www.samajalive.in
Saturday, December 6, 2025
15.1 C
Bhubaneswar

ରାଜଧାନୀରେ ସଶସ୍ତ୍ର ଡକାୟତି; ବନ୍ଧୁକ ଦେଖାଇ ୫ଲକ୍ଷ ଲୁଟିନେଲେ

ଭୁବନେଶ୍ୱର: କୋରିଅର୍‌‌ ସଂସ୍ଥା କାର୍ଯ୍ୟାଳୟରେ ସଶସ୍ତ୍ର ଡକାୟତି। ତମାଣ୍ଡୋ ଥାନା ଅନ୍ତର୍ଗତ ଭଗବାନପୁରରେ ୨ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ୫ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁସାରେ ରବିବାର ସନ୍ଧ୍ୟାରେ ଭଗବାନପୁର ସିଟିକ୍ସ ସଲ୍ୟୁସନ ପ୍ରାଇଭେଟ ଲିମିଟେଡ ନାମରେ ଏକ ସଂସ୍ଥାର କାର୍ଯ୍ୟାଳୟରେ ପଡିଥିଲେ ଲୁଟେରା। କାର୍ଯ୍ୟାଳୟରେ ଥିବା ଦୁଇ ଜଣ କର୍ମଚାରୀଙ୍କ ମୁଣ୍ଡରେ ବନ୍ଧୁକ ଦେଖାଇ ୫ଲକ୍ଷ ଟଙ୍କା ଲୁଟି ନେଇଥିଲେ। ଯିବାବେଳେ କମ୍ୟୁଟର ଭାଙ୍ଗିବା ସହ ହାର୍ଡ ଡିସ୍କ ମଧ୍ୟ ଲୁଟେରାମାନେ ନେଇଯାଇଥିବା ଅଭିଯୋଗ ହୋଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories