ଭୁବନେଶ୍ବର: ପୁଣି ବଜ୍ରପାତରେ ଚାଲିଗଲା ୩ଜଣଙ୍କ ଜୀବନ। ବିଭିନ୍ନ ସ୍ଥାନରେ ବଜ୍ରାପାତରେ ୩ଜଣଙ୍କ ଜୀବନ ଯାଇଥିବାବେଳେ ୪ଜଣ ଆହତ ହୋଇଥିବା ଜଣାପଡ଼ିଛି। ଆଜି ବଜ୍ରପାତରେ ଦମ୍ପତିଙ୍କ ସମେତ ୩ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୟୁରଭଞ୍ଜ ଓ ଭଦ୍ରକ ଜିଲାରେ ବଜ୍ରାଘାତରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୟୂରଭଞ୍ଜ ବୈଶିଙ୍ଗା ଥାନା ସିଙ୍ଗାରାପୁରା ଗାଁ ନିକଟ ବିଲରେ ବଜ୍ରପାତ ହୋଇଥିଲା। ସେଠାରେ ବିଲରେ କାମ କରୁଥିବାବେଳେ ବଜ୍ରାଘାତ ହେବାରୁ ଦମ୍ପତିଙ୍କ ମୃତ୍ୟୁ ଘଟିଥିଲା। ସେହିପରି ଭଦ୍ରକ ଆଗରପଡ଼ା ଥାନା ସାହୁପଡ଼ାରେ ବଜ୍ରାଘାତରେ ଜଣକ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି। ତେଲକୋଇ ଗୁଡ଼ିକଂସରେ ବଜ୍ରାଘାତରେ ୨ଜଣ ମହିଳା ଓ ଜଣେ ଶିଶୁ ଆହତ ହୋଇଥିବା ସୂଚନା ମିଳିଛି।
Popular Categories



