www.samajalive.in
Saturday, December 13, 2025
27.1 C
Bhubaneswar

ପଶ୍ଚିମବଙ୍ଗରେ ବିଜେପିର ରଥଯାତ୍ରା ପ୍ରସଙ୍ଗ; ମମତାଙ୍କ ଠାରୁ ଉତ୍ତର ଲୋଡିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ବିଜେପିର ପ୍ରସ୍ତାବିତ ରଥଯାତ୍ରାକୁ ଅନୁମତି ନ ଦେବା ପ୍ରସଙ୍ଗରେ ସୁପ୍ରିମକୋର୍ଟ ମଙ୍ଗଳବାର ମମତା ବାନାର୍ଜୀଙ୍କ ନେତୃତ୍ବ ପଶ୍ଚିମବଙ୍ଗ ସରକାରଙ୍କୁ ନୋଟିସ ଜାରି କରିଛନ୍ତି। ନୋଟିସରେ ବିଜେପିର ରଥଯାତ୍ରାକୁ କାହିଁକି ରାଜ୍ୟ ସରକାର ଅନୁମତି ଦେଉ ନାହାନ୍ତି ତାର ଉତ୍ତର ଦେବାକୁ କୁହାଯାଇଛି। ଜାନୁଆରୀ ୧୫ରେ ସୁପ୍ରିମକୋର୍ଟ ଏହା ଉପରେ ଶୁଣାଣି କରିବେ। ‘ଗଣତନ୍ତ୍ର ସୁରକ୍ଷା’ ନାମରେ ବିଜେପି ପଶ୍ଚିମବଙ୍ଗରେ ଏକ ରଥଯାତ୍ରା ଆୟୋଜନ କରିବାକୁ ଯାଉଥିବାବେଳେ ରାଜ୍ୟ ସରକାର ଏହାକୁ ଅନୁମତି ଦେଇ ନାହାନ୍ତି। କଲକାତା ହାଇକୋର୍ଟଙ୍କ ଜଣିକିଆ ବିଚାରପତି ପୀଠ ବିଜେପିର ରଥଯାତ୍ରାକୁ ଅନୁମତି ଦେଇଥିବାବେଳେ ଡିସେମ୍ବର ୨୧ରେ ହାଇକୋର୍ଟଙ୍କ ଦୁଇଜଣିଆ ବିଚାରପତି ପୀଠ ଏହାକୁ ଖାରଜ କରିଥିଲେ। ହାଇକୋର୍ଟଙ୍କ ରାୟ ବିରୋଧରେ ବିଜେପି ସୁପ୍ରିମକୋର୍ଟରେ ଆବେଦନ କରିଛି।

Hot this week

ବିଜେପିରେ ଦିଲ୍ଲୀରୁ ହୁଏ ନିଷ୍ପତ୍ତି; ମୋ ସହିତ ଆଦୌ ପରାମର୍ଶ କରାଯାଏନାହିଁ

ସମାଜ ଡିଜିଟାଲ ଡେସ୍କ: ପଞ୍ଜାବରେ ବିଜେପି ରାଜନୀତି ସରଗରମ । ପୂର୍ବତନ...

ମେସିଙ୍କୁ ଦେଖିବାକୁ ଷ୍ଟାଡିୟମରେ ହଙ୍ଗାମା

ସମାଜ ଲାଇଭ ଡ଼େସ୍କ : ମେସିଙ୍କୁ ଦେଖିବାକୁ କଲକାତା ସଲ୍ଟଲେକ ଷ୍ଟାଡିୟମରେ...

ଗୋପାଳପୁର କଲେଜରେ ସ୍ଥାପନ ହେବ ଫ୍ରାଟେରନିଟି ପାର୍କ

ବ୍ରହ୍ମପୁର/ଗୋପାଳପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ସ୍ଥିତ ହୋଟେଲ ସି ସାଇଡ...

ବଦଳିପାରେ ମନରେଗା ଯୋଜନାର ନାମ

ସମାଜ ଲାଇଭ ଡ଼େସ୍କ : ଗ୍ରାମୀଣ ସ୍ତରରେ ଶ୍ରମିକ ମାନଙ୍କୁ ରୋଜଗାର...

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

Related Articles

Popular Categories