www.samajalive.in
Saturday, December 13, 2025
27.1 C
Bhubaneswar

ସିମବକ୍ସ ଚଳାଇଥିଲା ବାଂଲାଦେଶୀ! ମିଳିଛି ୫ଟି ଅପରେସନାଲ ସିମବକ୍ସ, ସେଥିରୁ ୨୫୫ ଆକ୍ଟିଭ

ଭୁବନେଶ୍ବର: ଭୁବନେଶ୍ବର ସିମ ବକ୍ସ ଜବତ ଘଟଣାରେ ପୁଲିସ କମିଶନର ବଡ଼ ସୂଚନା ଦେଇଛନ୍ତି। ସିମବକ୍ସକୁ ପାକିସ୍ତାନ, ଚୀନ ଓ ମଧ୍ୟ ପ୍ରାଚ୍ୟକୁ କଲ କରିବା ପାଇଁ ବ୍ୟବହାର କରାଯାଇଥାଏ। ସାଇବର ଠକ, ଆତଙ୍କୀ ଓ ଅନ୍ୟାନ୍ୟ ଅପରାଧ ପାଇଁ ମଧ୍ୟ ସିମ ବକ୍ସ ବ୍ୟବହୃତ ହୁଏ। ଭୁବନେଶ୍ବରରେ ଜବତ ହୋଇଥିବା ସିମ ବକ୍ସ କେଉଁ ପ୍ରକାର ଅପରାଧରେ କାର୍ଯ୍ୟରେ ଲାଗିଛି, ତାହାର ତଦନ୍ତ ଚାଲିଛି।  ସିମ ବକ୍ସର ମାଷ୍ଟର ମାଇଣ୍ଡ ଆଶାଦ୍ଦୁର ଜମାନ ବୋଲି ତଦନ୍ତ ସମୟରେ ଜଣାପଡ଼ିଛି।

ଆଶଦ୍ଦୁର ଜମାନର ଘର ବାଂଲାଦେଶ ହୋଇଥିବାବେଳ ସେ ପଶ୍ଚିମବଙ୍ଗର ରାଜୁ ମଣ୍ଡଳକୁ ଏଜେଣ୍ଟ ଭାବେ ଏଠି ବ୍ୟବହାର କରିଥିଲା। ଗତ ଅକ୍ଟୋବର ୨୧ରେ ଆଶାଦ୍ଦୁର ଜମାନ ଭାରତରେ ପହଞ୍ଚିଥିଲା । ଭୁବନେଶ୍ବର ଆସି ରାଜୁ ସହ ଲିଙ୍ଗରାଜ ହୋଟେଲରେ ରହିଥିଲା। କେଶୁରାରେ ଭଡ଼ା ଘର ନେଇ ସିମ ବକ୍ସ ରାକେଟ ଚଳାଇ ଆସୁଥିଲା। ଆଶାଦ୍ଦୁର ଜମାନ ନିର୍ଦେଶରେ ରାଜୁ ମଣ୍ଡଳ ଭୁବନେଶ୍ବରରେ କାର୍ଯ୍ୟ କରୁଥିଲା। ଆଶାଦ୍ଦୁର ଜମାନ ୫ଟି ଅପରେସନାଲ ସିମ ବକ୍ସ ମିଳିଛି, ସେଥିରୁ ୨୫୫ ଆକ୍ଟିଭ ରହିଛି। ପ୍ରାୟ ୧ ହଜାର ସିମ ମିଳିଛି, ସେଥିରୁ ୫୮ଟି ଅବ୍ୟବହୃତ ସିମ ରହିଛି।

- Advertisement -

ଭୁବନେଶ୍ୱର ପୁଲିସ୍‌ କମିଶନର ସଞ୍ଜୀବ ପଣ୍ଡା ସିମବକ୍ସ ଜରିଆରେ ପାକିସ୍ତାନ, ଚୀନ ଓ ମଧ୍ୟପ୍ରାଚ୍ୟ ଦେଶରୁ ଆସୁଥିବା କଲ୍‌କୁ ପରିବର୍ତ୍ତନ କରାଯାଇ ଭାରତ ଭିତରକୁ  ଛଡ଼ା ଯାଉଥିଲା। ସାଇବର ଠକେଇ, ଆତଙ୍କବାଦୀ ଓ ଅନ୍ୟାନ୍ୟ ଅପରାଧ ପାଇଁ ଏହାକୁ ବ୍ୟବହାର କରାଯାଉଥିଲା। ପୂର୍ବରୁ ମାଷ୍ଟରମାଇଣ୍ଡ ଆଶାଦ୍ଦୁର ଜମାନଙ୍କୁ ଗିରଫ କରାଯାଇଥିଲା। ଗତକାଲି ପଶ୍ଚିମବଙ୍ଗର ରାଜୁ ମଣ୍ଡଳକୁ ଗିରଫ କରାଯାଇଛି। ରାଜୁକୁ ରିମାଣ୍ଡରେ ଆଣି ଅଧିକ ତଥ୍ୟ ବାହାର କରାଯିବ।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories