ସେହିଭଳି ଭାରତୀ ଏୟାରଟେଲ ୧୨.୫ ଲକ୍ଷ ଗ୍ରାହକ ଯୋଡିଛି । ଭୋଡାଫୋନ୍ ଆଇଡିଆ ଏହି ମାମଲାରେ ପଛରେ ପଡିଯାଇଛି । ଜୁନରେ ପ୍ରାୟ ୮.୬୧ ଲକ୍ଷ ନୂଆ ୟୁଜର୍ସ ଭୋଡାଫୋନ୍ ଆଇଡିଆ ଛାଡିଦେଇଛନ୍ତି ।

ନୂଆ ରିପୋର୍ଟ ଅନୁସାରେ ଜୁନ ମାସରେ ଜିଓର ସମୁଦାୟ ମୋବାଇଲ ୟୁଜର୍ସଙ୍କ ସଂଖ୍ୟା ୪୭.୬ କୋଟି ହୋଇଯାଇଛି । ଓ୍ବେୟାରଲେସ୍ କ୍ଷେତ୍ରରେ ଜିଓ ୪ ଲକ୍ଷ ୩୪ ହଜାର ନୂଆ ଉପଭୋକ୍ତା ଯୋଡିଛି । ସେହିଭଳି ଏୟାରଟେଲ ମୋବାଇଲ ଉପଭୋକ୍ତାଙ୍କ ସଂଖ୍ୟା ୩୮.୯ କୋଟି ହୋଇଯାଇଛି । ଓ୍ବେୟାରଲେସ୍ କ୍ଷେତ୍ରରେ ଏୟାରଟେଲ୍ ୪୪,୬୧୧ ଉପଭୋକ୍ତା ଯୋଡିଛି । ଭୋଡାଫୋନ୍ ଉପଭୋକ୍ତାଙ୍କ ସଂଖ୍ୟା୨୧.୭ କୋଟି ହୋଇଯାଇଛି । ଜୁନରେ ବିଏସଏନଏଲକୁ ୭ ଲକ୍ଷରୁ ଅଧିକ ଗ୍ରାହକ ଛାଡି ଦେଇଛନ୍ତି । ଏହା ପରେ କମ୍ପାନୀ ପାଖରେ ମାତ୍ର ୮.୫୫୮ କୋଟି ଉପଭୋକ୍ତା ଅଛନ୍ତି ।

Comments are closed.