www.samajalive.in
Friday, December 5, 2025
26.1 C
Bhubaneswar

ଡାକ୍ତରଙ୍କ ସୁରକ୍ଷା ଲାଗି ନ୍ୟାସନାଲ ଟାସ୍କଫୋର୍ସ ଗଠିତ

ସମାଜ ଡିଜିଟାଲ ଡେସ୍କ: କଲକାତାରେ ଟ୍ରେନି ଡାକ୍ତରାଣୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ପରେ ଡାକ୍ତରଙ୍କ ସୁରକ୍ଷା ଲାଗି ଗଠନ ହୋଇଛି ନ୍ୟାସନାଲ ଟାସ୍କଫୋର୍ସ। ସୁପ୍ରିମକୋର୍ଟଙ୍କ ନୀରିକ୍ଷଣରେ ୧୦ଜଣିଆ ଟାସ୍କଫୋର୍ସ ଗଠନ କରାଯାଇଛି। ସିନିଅର ଓ ଜୁନିଅର ଡାକ୍ତରଙ୍କ ସୁରକ୍ଷାୂ ପାଇଁ ପରାମର୍ଶ ଦେବ ଟାସ୍କଫୋର୍ସ। ଡାକ୍ତରଙ୍କ ସୁରକ୍ଷା ପାଇଁ ସାରା ଦେଶରେ କି କାର୍ଯ୍ୟପନ୍ଥା ହେବ ସେନେଇ ପରାମର୍ଶ ଦେବ। ଏହି ଟାସ୍କ ଫୋର୍ସ ତିନି ସପ୍ତାହରେ ଅନ୍ତରୀଣ ରିପୋର୍ଟ ପ୍ରଦାନ କରିବେ। ୨ମାସରେ ଅନ୍ତିମ ରିପୋର୍ଟ ପ୍ରଦାନ କରିବେ ଟାସ୍କଫୋର୍ସ। ଏହି ଟାସ୍କଫୋର୍ସରେ ଅଛନ୍ତି ଏମ୍ସର ନିର୍ଦ୍ଦେଶକ ଡା ଏମ୍‌‌ ଶ୍ରୀନିବାସ, ଡା ଡି ନାଗେଶ୍ୱର ରେଡ୍ଡୀ, ଏମ୍ସ ଯୋଧପୁରର ଡା ଗୋବର୍ଦ୍ଧନ ଦତ୍ତ ପୁରୀ, ଡା ପ୍ରତିମା ମୂର୍ତ୍ତି, ପ୍ରଫେସର ଅନୀତା ସକସେନା, ଡା ପଦ୍ମା ଶ୍ରୀବାସ୍ତବ, ଡା ସୋମିକ୍ରା ପଲ୍ଲବୀ ସୈପଲେ ସାମିଲ ହୋଇଥିବା ବେଳେ ଆଡମିରାଲ ଆର ସରିନ୍‌‌ ସଦସ୍ୟ ରହିଛନ୍ତି।
କଲକାତା ଲଜ୍ଜାରେ ନିଜ ଆଡୁ ମାମଲା ରୁଜୁ କରି ଶୁଣାଣି କରି ଉଦବେଗ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି। ସେ କହିଛନ୍ତି ଯେ ହସ୍ପିଟାଲ ୨୪ଘଣ୍ଟିଆ ଖୋଲା ଥିବାବେଳେ ଡାକ୍ତରମାନେ ଡ୍ୟୁଟି କରିବେ। ଏହି ସମୟରେ ସେମାନଙ୍କ ସୁରକ୍ଷା ଜରୁରୀ ବୋଲି ପ୍ରଧାନ ବିଚାରପତି କହିଛନ୍ତି। ଏହାସହିତ ମାମଲାର ଶୁଣାଣି କରି ଗୁରୁବାର ସୁଦ୍ଧା ଷ୍ଟାଟସ୍‌‌ ରିପୋର୍ଟ ଦେବାକୁ ସିବିଆଇକୁ ନିର୍ଦ୍ଦେଶ ଦେବା ସହ ଆନ୍ଦୋଳନରତ ଡାକ୍ତରଙ୍କୁ କାର୍ଯ୍ୟରେ ଯୋଗ ଦେବାକୁ ଅପିଲ କରିଛନ୍ତି। ଅଗଷ୍ଟ ୨୩ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories