www.samajalive.in
Wednesday, December 10, 2025
16.1 C
Bhubaneswar

ସାମାଜିକ ନ୍ୟାୟ ପାଇଁ ପଛୁଆବର୍ଗ ସଙ୍ଗଠନକୁ ସୁଦୃଢ଼ କରିବାକୁ ପଡିବ

ସମ୍ବଲପୁର: ଜାତୀୟ ପଛୁଆବର୍ଗ ସଂଘ ରାଜ୍ୟ ଶାଖା ଆନୁକୂଲ୍ୟରେ ସମ୍ବଲପୁର ସାମ୍ବାଦିକ ଭବନରେ ରବିବାର ଏକ ସମ୍ବଲପୁର ଜିଲା ସ୍ତରୀୟ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ରାଜ୍ୟ ଆବାହକ ମଣ୍ଡଳୀ ସଦସ୍ୟ ବିରଞ୍ଚି ଦର୍କାଙ୍କ ସଭାପତିତ୍ବରେ ହୋଇଥିବା ବୈଠକରେ ପଛୁଆ ବର୍ଗ ରାଜ୍ୟ ସଭାପତି ପ୍ରଦୀପ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପଛୁଆବର୍ଗ ସଂଗଠନକୁ ସୁଦୃଢ କଲେ ଯାଇ ସାମାଜିକ ନ୍ୟାୟ ମିଳିପାରିବ ବୋଲି କହିଥିଲେ। ଏହା ଛଡା ଓଡିଶାରେ ପଛୁଆବର୍ଗଙ୍କୁ ରାଜନୈତିକ, ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ସରକାର ଗୁରୁତ୍ବ ଦେଉ ନ ଥିବା ବେଳେ ସଂଗଠନ କୁ ସୁଦୃଢ କରି ଆଗାମୀ ଦିନରେ ଜାତିଗତ ଜନ ଗଣନା ପାଇଁ ସରକାରଙ୍କୁ ଦାବି କରିବାକୁ ସେ ଆହ୍ବାନ ଦେଇଥିଲେ।

ସମ୍ମାନୀତ ଅତିଥି ଭାବେ ଆଗ୍ରିଆ ସମାଜର ସଭାପତି ଡା.ଶରତ ଚନ୍ଦ୍ର ଗୌନ୍ତିଆ, ଯାଦବ ସମାଜର ମହାନଗର ନିଗମ ସଭାପତି ଭୋଳାଶଙ୍କର ମହତ୍ତମ ଯୋଗ ଦେଇ ଜିଲାର ୯ଟି ବ୍ଲକର ସମସ୍ତ ପଛୁଆବର୍ଗ ଜାତିକୁ ନେଇ ସଂଗଠନ ମାଧ୍ୟମରେ ଆନ୍ଦୋଳନ ପାଇଁ ଜନମତ ସୃଷ୍ଟି କରିବାକୁ ପ୍ରସ୍ତାବ ଦେଇଥିଲେ। ବାମରା ବ୍ଲକରୁ ପ୍ରକାଶ ଚନ୍ଦ୍ର ପଟେଲ, ରେଙ୍ଗାଲି ବ୍ଲକରୁ ବିପିନ ବିହାରୀ ଷଣ୍ଢ, କୁଚିଣ୍ଡା ବ୍ଲକରୁ ଚିନ୍ତାମଣି ପଟେଲ ଓ ବିପିନ ବିହାରୀ ନାୟକ, ସମ୍ବଲପୁର ମହାନଗର ନିଗମରେ ସରୋଜିନୀ ବନଛୋର ଓ ବିଜୟ ଲକ୍ଷ୍ମୀ ବେହେରା, ଜମନକିରା ବ୍ଲକରେ ନରୋତ୍ତମ ଭଇଁଷା ପ୍ରମୁଖ ଯୋଗ ଦେଇ ପଛୁଆ ବର୍ଗ ସଂଗଠନକୁ ପଞ୍ଚାୟତସ୍ତରକୁ ନେଇ ସୁଦୃଢ କରିବାକୁ ପ୍ରସ୍ତାବ ଦେଇଥିଲେ।

- Advertisement -

ପ୍ରଥମେ ଜିଲାର ସମସ୍ତ ବ୍ଲକରେ ଥିବା ପଛୁଆବର୍ଗର ବିଭିନ୍ନ ଜାତି ସଂଗଠନର ମୁଖିଆଙ୍କୁ ଏଥିରେ ସାମିଲ କରି ସଂଗଠନକୁ ମଜଭୁତ କରିବାକୁ ଆଲୋଚନା ହୋଇଥିଲା। ପରେ ଡା.ଶରତ ଚନ୍ଦ୍ର ଗୌନ୍ତିଆ, ଭୋଳାଶଙ୍କର ମହତ୍ତମ, ଲୋକନାଥ ଖମାରୀ ଓ ସରୋଜିନୀ ବନଛୋରଙ୍କୁ ପଛୁଆବର୍ଗ ଜିଲା ଆବାହକ ରୂପେ ମନୋନୀତ କରାଯାଇଥିଲା। ପ୍ରତି ବ୍ଲକର ସଂଗଠନ ପରେ ଜିଲା ସ୍ତରୀୟ ସଂଗଠନ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ବୈଠକ ପରିଚାଳନାରେ ବିଜୟଲକ୍ଷ୍ମୀ ବେହେରା, ଆରତୀ ନାୟକ, ହରିହର ଷଣ୍ଢ, ଲୋକନାଥ ଗହୀର, ନବକିଶୋର ଜାଲ, କାନନ ନାଗ, ଜଗଦିଶ ମଲ୍ଲିକ, ଗୁଣନିଧି ରାଉତ, ରାଜୁ ପୋଢ, ନିଖିଳ ନାଗ, ଅଜିତ ଚାଲାନ ପ୍ରମୁଖ ସହଯୋଗ କରିଥିଲେ।

Hot this week

ଭୋଟ ଚୋରି ଜାତୀୟତା ବିରୋଧୀ କାର୍ଯ୍ୟ: ରାହୁଲ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ସ୍ବତନ୍ତ୍ର...

ଆଇପିଏଲ୍‌ ନିଲାମ ତାଲିକାରେ ୩୫୦ ଖେଳାଳି

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୬ ସଂସ୍କରଣ ଲାଗି ମିନି...

ଓଡ଼ିଶା ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆରମ୍ଭ

କଟକ: କଟକର ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମ୍‌ରେ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ...

ବୁଧବାର ରାଶିଫଳ: କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ପାଇବେ ଏହି ଦୁଇ ରାଶି

ମେଷ: ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ସୁଖଦାୟକ ହେବ। କର୍ମ କ୍ଷେତ୍ରରୁ...

ରାଖେଲଗୁଡ଼ା-ଏମ୍‌ଭି-୨୬ ଗାଁରେ ଉତ୍ତେଜନା ଘଟଣା: ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର

ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା ପୋଟେରୁ...

Related Articles

Popular Categories