www.samajalive.in
Saturday, December 6, 2025
15.1 C
Bhubaneswar

ବଜାରକୁ ଆସିଲା ଜିଓର ଶସ୍ତା ଓ ଆକର୍ଷଣୀୟ ପ୍ଲାନ୍‌, ଦାମ୍‌ ୨୦୦ରୁ ବି କମ୍‌

ସମାଜ ଡିଜିଟାଲ ଡେସ୍କ: ବଜାରକୁ ଏକ ନୂଆ ତଥା ଶସ୍ତା ପ୍ଲାନ୍ ଆଣିଛି ରିଲାୟନ୍ସ ଜିଓ। ଏହି ପ୍ଲାନ୍‌ର ମୂଲ୍ୟ ୧୯୮ ଟଙ୍କା। ଯଦିଓ ଏହାର ବୈଧତା ବହୁତ କମ୍, କିନ୍ତୁ ଏହା ଏକ ଚମତ୍କାର ପ୍ଲାନ୍‌ ସାବ୍ୟସ୍ତ ହେବାକୁ ଯାଉଛି। ଏହି ଯୋଜନାରେ ଅନେକ ସୁବିଧା ଉପଲବ୍ଧ, ଯାହା ଏହାକୁ ଅନ୍ୟ ପ୍ଲାନ୍‌ଗୁଡ଼ିକଠାରୁ ଭିନ୍ନ କରିଥାଏ। ୨୦୦ ଟଙ୍କାଭ ଭିତରେ ଥିବାରୁ ଏହି ପ୍ଲାନ୍ ଲୋକଙ୍କୁ ବେଶ୍‌ ପସନ୍ଦ ଆସିବ ବୋଲି କମ୍ପାନୀ ଆଶା ପୋଷଣ କରିଛି।

ତେବେ ଏହା କମ୍ପାନୀ ପକ୍ଷରୁ ଦିଆଯାଇଥିବା ସବୁଠାରୁ ଶସ୍ତା ପ୍ଲାନ୍‌ ନୁହେଁ। ଏହା ବ୍ୟତୀତ ଜିଓର ୧୮୯ ଟଙ୍କାର ପ୍ଲାନ୍‌ ମଧ୍ୟ ଅଛି, ଯାହା ବେଶ୍‌ ଶସ୍ତା। ୧୯୮ ଟଙ୍କା ବ୍ୟତୀତ ଉପଭୋକ୍ତା ୧୯୯ ଟଙ୍କାର ପ୍ଲାନ୍ ମଧ୍ୟ କିଣି ପାରିବେ। ୧୯୯ ଟଙ୍କାରେ ଉପଭୋକ୍ତାଙ୍କୁ ଟିକିଏ ଅଧିକ ବୈଧତା ମିଳୁଛି, ଯାହା ଅନ୍ୟ ପ୍ଲାନଠାରୁ ଏହାକୁ ଭିନ୍ନ କରିଥାଏ।

- Advertisement -

ଜିଓର ୧୯୮ ପ୍ରିପେଡ୍‌ ପ୍ଲାନ୍‌-

ଜିଓର ୧୯୮ ପ୍ରିପେଡ୍‌ ପ୍ଲାନ୍‌ ବିଷୟରେ କହିବାକୁ ଗଲେ, ଏହା ୧୪ ଦିନର ବୈଧତା ସହ ଆସୁଛି। ଏହି ପ୍ଲାନରେ ଅନ୍‌ଲିମିଟେଡ୍‌ କଲିଂ, ଦୈନିକ ୧୦୦ ଏସଏମଏସ, ଦିନକୁ ୨ ଜିବି ଡାଟା ପ୍ରଦାନ କରାଯାଉଛି। ଏଥିସହ ଜିଓ ଟିଭି, ଜିଓ ସିନେମା ଓ ଜିଓ କ୍ଲାଉଡ୍‌ ସବ୍‌ସ୍କ୍ରିପ୍ସନ୍ ମଧ୍ୟ ମିଳିବ।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories