www.samajalive.in
Saturday, December 13, 2025
27.1 C
Bhubaneswar

ଓଡିଶାରେ ପଂଚଦଶ ଅର୍ଥ ଆୟୋଗଙ୍କ ବୈଠକ

ଭୁବନେଶ୍ୱର .. -ରାଜନୈତିକ ସ୍ଥିରତା, ଆଭ୍ୟନ୍ତରୀଣ ସାମର୍ଥ୍ୟ ଓ ସମ୍ବଳର ପ୍ରକୃତ ଉପଯୋଗ ହେଲେ ଓଡିଶାର ଭବିଷ୍ୟତ ଆହୁରି ଉଜ୍ଜଳ ହେବ  ଏନ. କେ. ସିଂହଙ୍କ ନେତୃତ୍ୱରେ ଓଡିଶା ଆସିଥିବା ପଂଚଦଶ ଅର୍ଥ ଆୟୋଗ ଆଜି ପଂଚାୟତିରାଜ ସଂସ୍ଥା, ପୌରସଂସ୍ଥା, ଶିଳ୍ପ ଓ ବାଣିଜ୍ୟ ସଂଗଠନର ପ୍ରତିନିଧିମାନଙ୍କୁ ପୃଥକ ପୃଥକ ଭେଟି ବିସ୍ତୃତ ଭାବେ ଆଲୋଚନା କରିଛନ୍ତି। ଏହି ଆଲୋଚନା କାଳରେ ପ୍ରଥମ ଚରଣରେ, ପଂଚାୟତ ଓ ପୌରସଂସ୍ଥାଗୁଡିକର ଆର୍ଥିକ ସ୍ୱଚ୍ଛଳତା, ସାମର୍ଥ୍ୟ ଏବଂ ଆଂଚଳିକ ସ୍ତରରେ ଟିକସ ଆଦାୟର ସରଳ ଓ ସୁଗମ ପଦ୍ଧତି ନେଇ ବିଚାର ବିମର୍ଶ ହୋଇଛି। ତିନିସ୍ତରୀୟ ପଂଚାୟତିରାଜ ସଂସ୍ଥାମାନଙ୍କୁ ଆର୍ଥିକ କ୍ଷମତାର ବିକେନ୍ଦ୍ରୀକରଣ ନେଇ ଆୟୋଗର ସଦସ୍ୟମାନେ ପ୍ରତିନିଧିମାନଙ୍କ ସହ ଏକମତ ହୋଇଥିଲେ। ପଂଚାୟତ ଓ ପୌରସଂସ୍ଥାମାନଙ୍କର ଟିକସ ଆଦାୟର ସାମର୍ଥ୍ୟ ଓ ପରିସର ବ୍ୟାପକ କରିବା ନେଇ ମଧ୍ୟ ସମ୍ୟକ ଭାବେ ଆଲୋଚନା ହୋଇଥିବା ଜଣାପଡିଛି। ଏପର୍ଯ୍ୟନ୍ତ ପଂଚାୟତିରାଜ ସଂସ୍ଥା ଏବଂ ପୌରସଂସ୍ଥାମାନଙ୍କୁ ସମ୍ପତି କର ଆଦାୟର କ୍ଷମତା ପ୍ରଦାନ କରାଯାଇ ନଥିବାରୁ ପଂଚଦଶ ଅର୍ଥ ଆୟୋଗ ଉଦ୍‍ବେଗ ପ୍ରକାଶ କରିଥିଲେ। ଏହି ପ୍ରସଙ୍ଗ ଉପରେ ଅଗ୍ରାଧିକାର ଭିତିରେ ପଦକ୍ଷେପ ନିଆଯିବା ନେଇ ଆୟୋଗ ଗୁରୁତ୍ୱାରୋପ କରିଥିଲେ। ଟିକସ ଆଦାୟର ପରିସର ବୃଦ୍ଧି ଦ୍ୱାରା ପଂଚାୟତିରାଜ ସଂସ୍ଥା ଏବଂ ପୌର ସଂସ୍ଥାମାନଙ୍କର ଆର୍ଥିକ ସ୍ୱଚ୍ଛଳତା ଏବଂ ସ୍ୱାବଲମ୍ବନଶୀଳତା ବଢ଼ିବ ବୋଲି ଆୟୋଗଙ୍କ ହୃଦ୍‍ବୋଧ ହୋଇଛି।

ମହିଳା ସଶକ୍ତିକରଣ କ୍ଷେତ୍ରରେ ଓଡିଶାର ପଦକ୍ଷେପ ଏକ ଉଜ୍ଜଳ ଉଦାହରଣ ବୋଲି କମିଶନ ଉଲ୍ଲେଖ କରିଛନ୍ତି। ଆଜି କମିଶନଙ୍କୁ ଭେଟିଥିବା ପଂଚାୟତିରାଜ ଏବଂ ପୌର ସଂସ୍ଥାର ୧୬ଜଣ ପ୍ରତିନିଧିଙ୍କ ମଧ୍ୟରୁ ୧୦ଜଣ ମହିଳା ପ୍ରତିନିଧି ହୋଇଥିବାରୁ କମିଶନ ବେଶ ସନ୍ତୋଷ ପ୍ରକାଶ କରିଥିଲେ। ପଂଚଦଶ ଅର୍ଥ ଆୟୋଗ ଆଜି ଦ୍ୱିତୀୟ ପର୍ଯ୍ୟାୟରେ ଶିଳ୍ପ ଓ ବାଣିଜ୍ୟ ସଂଗଠନଗୁଡିକର ପ୍ରତିନିଧିମାନଙ୍କୁ ଭେଟିଥିଲେ। କମିଶନଙ୍କ ହୃଦ୍‍ବୋଧ ହୋଇଛି ଯେ, ଦେଶର ୭୨ ଭାଗ ଖଣିଜ ସମ୍ପଦ ଏବଂ ବିନିର୍ମାଣ କ୍ଷେତ୍ର ଓଡିଶାରେ ସେତେଟା ବିକଶିତ ହୋଇପାରିନାହିଁ। ଏହାଯୋଗୁଁ କର୍ମ ନିଯୁକ୍ତି ସୁଯୋଗ ସୃଷ୍ଟି ଆଖିଦୃଶିଆ ହୋଇପାରିନାହିଁ। ବିପୁଳ ପରିମାଣରେ ଖଣିଜ ସମ୍ପଦ ଭରି ରହିଥିଲେ ମଧ୍ୟ ଓଡିଶା ଏପର୍ଯ୍ୟନ୍ତ ଏହାର ପ୍ରକୃତ ସାମର୍ଥ୍ୟକୁ ଅଭିବୃଦ୍ଧି କ୍ଷେତ୍ରରେ ଉପଯୋଗ କରିପାରିନାହିଁ। ନିକଟ ଅତିତରେ ଓଡିଶା ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା କେତେକ କାର୍ଯ୍ୟକ୍ରମ ଭଲ ଓ ଫଳପ୍ରଦ ହୋଇଥିଲେ ମଧ୍ୟ ଆହୁରି ଅନେକ କିଛି କରିବାକୁ ବାକି ରହିଛି। ନିୟାମକ ଢ଼ାଂଚା, ଉନ୍ନତ ସଂରଚନା ଓ ଭିତିଭୂମି କ୍ଷେତ୍ର ରାଜ୍ୟର ବିକାଶ ଲାଗି ନିହାତି ଆବଶ୍ୟକ ଏବଂ ଏହା ଓଡିଶାକୁ ଅଧିକ ପ୍ରତିଦ୍ୱନ୍ଦିତାମୂଳକ ଶିଳ୍ପ ରାଜ୍ୟ ରୂପେ ଗଢ଼ି ତୋଳିବ ବୋଲି କମିଶନ ମତ ବ୍ୟକ୍ତ କରିଛନ୍ତି। ରାଜନୈତିକ ସ୍ଥିରତା ଏବଂ ଆଭ୍ୟନ୍ତରିଣ ସାମର୍ଥ୍ୟ ଓ ସମ୍ବଳର ପ୍ରକୃତ ଉପଯୋଗ ହେଲେ ଓଡିଶାର ଭବିଷ୍ୟତ ଆହୁରି ଉନ୍ନତ ଓ ଉଜ୍ଜଳ ହେବ ବୋଲି ଆୟୋଗ ମତ ବ୍ୟକ୍ତ କରିଛନ୍ତି।

Hot this week

ବିଜେପିରେ ଦିଲ୍ଲୀରୁ ହୁଏ ନିଷ୍ପତ୍ତି; ମୋ ସହିତ ଆଦୌ ପରାମର୍ଶ କରାଯାଏନାହିଁ

ସମାଜ ଡିଜିଟାଲ ଡେସ୍କ: ପଞ୍ଜାବରେ ବିଜେପି ରାଜନୀତି ସରଗରମ । ପୂର୍ବତନ...

ମେସିଙ୍କୁ ଦେଖିବାକୁ ଷ୍ଟାଡିୟମରେ ହଙ୍ଗାମା

ସମାଜ ଲାଇଭ ଡ଼େସ୍କ : ମେସିଙ୍କୁ ଦେଖିବାକୁ କଲକାତା ସଲ୍ଟଲେକ ଷ୍ଟାଡିୟମରେ...

ଗୋପାଳପୁର କଲେଜରେ ସ୍ଥାପନ ହେବ ଫ୍ରାଟେରନିଟି ପାର୍କ

ବ୍ରହ୍ମପୁର/ଗୋପାଳପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ସ୍ଥିତ ହୋଟେଲ ସି ସାଇଡ...

ବଦଳିପାରେ ମନରେଗା ଯୋଜନାର ନାମ

ସମାଜ ଲାଇଭ ଡ଼େସ୍କ : ଗ୍ରାମୀଣ ସ୍ତରରେ ଶ୍ରମିକ ମାନଙ୍କୁ ରୋଜଗାର...

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

Related Articles

Popular Categories